ଦୁନିଆରେ ବିଭିନ୍ନ ପ୍ରକାରର ମାରାଥନ ଅନୁଷ୍ଠିତ ହୋଇଥାଏ । ତେବେ ଗୋଟିଏ ବତକ କେବେ ମାରାଥନ ଦୌଡିବ ଏକଥା କେହି କଳ୍ପନା ବି କରିନଥିବେ । ହେଲେ ନୁ୍ୟୟର୍କରେ ଏଭଳି ବିରଳ ଘଟଣା ଦେଖିବାକୁ ମିଳିଛି । କେବଳ ବତକ ଏହି ମାରାଥନରେ ଭାଗନେଇଛି ତାହା ନୁହେଁ, ତାକୁ ମେଡାଲ ବି ମିଳିଛି । ବତକଟିର ନାଁ ରିଙ୍କିଲ୍ ହୋଇଥିବାବେଳେ ପୂର୍ବବର୍ଷ ମଧ୍ୟ ତାର ମାରାଥନ ଦୌଡ ଭାଇରାଲ ହୋଇଥିଲା । ପୂର୍ବଥର ସେ ନୁ୍ୟୟର୍କ ସିଟି ମାରାଥନରେ ଭାଗନେଇଥିବା ବେଳେ ଚଳିତଥର ଲଙ୍ଗ ଆଇଲାଣ୍ଡ ମାରାଥନରେ ଭାଗ ନେଇଛି । ଏ ନେଇ ଏକ ଭିଡିଓ ବତକଟିର ଇନଷ୍ଟାପେଜ୍ରେ ଅପଲୋଡ ହେବା ପରେ ଭାଇରାଲ ହେବାରେ ଲାଗିଛି । ଏହି ମାରାଥନରେ ବତକ ଛଡା ମଣିଷ ବି ଭାଗନେଇଥିବାବେଳେ, ବତକଟିର ରେସିଂ ନମ୍ବର ୩୩୨ ରହିଥିଲା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ