ଦୁନିଆରେ ବିଭିନ୍ନ ପ୍ରକାରର ଜୀବ ରହିଛନ୍ତି। ସମସ୍ତଙ୍କର ଭିନ୍ନ ଭିନ୍ନ ଗୁଣ ରହିଛି। ଏହି ଗୁଣ ପାଇଁ ସେମାନେ ବିଭିନ୍ନ କାମରେ ବ୍ୟବହାର ହୁଅନ୍ତି। ଯେଉଁଥିପାଇଁ ଲୋକମାନେ କେତେକ ଜୀବଙ୍କୁ ଖୁବ୍ ଚଢାଦରରେ ଚୋରାରେ ବିକ୍ରି କରନ୍ତି। ଯାହାଫଳରେ କେତେକ ବିରଳ ପ୍ରଜାତି ବିଲୁପ୍ତ ହୋଇସାରିଲେଣି। ସେହିଭଳି ଏକ ବିରଳ ବେଙ୍ଗର ଦାମ ହେଉଛି କୋଟିଏ ଟଙ୍କା। ୨ ଇଂଚ ଲମ୍ବାର ଏହି ବେଙ୍ଗର ଖୁବ ଅଧିକ ଚୋରା ଚାଲାଣ ହୋଇଥାଏ। ଯାହାଫଳରେ ଏହାର ଦାମ ଏତେ ଅଧିକ। ପଏଜନ୍ ଡାର୍ଟ ନାମକ ଏହି ବେଙ୍ଗ ଦେଖିବାକୁ ଅନ୍ୟ ବେଙ୍ଗଙ୍କ ଠାରୁ ଅଲଗା। ଏହି ପ୍ରଜାତିର କେତେକ ବେଙ୍ଗଙ୍କ ଶରୀରରେ ହଳଦୀ ରଙ୍ଗରେ କଳା ରଙ୍ଗର ପଟି ଦେଖାଯାଇଥାଏ। ସେହିଭଳି ଏମାନଙ୍କର ଥିବା ବିଭିନ୍ନ ପ୍ରଜାତିର ବେଙ୍ଗଙ୍କର ଭିନ୍ନଭିନ୍ନ ଚମକିଲା ଗାଢ ରଙ୍ଗ ହୋଇଥାଏ। ତେବେ ସୂଚନା ଅନୁଯାୟୀ ଏହି ବେଙ୍ଗଟି ଦୁନିଆର ବିଷାକ୍ତ ଜୀବଙ୍କୁ ମଧ୍ୟ ଗୋଟିଏ। ଏଥିରେ ଏତେ ମାତ୍ରାରେ ବିଷ ଥାଏ କି ଏହା ୧୦ ଜଣଙ୍କର ଜୀବନ ନେଇପାରିବ। ଯେଉଁ କାରଣରୁ ଏହାର ଖୁବ୍ ଚୋରାଚାଲାଣ ହୋଇଥାଏ। ଏହାର ବିଷ ମାତ୍ର ତିିନି ମିନିଟ୍ରେ ପ୍ରଭାବ ପକାଇବା ଆରମ୍ଭ କରିଥାଏ। ଏହି ବିଷାକ୍ତ ବେଙ୍ଗ ଗୁଡିକ କଲୋମ୍ବିଆର ବର୍ଷାବନରେ ମିଳିଥାଆନ୍ତି। ବେଙ୍ଗଙ୍କ ଉପରେ ହୋଇଥିବା ଏକ ଗବେଷଣାର ତଥ୍ୟ ଅନୁଯାୟୀ ଯେଉଁ ବେଙ୍ଗ ଯେତେ ଚମକଦାର ସିଏ ସେତେ ବିଷାକ୍ତ।
More Stories
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା