ଗତ ଦୁଇ ସପ୍ତାହରୁ ଚୀନ ସମର୍ଥକ ତଥା ପୂର୍ବତନ ମାଲଦ୍ୱୀପର ଅବଦୁଲ୍ଲା ୟାମିନଙ୍କ ଦ୍ୱାରା ଚାଲିଥିବା ଭାରତ ବିରୋଧୀ ଅଭିଯାନର ପୃଷ୍ଠଭୂମିରେ ଗତ ସପ୍ତାହରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମାଲଦ୍ୱୀପ ଗସ୍ତରେ ଯାଇଥିଲେ। ତେବେ ଏହି ଯାତ୍ରା ସମୟରେ ଜୟଶଙ୍କର ଅନେକ ଭିତ୍ତିଭୂମି ବିକାଶ ପ୍ରକଳ୍ପର ଉଦଘାଟନ କରିଥିଲେ ଯାହାକି ନୂଆଦିଲ୍ଲୀର ସହାୟତାରେ ନିର୍ମିତ ହୋଇଛି । ଅନ୍ୟପଟେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କର ବ୍ୟକ୍ତିଗତ ସମ୍ପର୍କ ବହୁତ ଭଲ । ଏବଂ ଏହା ଭାରତର ବିରୋଧୀ ମନୋଭାବକୁ ଚୀନ୍ ଦ୍ୱାରା ପରୋକ୍ଷରେ ବୃଦ୍ଧି କରିବାରେ ସହାୟକ ହେବ। http://thetopmost.in/?p=912

https://twitter.com/Diplomat_APAC/status/1506964809031561228
ଦୁଇ ଦେଶ ଦଶନ୍ଧିର ଘନିଷ୍ଠ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସହଭାଗୀତା ବାଣ୍ଟିଛନ୍ତି ।ତେବେ ବର୍ତ୍ତମାନ ମାଲଦ୍ୱୀପରେ ଘନଉଥିବା ବିବାଦ ପଛର ମୁଖ୍ୟ କାରଣ ହେଉଛି ଦ୍ୱୀପପୁଞ୍ଜର ଜଣେ ଚୀନ୍ ସମର୍ଥକ ରାଜନେତା ୟାମିନ୍ ମନି ଲଣ୍ଡରିଂ ଏବଂ ଅର୍ଥ ହଡପ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ଦେଶରେ ଭାରତ ପାଇଁ ବିରୋଧ ପ୍ରଦର୍ଶନ କରିଛନ୍ତି। ଅନେକ ଥର ସେ ଏପରି ବିରୋଧର ମୁଖ୍ୟ କାରଣ ମଧ୍ୟ ସାଜିଛନ୍ତି । ତେବେ ଜେଏନୟୁ ଗଣ୍ଡଗୋଳରେ ମଧ୍ୟ ତାଙ୍କର ହାତ ଥିବା ସୂଚନା ରହିଛି । ତେବେ ତାଙ୍କର ଏହି ଭାରତ ବିରୋଧି ଓ ଚୀନ୍ ସମ୍ବନ୍ଧି ମନୋଭାବ ପାଇଁ ଏହି ସମସ୍ୟା ମୁଣ୍ଡ ଟେକିଥିବା ଆଲୋଚନା ହେଉଛି ।
1 thought on “ମାଲଦ୍ୱୀପରେ ଘନଉଛି ଭାରତ ବିରୋଧୀ ସଂଗ୍ରାମ”