ଶୀତଦିନେ ସାଧାରଣତ ତ୍ୱଚା ସମସ୍ୟା ବେଶି ଦେଖାଦେଇଥାଏ। ଯେଉଁଥିରୁ ରକ୍ଷାପାଇବା ପାଇଁ ସମସ୍ତେ ଫୁଲ୍ ଫୁଲ୍ ପୋଷାକ ପିନ୍ଧିଥାଆନ୍ତି। ତେବେ ଏଥିରେ ଫ୍ୟାସନ ପ୍ରିୟ ଲୋକଙ୍କ ପାଇଁ ଅସୁବିଧା ହୋଇଥାଏ। ସେମାନଙ୍କୁ ଅନେକ ସମୟରେ ନିଜ ଫ୍ୟାସନକୁ ଭୁଲି ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିଥାଏ। ଯାହାଫଳରେ ସେମାନେ ନିଜର ଇଚ୍ଛାକୁ ମାରିଥାଆନ୍ତି। ତେବେ ସେହିଭଳି ଫ୍ୟାସନ ପ୍ରିୟ ଲୋକଙ୍କ ପାଇଁ କିଛି ଶୀତଦିନିଆ ଟିପ୍ସ ….
୧. ଶରୀରକୁ ଗରମ ରଖିବା ସହ ସ୍ମାଟ ଲୁକ୍ ପାଇଁ ରାଉଣ୍ଡ ନେକ ସ୍ୱେଟର ସହ ଧଳା ଟି ସାର୍ଟ ପିନ୍ଧନ୍ତୁ। ଏହା ଉପରେ ଟ୍ରେନ୍ଚ୍ କୋର୍ଟ ପିନ୍ଧନ୍ତୁ। ଯାହା ସର୍ବଦା ଫ୍ୟାସନରେ ରହିଥାଏ। ଏହା ଆପଣଙ୍କୁ ଏକ ଫ୍ୟାସନେବଲ ଲୁକ ଦେବ।
୨. ଶୀତଦିନେ ସର୍ବଦା ପୋଷାକର ରଙ୍ଗ ଉପରେ ଧ୍ୟାନ ଦିଅନ୍ତୁ। ଗ୍ରେ, ୟାକ ବ୍ରାଉନ୍, ଡାର୍କ ବ୍ଲୁ , ଭାଓଲେଟ୍ ଆଦି ରଙ୍ଗର ସ୍ପୋର୍ସ ଆଉଟଫିଟ୍ ପିନ୍ଧନ୍ତୁ। ଯାହା ଆପଣଙ୍କୁ ଗ୍ଲାମରସ ଲୁକ୍ ଦେବ।
୩. କମ୍ପଲିଟ୍ ଲୁକ ପାଇଁ ମଫଲର, ଉଲ୍ର ନେକ୍ ଓାର୍ମର ଓ ଗ୍ଲୋବସ ବ୍ୟବହାର କରିପାରିବେ। ଯାହା ଆପଣଙ୍କୁ ଫ।।ସନ ସହ ଶୀତରୁ ମଧ୍ୟ ରକ୍ଷା କରିବ।
୪. ଶୀତଦିନିଆ ପୋଷାକକୁ ସର୍ବଦା ଲେୟାର କରି ପିନ୍ଧନ୍ତୁ। ଏହା ଦ୍ୱାରା ଆପଣ ଶୀତରୁ ରକ୍ଷା ପାଇବା ସହ ଫ୍ୟାସନେବଲ ମଧ୍ୟ ଦେଖାଯିବେ।



More Stories
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା
ଆପଣଙ୍କ ତ୍ବଚା ବିନା କାରଣରେ ମଳିନ ଦେଖାଯାଉଛି କି