The Topmost

“The eyes believe themselves, the ears believe other people.”

World Autism Awareness Day

ବିଶ୍ୱ ଅଟିଜିମ୍‌ ଦିବସ

ପ୍ରତିବର୍ଷ ଏପ୍ରିଲ୍‌ ମାସ୨ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ଅଟିଜିମ୍‌ ଦିବସ । ଏହି ଦିବସ ପାଳନର ମୂଳ ଲକ୍ଷ ହେଉଛି ବିଶ୍ୱସ୍ତରରେ ଅଟିଜିମ ରୋଗୀଙ୍କୁ ନେଇ ସଚେତନତା ସୃଷ୍ଟି କରିବା । ପ୍ରଥମେ ଏହି ଦିବସକୁ ସଂଯୁକ୍ତ ରାଷ୍ଟ୍ର ପରିଷଦ ପାଳନ କରିବା ପାଇଁ ଯୋଜନା କରିଥିଲା । ପ୍ରଥମ ଥର ପାଇଁ ଏହି ଦିବସ ୨୦୦୮ରେ ପାଳନ ହୋଇଥିଲା । ଅଟିଜିମ୍‌ ଏପରି ଏକ ମାନସିକ ସ୍ଥିତି ଯାହା ଦ୍ୱାରା ଅନ୍ୟ ମାନଙ୍କ ସହକଥା ହେବା, କୌଣସି କଥା ବୁଝିବା, ସାଧାରଣ ବ୍ୟବହାରରେ ଅସୁବିଧା ଦେଖାଦେଇଥାଏ । ଏହି ରୋଗ ସାଧାରଣତଃ ପିଲାଦିନୁ ଆରମ୍ଭ ହୋଇଥାଏ । ଶିଶୁଟିର ବିକାଶ ଏହି ରୋଗ କାରଣରୁ ବାଧା ପ୍ରାପ୍ତ ହୋଇଥାଏ । ଏହି ରୋଗ ହେଲେ ସେମାନେ ଧୀମା ହୋଇଯାଆନ୍ତି । କୌଣସି ବି କଥାରେ ସେମାନେ ପ୍ରତିକ୍ରିୟା ପ୍ରକାଶ କରିବାରେ ଅସମର୍ଥ ଥାଆନ୍ତି । ତେବେ ପ୍ରାଥମିକ ସ୍ତରରେ ଏହି ରୋଗକୁ ଚିହ୍ନଟ କରି ଡାକ୍ତରଙ୍କ ପରାମର୍ଶ ନେଲେ ଏହି ରୋଗର ଉପଶମ ସମ୍ଭବ । ଆଜି ମଧ୍ୟ ଏହି ରୋଗ ବିଷୟରେ ଅନେକ ଲୋକ ଅନିଭିଜ୍ଞ ଥିବାରୁ , ଦିବସରେ ସେହିଭଳି ଲୋକଙ୍କୁ ସଚେତନ କରାଯାଇଥାଏ ।

http://thetopmost.in/?p=1035

http://thetopmost.in/?p=1030

http://thetopmost.in/?p=1027

http://thetopmost.in/?p=1010

ତେବେ ଏହି ରୋଗ ଚିହ୍ନଟରେ ମା’ ବାପା ଓ ପରିବାର ସଦସ୍ୟଙ୍କର ମୁଖ୍ୟ ଭୂମିକା ରହିଥାଏ । ସେମାନେ ଶିଶୁଟିର ପାଖେପାଖେ ରହିଥିବାରୁ ସେମାନଙ୍କର ଦାୟିତ୍ୱ ବଢିଯାଇଥାଏ ।