The Topmost

“The eyes believe themselves, the ears believe other people.”

ishatalwar

ସଚ୍ଚୋଟ କଳାକାର ଈଶା

ରୁପେଲି ପରଦାର ମୋହ ଭାଷାକୁ କେବେ ବି ପ୍ରତିବନ୍ଧକ ବୋଲି ବିଚାର କରେନାହିଁ । କେବଳ କାର୍ଯ୍ୟରେ ସଚ୍ଚୋଟତା ବିଫଳତାକୁ ମଧ୍ୟ ସଫଳତାରେ ପରିଣତ କରେ । ଶର୍ଟକର୍ଟ ପରି ଫର୍ମୁଲା ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ କାମରେ ଆସେ ନାହିଁ । ଏପରି କିଛି ଧାରଣା ରଖି ମାୟାନଗରୀ ମୁମ୍ବାଇରେ ପାଦ ରଖିଥିଲେ ମଡେଲ୍‌ ତଥା ଅଭିନେତ୍ରୀ ଈଶା ତଲୱାର । ଏହା ହିଁ ତାଙ୍କୁ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଜଣେ ସଫଳ ନାୟିକା ଭାବେ ପରିଚୟ ଦେଇଛି ।
ଫିଲ୍ମ ଅଭିନେତା ବିନୋଦ ତଲୱାରଙ୍କ ତନୟା ଈଶା ତଲୱାରଙ୍କୁ ଫିଲ୍ମ ଦେଖିବାର ସଉକ ନଥିଲା କିନ୍ତୁ ଅଭିନୟରେ ମଜା ଆସୁଥିଲା । ତେଣୁ ପିଲାଟିବେଳୁ ଅଭିନୟ କଳା ପ୍ରତି ଆକର୍ଷିତ ହୋଇ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ।

ଏହାରି କ୍ରମେ ୨୦୦୦ର ଫିଲ୍ମ ‘ହମାରା ଦିଲ୍‌ ଆପକେ ପାସ୍‌ ହୈ’ରେ ଐଶ୍ୱର୍ଯ୍ୟା ରାୟଙ୍କ ସାନ ଭଉଣୀ ଭୂମିକାରେ ଅବତୀର୍ଣ୍ଣ ହୋଇ ମାତ୍ର ୧୩ ବର୍ଷ ବୟସରେ ହିଁ ଶିଶୁ କଳାକାର ଭାବେ ଫିଲ୍ମ ଦୁନିଆକୁ ପ୍ରବେଶ କରିଥିଲେ । ଏହାପରେ ଅନେକ ବିଜ୍ଞାପନରେ ମଡେଲିଂ କରି ଧୀରେଧୀରେ ନିଜସ୍ୱ ପରିଚୟ ତିଆରି କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ତାଙ୍କର ପ୍ରକୃତ ସ୍କ୍ରିନ ଆପରିୟାନ୍ସ ପାଇଁ ବଲିଉଡ୍‌ ପରିବର୍ତ୍ତେ ମାଲୟଲାମ ଇଣ୍ଡଷ୍ଟ୍ରୀକୁ ବାଛିଥିଲେ । ପ୍ରଥମ ଫିଲ୍ମ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ହେଲେ ଏହା ପଛରେ ଥିଲା ତାଙ୍କର କଠିନ ପରିଶ୍ରମ । ମଲୟାଲମା ଭାଷା ଶିଖିବା ପାଇଁ ସେ ୪ମାସ ପାଇଁ ଟ୍ରେନିଂ ନେଇଥିଲେ ଏବଂ ଗିଟାର ବଜାଇବାର ତାଲିମ ନେଇଥିଲେ । ଏହାପରେ ଈଶା ସେଇଠି ଅଟକି ନରହି ତେଲୁଗୁ ଏବଂ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଢି ଗୋଟେ ପରେ ଗୋଟେ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟିଦେଇଥିଲେ ।

ସାଉଥ୍‌ ଇଣ୍ଡଷ୍ଟ୍ରୀରେ ଏତେ ସଫଳତା ପାଇବା ସତ୍ତେ୍ୱ ହିନ୍ଦୀ ଫିଲ୍ମ ଜଗତକୁ ଆସିବା ପାଇଁ ତାଙ୍କୁ ୫ ବର୍ଷ ଲାଗିଯାଇଥିଲା । ୨୦୧୭ରେ ସଲମାନ ଖାନଙ୍କ ଫିଲ୍ମ ‘ଟୁ୍ୟବଲାଇଟ୍‌’ ଜରିଆରେ ବଲିଉଡ୍‌ରେ ପାଦ ଦେଇଥିଲେ । ଏହାପରେ ‘କାଲାକଣ୍ଡି’, ‘ଆର୍ଟିକଲ୍‌ ୧୫’, ‘ଗିନ୍ନି େୱଡ୍ସ ସନି’, ‘ଶର୍ମାଜୀ ନମକିନ୍‌’ ପରି ଫିଲ୍ମରେ ବଡ଼ ବଡ଼ ଷ୍ଟାରଙ୍କ ସହ ଫ୍ରେମ ସେୟାର କରିବାର ସୁଯୋଗ ପାଇଲେ । ହେଲେ ପ୍ରକୃତ ପରିଚୟ ଦେଲା ‘ମିର୍ଜାପୁର’ େୱବସିରିଜ୍‌ । ଏଥିରେ ମୁନ୍ନା ଭାଇର ପତ୍ନୀ ମାଧୁରୀ ଚରିତ୍ରରେ ଅଭିନୟ ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁଛି । ଈଶାଙ୍କ କହିବା ଅନୁଯାୟୀ ଦୀର୍ଘ ୫-୬ ବର୍ଷ କଠିନ ପରିଶ୍ରମ ପରେ ସେ ଏବେ ସିନେମା ଜଗତରେ ଭଲ ସ୍ଥାନରେ ଅଛନ୍ତି । ପ୍ରାରମ୍ଭରେ କ୍ୟାମେରା, ବିଭିନ୍ନ ସଂସ୍କୃତି, ବିଭିନ୍ନ ଭାଷାକୁ ସାମ୍ନା କରିବାକୁ ଭୟ କରୁଥିବା ଈଶା ବର୍ତ୍ତମାନ ସବୁ ଜିନିଷକୁ ଉପଭୋଗ କରୁଛନ୍ତି । ସେହିପରି ଈଶାଙ୍କୁ ନୋ ମେକଅପ୍‌ ଲୁକ୍‌ ବହୁତ ପସନ୍ଦ, କିନ୍ତୁ ତାଙ୍କର ଗ୍ଲାମରସ୍‌ ଫଟୋ ସୋସିଆଲ ୟୁଜରଙ୍କ ହୃଦୟରେ ରାଜ୍‌ କରିଥାଏ ।

isha talwar

https://thetopmost.in/?p=1531

https://thetopmost.in/?p=1511

https://thetopmost.in/?p=985

https://thetopmost.in/?p=1620