ପ୍ରତିବର୍ଷ ମଇ ପହିଲାକୁ ବିଶ୍ୱ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ । ୮ ଘଣ୍ଟା କାର୍ଯ୍ୟ ସମୟ ଦାବିରୁ ଜନ୍ମ ନେଇଥିଲା ବିଶ୍ୱ ଶ୍ରମିକ ଦିବସ । ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ୧୮୮୪ ମସିହାଠାରୁ ଏହି ଦାବି ନେଇ ଆମେରିକାରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥଲେ ବି ବିଶ୍ୱର ଅନେକ ଦେଶର ଶ୍ରମଜୀବୀମାନଙ୍କୁ ଏହା ପ୍ରଭାବିତ କରିଥଲା । ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ୬୦ଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ଆଠଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ । ନ୍ୟାସନାଲ ଲେବର ୟୁନିୟନ ମଧ ପୁଞ୍ଜିବାଦୀ ଦାସତ୍ୱରୁ ଶ୍ରମଜୀବୀମାନଙ୍କୁ ମୁକ୍ତ କରାଇବା ପାଇଁ ଲକ୍ଷ୍ୟ ରଖିଥଲା । ସେହିଭଳି ୧୮୬୮ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଆଠଘଣ୍ଟା ଶ୍ରମଦିବସକୁ ଗ୍ରହଣ କରିଥଲା । ପ୍ରଥମ ଆନ୍ତର୍ଜାତିକର ଜେନିଭା ଅଧିବେଶନରେ ମଧ୍ୟ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା । ଏହି ଦିନଟିକୁ ବିଭିନ୍ନ ଦେଶରେ ଛୁଟିଦିନ ଭାବେ ପାଳନ କରଯାଇଥାଏ । ଏହି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥାଏ ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ