ସାଧାରଣତଃ ସ୍କ୍ରୁ ଖୋଲିଲେ ଏହାକୁ ଖୋଲୁଥିବା ବ୍ୟକ୍ତି ହିଁ ଜାଣିପାରନ୍ତି । ତେବେ ବୈଜ୍ଞାନିକମାନେ ଏଭଳି ସ୍କ୍ରୁ ନିର୍ମାଣ କରିଛନ୍ତି, ଯାହା ଢିଲା ହେଲେ ଆପେଆପେ ସୂଚନା ପ୍ରଦାନ କରିବ । ଏହି ସ୍ମାର୍ଟ ସ୍କ୍ରୁ ଟି ଲୋକଙ୍କୁ ବେଶ୍ ସାହାଯ୍ୟ କରିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି । ସ୍କ୍ରୁ ଲଗାଯିବା ବେଳେ ଯେତେ ଟାଇଟ୍ କରାଯାଇଥିଲେ ବି ଏହାର ଢିଲା ହବାର ସମ୍ଭାବନା ସବୁବେଳେ ରହିଥାଏ । ଏହି ପ୍ରକ୍ରିୟା ବିଭିନ୍ନ ପ୍ରକାରର କାରଣ ଉପରେ ନିର୍ଭର କରିଥାଏ । ଏହି ସ୍ମାର୍ଟ ସ୍କ୍ରୁରେ ଏକ ପ୍ରି ଆଟାଚ୍ ୱସାର ରହିଛି ଯେଉଁଥିରେ ପାଇଜୋରେଜିଷ୍ଟିଭ୍ ପଦାର୍ଥର ଏକ ସ୍ତର ରହିଛି । ଯେତେବେଳେ ସ୍କ୍ରୁ ଉପରେ କୌଣସି ଯାନ୍ତ୍ରିକ ବଳ ପ୍ରୟୋଗ ହେବ ଏହି ସ୍ତର ଆପେ ଆପେ ବୈଦୁ୍ୟତୁକ ପ୍ରତିରୋଧ ସୃଷ୍ଟି କରିଥାଏ । ଯଦି ସ୍କ୍ରୁ କୌଣସି ବି କାରଣରୁ ଢିଲା ହେବ, ତେବେ ଏହା ଏକ ସଙ୍କେତ ପ୍ରଦାନ କରିବ । ଏମ୍ଆଇଓଟିୱାଇ ପ୍ରୋଟୋକଲ ଏବଂ ରେଡିଓ ମୋଡୁଲ ବ୍ୟବହାର କରି ସ୍କ୍ରୁ ଏହି ସଙ୍କେତ ପ୍ରଦାନ କରିବ । ତେବେ ସଙ୍କେତ କିଛି କିମିର ବ୍ୟବଧାନରେ ଥିବା ଷ୍ଟେସନରେ ମଧ୍ୟ ପହଞ୍ଚି ପାରିବ । ଗୋଟିଏ ବେସ୍ ପାଖାପାଖି ୧୦୦,୦୦୦ ସ୍ମାର୍ଟ ସ୍କ୍ରୁକୁ ଟ୍ରାକ କରିପାରିବ । ତେବେ ପ୍ରଥମେ ଏହି ସ୍କ୍ରୁ ପରିଚାଳନା ପାଇଁ ବିଦୁ୍ୟତ୍ ଏକ ସମସ୍ୟା ପାଲଟିଥିଲା, କିନ୍ତୁ ପରେ ଗବେଷକମାନେ ଏହି ସମସ୍ୟାକୁ ମଧ୍ୟ ସମାଧାନ କରିଥିଲେ । ଏହା ବିଭିନ୍ନ ସମୟରେ ହେଉଥିବା ଦୁର୍ଘଟଣାକୁ ରୋକିପାରିବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ