ପ୍ରାକୃତିକ ପରିବର୍ତ୍ତନ ଧୀରେଧୀରେ ସମସ୍ତଙ୍କୁ ଡରାଇବାରେ ଲାଗିଛି । ଏ ସମ୍ପର୍କିତ ଏଭଳି ଅନେକ ତଥ୍ୟ ସାମନାକୁ ଆସୁଛି ଯାହା ପରିବେଶବିତ୍ଙ୍କୁ ଚିନ୍ତାରେ ପକାଉଛି । ପତ୍ରିକା ନେଚର୍ ହାଇଲାଇଟସ୍ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦୁନିଆରେ ଥିବା ବିଭିନ୍ନ ସରୀସୃପ ପ୍ରଜାତି ବିଲୁପ୍ତ ସ୍ଥିତିରେ ଅଛନ୍ତି । ଏହି ଗବେଷଣା ଅନୁଯାୟୀ ପ୍ରାୟ ୧୦,୧୯୬ ସରୀସୃପ ପ୍ରଜାତିରୁ ୧୮୨୯ପ୍ରଜାତି ବିଲୁପ୍ତ ସ୍ଥିତିରେ ଥିବା ଆକଳନ କରାଯାଉଛି । ଏହି ତାଲିକାରେ ୪୧ ପ୍ରତିଶତ ଉଭୟଚରପ୍ରାଣୀ, ୨୧ପ୍ରତିଶତ ସ୍ତନ୍ୟପାୟୀ, ୧୪ ପ୍ରତିଶତ ପକ୍ଷୀ, ୫୮ ପ୍ରତିଶତ କୁମ୍ଭୀର, ୫୦ ପ୍ରତିଶତ କଇଁଛ ପ୍ରଜାତି ସାମିଲ ଅଛନ୍ତି । ଏସିଆର ଦକ୍ଷିଣଭାଗ, ଭାରତ, ପଶ୍ଚିମଆଫ୍ରିକା ଏବଂ କ୍ୟାରେବିଆନ ଅଞ୍ଚଳ ହେଲା ସର୍ବାଧୀକ ୧୫ ପ୍ରତିଶତ ଅଞ୍ଚଳ ଯେଉଁଠି ଏହି ସମସ୍ୟା ଅଧିକା । ତେବେ ଜଙ୍ଗଲ ଅଞ୍ଚଳରେ ବାସ କରୁଥିବା ସରୀସୃପଙ୍କ ତୁଳନାରେ ସୁଖାଅଞ୍ଚଳର ସରୀସୃପ ଅଧିକା ସୁରକ୍ଷିତ । ତେବେ ଏହାର କାରଣ ବିଭିନ୍ନ ପ୍ରକାରର ରହିଛି, ଏହାକୁ ଖୁବ୍ ଜଲଦି ଧ୍ୟାନ ଦେବା ପାଇଁ ରିପୋର୍ଟରେ ପରାମର୍ଶ ଦିଆଯାଇଛି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ