The Topmost

“The eyes believe themselves, the ears believe other people.”

robot that can peel a banana

ରୋବଟ୍‌ ଛଡାଉଛି କଦଳୀ ଚୋପା

ଆଜିକାଲି ବିଭିନ୍ନ କାର୍ଯ୍ୟରେ ରୋବଟ୍‌ଙ୍କୁ ନିୟୋଜିତ କରାଯାଉଛି । ରୋବଟ୍‌ କେଉଁଠି ଗାଡି ଚଲାଇଲାଣି ତ କେଉଁଠି ରୋସ୍ତୋରାଁରେ ପରଷିଲାଣି । ହେଲେ ଏକ ଅଜବ କାର୍ଯ୍ୟ କରିବା ବର୍ତ୍ତମାନ ରୋବଟକୁ ନିୟୋଜିତ କରାଯିବ । ପାଚିଲା କଦଳୀର ଚୋପା ଛଡାଇବ ରୋବଟ୍‌ । ଟୋକିଓ ଏକ ବିଶ୍ୱବିଦ୍ୟାଳୟର ଗବେଷକ ମାନେ ଏଭଳି ରୋବଟ୍‌ ବାହାର କରିବାରେ ସଫଳ ହୋଇଛନ୍ତି । ମଣିଷମାନେ ଯେ କୌଣସି ସାମଗ୍ରୀକୁ ନଷ୍ଟ ନକରି ଏହାର ଚୋପା ଚଢାଇଥାଆନ୍ତି । ହେଲେ ରୋବଟ୍‌ଙ୍କ କ୍ଷେତ୍ରରେ ଏହା ସମ୍ଭବ ନୁହେଁ । କାରଣ ସେମାନେ ଅନୂଭବ କରି ପାରନ୍ତି ନାହିଁ । ତେବେ ଏହି ରୋବଟ୍‌ଟି କିନ୍ତୁ କଦଳୀକୁ ନଷ୍ଟ ନକରି ଏହାର ଚୋପା ଛଡାଇବାରେ ସକ୍ଷମ । ଏହାକୁ ସେହିଭଳି ଟ୍ରେନିଂ ଦିଆଯାଇଛି ।

https://www.youtube.com/watch?v=3272hACe0NE&t=2s

http://thetopmost.in/?p=969

http://thetopmost.in/?p=965

http://thetopmost.in/?p=954

http://thetopmost.in/?p=935

କାର୍ଯ୍ୟଟି କରିବା ପାଇଁ ରୋବୋଟି ନିଜର ହାତ ବ୍ୟବହାର କରୁଛି । ତେବେ ରୋବଟଟିକୁ ଏଥି ନିମନ୍ତେ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ୧୦୦ରୁ ଅଧିକ କଦଳୀର ଚୋପା ରୋବଟ୍‌ ସାହାଯ୍ୟରେ ଛଡାଇବାକୁ ପଡିଥିଲା । ଏହି ପ୍ରକ୍ରିୟା ପାଇଁ ପ୍ରାୟ ୧୩ ଘଣ୍ଟାର ସମୟ ଲାଗିଥିବା ବେଳେ, ଏଥିରେ ୯ଟି ଭାଗ ରହିଥିଲା । ତେବେ ରୋବଟ୍‌ଟି ଏହି କାମକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ସଠିକ୍‌ ଭାବେ କରିପାରୁଛି ।