ଦକ୍ଷିଣ ଭାରତୀୟ ରାଜ୍ୟ କେରଳର ମାଲାପୁରମ୍ ଜିଲ୍ଲାରେ ରହିଛି ଏହି ବିଚିତ୍ର ଗାଁ କୋଡିନୀ । ଏହି ଗାଁରେ ସମୁଦାୟ ୨ ହଜାର ପରିବାର ବାସ କରନ୍ତି । ଏହି ଗାଁର ବିଶେଷତ୍ୱ ହେଉଛି ଏଠାରେ ଅଧିକାଂଶ ପିଲା ଯାଆଁଳା । ଏକ ରିପୋର୍ଟ ଅନୁଯାୟୀ ଏହି ଗାଁରେ ୨୨୦ରୁ ଅଧିକ ଯୁଗଳ ଯାଆଁଳା ଅଛନ୍ତି । ଏହି ଗାଁରେ ଯାଆଁଳା ଶିଶୁଙ୍କ ଜନ୍ମ ଭାରତରେ ଜନ୍ମ ହୋଇଥିବା ଯାଆଁଳା ଶିଶୁଙ୍କ ତୁଳନାରେ ବହୁତ ଅଧିକ । ସୂଚନା ଅନୁଯାୟୀ ୧୯୪୯ ମସିହାରେ ଏହି ଗାଁରେ ପ୍ରଥମ ଯାଆଁଳା ଶିଶୁ ଜନ୍ମ ହୋଇଥିଲେ । ଏହା ପରେ ଧୀରେ ଧୀରେ ଯାଆଁଳଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାକୁ ଲାଗିଲା । ଏବେ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଥିବା ଯାଆଁଳ ଯୋଡ଼ି ପ୍ରାୟ ୭୯ରୁ ଅଧିକ ଅଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଡାକ୍ତରଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ ମଧ୍ୟ ଏହାର କାରଣ ଖୋଜି ବାହାର କରିପାରିନାହାନ୍ତି । ତେବେ ଏହି ରହସ୍ୟର ସମାଧାନ ପାଇଁ ଜର୍ମାନୀ ଏବଂ ବ୍ରିଟେନର ମିଳିତ ବିଶେଷଜ୍ଞ କମିଟି ଏହି ଗାଁକୁ ଆସିଥିଲେ । ଗବେଷଣା ପାଇଁ ଲୋକଙ୍କ ଡିଏନ୍ଏ ସଂଗ୍ରହ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ପ୍ରକୃତ କାରଣ କେହି ବୁଝିପାରି ନାହାଁନ୍ତି । ରିପୋର୍ଟ ଅନୁସାରେ ଏହି ଗାଁରେ ପ୍ରତି ୧୦୦୦ ପିଲାଙ୍କ ମଧ୍ୟରୁ ୪୨ଟି ଯାଆଁଳା ଶିଶୁ ଜନ୍ମ ହୋଇଥାନ୍ତି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ