ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ କ୍ୟାନସର ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା । ପ୍ରତି ବର୍ଷ ଏହି ଦିବସ ପାଳନର ବିଭିନ୍ନ ଥିମ ରହିଥାଏ । ସେହିକ୍ରମରେ ଚଳିତବର୍ଷ ର ଥିମ୍ ରହିଛି,‘ କ୍ଲୋଜର ଦି କେୟାର ଗ୍ୟାପ୍ ’ । ଆମ ଦେଶରେ ଦେଖାଯାଉଥିବା କ୍ୟାନସର ମଧ୍ୟରୁ ତିନି ଭାଗରୁ ଏକ ଭାଗ ତମାଖୁ ସେବନ ଜନିତ କ୍ୟାନସର ଓ ଗର୍ଭାଶୟ କ୍ୟାନସର । ପ୍ରତିବର୍ଷ ଦୁଇଲକ୍ଷରୁ ଅଧିକ ଲୋକ ତମାଖୁ ସେବନ ଜନିତ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।
ଆମ ଶରୀର ବିଭିନ୍ନ ପ୍ରକାରର କୋଷିକା ଦ୍ୱାରା ତିଆରି ହୋଇଛି । ଏହି କୋଷିକା ଗୁଡ଼ିକର ବିଭାଜନ ଓ ନୂତନ କୋଷିକାର ନିର୍ମାଣ ପ୍ରକ୍ରିୟା ସଦା ସର୍ବଦା ଚାଲିଥାଏ । ଯଦି, କୌଣସି କାରଣରୁ ଏହି ବିଭାଜନ ପ୍ରକ୍ରିୟା, ଅନିୟମିତ ହୋଇଯାଏ, ତେବେ ଟୁ୍ୟମରର ସୃଷ୍ଟି ହୁଏ । ଏହି ଟୁ୍ୟମର ଦୁଇ ପ୍ରକାର ହୋଇଥାଏ, ଯଥା- ବିନାଇନ୍ ଟୁ୍ୟମର ଓ ମାଲିଗ୍ନାଣ୍ଟ ଟୁ୍ୟମର । କ୍ୟାନସର୍ ରୋଗ ନିଜ ସ୍ଥାନରେ ବୃଦ୍ଧି ହେବା ସହ, ଲିମ୍ପ ଗ୍ରନ୍ଥି ଓ ରକ୍ତ ବାହିନୀ ଦ୍ୱାର, ଫୁସ୍ଫୁସ୍, ଯକୃତ, ଅସ୍ଥି ଏବଂ ମସ୍ତିଷ୍କ ପର୍ଯ୍ୟନ୍ତ ବ୍ୟାପିଥାଏ । ଏହି ରୋଗକୁ ବିଭିନ୍ନ ଉପାୟରେ ଡାକ୍ତରୀ ପରୀକ୍ଷା କରି ଚିହ୍ନଟ କରାଯାଇଥାଏ ।
ପ୍ରାଥମିକ ଅବସ୍ଥାରେ ଏହାର ଉପଚାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଅବସ୍ଥାରେ ଏହି ରୋଗ ଅନେକ ମାତ୍ରାରେ ଆରୋଗ୍ୟ କରାଯାଇପାରିବ । କିନ୍ତୁ ଶେଷ ଅବସ୍ଥାରେ ପହଞ୍ଚିଲେ ଆରୋଗ୍ୟର ସମ୍ଭାବନା କେବଳ ୫ ପ୍ରତିଶତକୁ ହ ୍ରାସ ପାଇଥାଏ ।
କ୍ୟାନସର ପ୍ରାଥମିକ ଲକ୍ଷଣ
- ଦୀର୍ଘସମୟ ଧରି ପତଳା ଝାଡ଼ା କିମ୍ବା କୋଷ୍ଠ କାଠିନ୍ୟ ଦେଖାଦେବା ।
- ଅଧିକ ଦିନ ଧରି କ୍ଷତ ସ୍ଥାନ ନ ଶୁଖିବା
- ଋତୁସ୍ରାବ ସରିବା ପରେ ମଧ୍ୟ ରକ୍ତସ୍ରାବ ହେବା
- ସ୍ତନ କିମ୍ବା କୌଣସି ସ୍ଥାନରେ ଗେଟା ଭଳି ଅନୁଭବ ହେବା ।
- ଖାଦ୍ୟ ଗିଳିବାରେ କିମ୍ବା ହଜମ ହେବାରେ କୌଣସି ଅସୁବିଧା ।
- କଳାଜାଇର ଆକାର କିମ୍ବା ସଂଖ୍ୟାରେ ପରିବର୍ତ୍ତନ ହେବା ।
- ଦୀର୍ଘସମୟ ଧରି କାଶ ଲାଗି ରହିବା ।
ଏହି ରୋଗର କାରଣ, ଲକ୍ଷଣ ଓ ଅବସ୍ଥାକୁ ବିଚାରକୁ ନେଇ ଉପଚାର କରାଯାଇଥାଏ । ତେବେ ସାଧାରଣଭାବେ ଏହାର ଚିକିତ୍ସା ତିନିଗୋଟି ପଦ୍ଧତି ଦ୍ୱାରା କରାଯାଇଥାଏ । ଯଥା- ଅପରେସନ୍ ବା ଶଲ୍ୟଚିକିତ୍ସା, ରେଡିଏସନ୍ ବା ବିକୀରଣ ଚିକିତ୍ସା ଓ କେମୋ ଥେରାପି ବା ଔଷଧୀୟ ଚିକିତ୍ସା । ଏହା ମଧ୍ୟରୁ କୌଣସି ଏକ ଅବା ଏକାଧିକ ପଦ୍ଧତି ପ୍ରୟୋଗ କରି, ଏହାର ସଫଳ ଚିକିତ୍ସା କରାଯାଇଥାଏ ।
ପରିଶେଷରେ ନିଃସନ୍ଦେହରେ କୁହାଯାଇପାରେ ଯେ, ନିକଟ ଭବିଷ୍ୟତରେ କ୍ୟାନସର ଆଉ ଏକ ଭୟାନକ ରୋଗ ହୋଇ ରହିବ ନାହିଁ । ଅନ୍ୟ ସାଧାରଣ ରୋଗ ଭଳି ଏହାର ସମ୍ପୂର୍ଣ୍ଣ ନିବାରଣ ସମ୍ଭବ । ଏବେ ଆମ ରାଜ୍ୟରେ କ୍ୟାନସର ରୋଗୀଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ଚିକିସିା ପଦ୍ଧତି ଖୁବ୍ କମ୍ ଖର୍ଚ୍ଚରେ ଉପଲବ୍ଧ । ତେବେ ମୂଳ କଥା ହେଉଛି, ରୋଗକୁ ଠିକ ୍ସମୟରେ ଚିହ୍ନଟ କରିବା ଓ ତତ୍କ୍ଷଣାତ ଚିକିସିା ଆରମ୍ଭ କରିବା ।
କ୍ୟାନସର ରୋଗୀଙ୍କ ନିମନ୍ତେ ପରାମର୍ଶ
- ପାନ , ଗୁଟଖା, ତମାଖୁ ଖାଆନ୍ତୁ ନାହିଁ ।
- କ୍ୟାନସର ରୋଗକୁ ସାହସର ସହିତ ସାମନା କରନ୍ତୁ ।
- କ୍ୟାନସର ରୋଗ ସହିତ ଲଢନ୍ତୁ ।
- କ୍ୟାନସର ଚିକିତ୍ସା ଶେଷ କରନ୍ତୁ ।
- କ୍ୟାନସର ରୋଗୀ ଏବଂ ତାଙ୍କ ପରିବାର ଲୋକଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ ।
- କ୍ୟାନସର ରୋଗକୁ ଭୟ କରନ୍ତୁ ନାହିଁ ।
- କୌଣସି ଲକ୍ଷଣକୁ ଅବହେଳା ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
- କ୍ଷତ ନଶୁଖିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
- ସ୍ତନରେ ଗେଟା ହେଲେ ଅବହେଳା କରନ୍ତୁ ନାହିଁ ।
- ପ୍ରାଥମିକ ସ୍ତରରେ ହିଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
- କ୍ୟାନସର ରୋଗକୁ ଭୟ ନ କରି ଏହାର ଚିକିିତ୍ସା କରାନ୍ତୁ ।
ଡ଼ାକ୍ତର କ୍ଷିତୀଶ ମିଶ୍ର,
କର୍କଟ ରୋଗ ବିଶେଷଜ୍ଞ
କାର୍ସିନୋଭା କ୍ୟାନସର ହସ୍ପିଟାଲ, କଟକ
ଫୋନ୍- ୯୮୬୧୦୬୮୫୧୮
More Stories
ଶରୀରର ତାପମାତ୍ରା କହିବ ଡିପ୍ରେସନ୍ ର ଳକ୍ଷଣ
ଟିନ୍ ଏଜ୍ ରେ ପାଆନ୍ତୁ ବ୍ରଣରୁ ମୁକ୍ତି
ଅଧିକ ଚିନି ଶରୀରରେ କରିଥାଏ ଏହି ମାରାତ୍ମକ ରୋଗ