ଆଜିକାଲି ବିଜ୍ଞାନର ଅନେକ କରାମତି ଦେଖିବାକୁ ମିଳୁଛି। ଦୁନିଆରେ ବିଜ୍ଞାନର ବିଭିନ୍ନ ଉଦ୍ଭାବନ ଓ ଆବିଷ୍କାର ଫଳରେ ଆମର ଜୀବନ ସହଜ ସୁବିଧା ହୋଇପାରିଛି। ବିଜ୍ଞାନର ସବୁଠାରୁ ଉତ୍କୃଷ୍ଟ ଉଦ୍ଭାବନ ହେଲା ରୋବଟ୍। ଯାହା ଏବେ ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରୁଛି। ହୋଟେଲ୍ରେ ଖାଦ୍ୟ ପରଷିବା ଠାରୁ ଆରମ୍ଭ କରି ପିଲାଙ୍କୁ ପାଠପଢାଇବା ଭଳି ଅନ୍ୟ ବିଭିନ୍ନ କାର୍ଯ୍ୟରେ ରୋବଟ୍ ସହାୟତା କରୁଛି। ତେବେ ହାଭାଡ୍ ବୈଜ୍ଞାନିକ ମାନେ ନିର୍ମିତ କରିଛନ୍ତି ରୋବଟିକ୍ ଫିସ୍ ବା ରୋବଟ୍ ମାଛ। ଯାହା ରୋବଟ୍ ନିର୍ମାଣ ଦିଗରେ ଆଉ ଏକ ସୋପାନ। ସେମାନେ ନିର୍ମାଣ କରିଥିବା ଏହି ରୋବଟିକ୍ ମାଛରେ କ୍ୟାମେରା ସହିତ ନୀଳ ରଙ୍ଗର ଏଲ୍ଇଡି ସଂଯୋଗ କରାଯାଇଛି। ଏଲ୍ଇଡି ସହାୟତାରେ ଟ୍ୟାଙ୍କରେ ସେମାନେ ଦିଗ ସହ ଅନ୍ୟମାନଙ୍କ ସହ ଦୂରତା ମାପିବାରେ ସକ୍ଷମ ହୋଇପାରୁଛନ୍ତି।
ଏହି ମାଛ ମାନେ ନିଜର ଡେଣା ସାହାଯ୍ୟରେ ପଂହରିଥାନ୍ତି ଯାହାଫଳରେ ତାଙ୍କର କାର୍ଯ୍ୟ କରିବାର କ୍ଷମତା ବଢିଥାଏ, ଯାହା ପାଣି ଭିତରେ ବୁଲୁଥିବା ଡ୍ରୋନ୍ଙ୍କ ଠାରୁ ଅଧିକ କ୍ଷମତାଶାଳୀ ହୋଇଥାଏ। ଏହା ଆଗକୁ ମଣିଷ ସମାଜ ପାଇଁ ବେଶ ସହାୟକ ହେବ ବୋଲି ବୈଜ୍ଞାନିକ ଆଶାବ୍ୟକ୍ତ କରିଛନ୍ତି। ଏହି ରୋବଟ୍ ମାଛ ସମୁଦ୍ରରେ ବିଭିନ୍ନ ନିଖୋଜ ଦ୍ରବ୍ୟ, ବ୍ୟକ୍ତିଙ୍କୁ ଖୋଜିବାରେ ସହାୟକ ହେବ। ଅନ୍ୟ ଯନ୍ତ୍ର ଓ ମଣିଷ ତୁଳନାରେ ଏହା ଯଲଦି ନିଖୋଜଙ୍କୁ ଖୋଜିବ ବୋଲି ପ୍ରୋଜେକ୍ଟ ପ୍ରସ୍ତୁତ କରିଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି। ଏହି ରୋବଟ ମାଛରେ ଆଗକୁ ପରିବେଶକୁ ବିଭିନ୍ନ ଦିଗରେ ଯାଂଚ କରିବାର ପଦ୍ଧତି ମଧ୍ୟ ଉପଲବ୍ଧ କରାଇହେବ। ମାଛ ଗୁଡିକର ଉଚ୍ଚତା ୧୦ ସେଂଟିମିଟର ଲମ୍ବା ରହିଛି।
ଏହି ମାଛର ଡିଜାଇନ ବ୍ଲ୍ୟୁ ଟ୍ୟାଙ୍ଗ ଫିସ୍କୁ ନଜର ରଖି କରାଯାଇଛି। ସେମାନେ ତାଙ୍କର କ୍ୟାମେରା ଆଖି ବ୍ୟବହାର କରି ଅନ୍ୟ ରୋବଟଙ୍କୁ ଦେଖିବା ସହ ତାଙ୍କ ପାଖରେ ଥିବା ଲାଇଟ୍କୁ ଫ୍ଲାସ କରିଥାଆନ୍ତି। ଯେଉଁ କାରଣରୁ ସେମାନେ ଏକାଠି ହେବା, ଏକାଠି ପଂହରିବା,ଏକାଠି ହୋଇ ଲକ୍ଷକୁ ଜଗିବା ଭଳି କାର୍ଯ୍ୟ କରିପାରନ୍ତି। ଯେତେବେଳେ ଗୋଟିଏ ମାଛକୁ କିଛି ସଙ୍କେତ ମିଳିଥାଏ ସେ ଲାଇଟ୍ ସାହାଯ୍ୟରେ ଅନ୍ୟ ମାଛଙ୍କୁ ଜଣାଇଥାଏ। ଯାହା ଫଳରେ ସେମାନେ ମିଳିମିଶି ଲକ୍ଷ ହାସଲ କରିବା ଦିଗରେ କାମ କରନ୍ତି। ଏହି ରୋବୋଟିକ ମାଛ ମାନେ ଜୀବିତ ମାଛ ମାନଙ୍କ ବିଷୟରେ ଅଧିକ ଜାଣିବାରେ ବିଶେଷ ସହାୟକ ହେବେ ବୋଲି ନିର୍ମାତା ବୈଜ୍ଞାନିକ ମାନେ ଆଶା ପ୍ରକଟ କରିଛନ୍ତି। ଆଗକୁ ଏହାକୁ କିଭଳି ବିନା ଏଲ୍ଇଡି ଲାଇଟ୍ରେ କାର୍ଯ୍ୟକ୍ଷମ କରିହେବ ସେ ନେଇ ଅଧିକ ଗବେଷଣା କରାଯାଉଛି।
More Stories
ଏଣ୍ଡୋମେଟ୍ରିଓସିସ୍ କଣ, କେମିତି ନେବେ ଯତ୍ନ
ଡାର୍କ ସର୍କଲକୁ ସମୂଳେ ନାଶ କରନ୍ତୁ
ସ୍ବାସ୍ଥ୍ୟ ପାଇଁ ପାମ୍ ଅଏଲ୍ ଖରାପ୍ ନାଁ ଭଲ ?