The Topmost

“The eyes believe themselves, the ears believe other people.”

bed room acording to vastu shastra @thetopmost-01

ବାସ୍ତୁ ହିସାବରେ ନିର୍ମାଣରେ କରନ୍ତୁ ଶୋଇବା ଘର

ଘରର ଶୋଇବା ଘର ସୁଖ ଓ ଆରାମର ପ୍ରମୁଖ ଯାଗା। ଏହି ଘରୁ ହିଁ ପୁରା ଘରର ସୁଖ ଶାନ୍ତି ନିୟନ୍ତ୍ରିତ ହୋଇଥାଏ। ତେବେ ସମସ୍ତେ ନିଜ ଶୋଇବା ଘରର ଡିଜାଇନ ନେଇ ବେଶ୍ ଯତ୍ନବାନ ରହିଥାଆନ୍ତି। କିଭଳି ଏହି ଘରଟିକୁ ସୁନ୍ଦର ଓ ଆରାମ ଦାୟକ କରିପାରିବେ ସେ ଦିଗରେ କାମ କରନ୍ତି। ଶୋଇବା ଘରେ କେଉଁ ରଙ୍ଗ ଦିଆଯିବ, କେଉଁ ଜିନିଷ ରହିବ ସେ ଦିଗରେ ଧ୍ୟାନ ଦିଅନ୍ତି। ହେଲେ ଏ ସମସ୍ତ ଭିତରେ ଆପଣଙ୍କୁ ବାସ୍ତୁ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ। ଜ୍ୟୋତିଷୀଙ୍କ ହିସାବରେ ଶୋଇବା ଘରେ ଶୁକ୍ର ଓ ଚନ୍ଦ୍ରମାର ପ୍ରଭାବ ରହିଥାଏ। ତେଣୁ ଶୋଇବା ଘରେ କିଛି ଅସୁବିଧା ହେଲେ ଘରେ ଅଶାନ୍ତି ହୋଇଥାଏ। ଶୋଇବା ଘରର ବାସ୍ତୁ ଠିକ୍ ନଥିଲେ ପତି ପତ୍ନୀ ଭିତରେ କଳି ଝଗଡା ହୋଇଥାଏ ବୋଲି ଜ୍ୟୋତିଷ ମାନେ ମତ ଦିଅନ୍ତି। ତେଣୁ ବାସ୍ତୁ ହିସାବରେ ଘରର ଶୋଇବା ଘର ହେବା ନିହାତି ଜରୁରୀ।
ଶୋଇବା ଘର ନିର୍ମାଣ ସମୟରେ ସର୍ବଦା ସକରାତ୍ମକ ଉର୍ଜା ଉପରେ ପ୍ରମୁଖ ଧ୍ୟାନ ଦିଅନ୍ତୁ। ଯେଉଁ କାରଣରୁ ଆପଣ ଏଠାରେ ସର୍ବଦା ଫୂର୍ତି ରହିବେ। ଏହାସହ ସର୍ବଦା ଆପଣ ସୁସ୍ଥ ଓ ଖୁସି ଅନୁଭବ କରିବେ। ସେହିଭଳି ଘରର ଦକ୍ଷିଣ ପଶ୍ଚିମ ଦିଗରେ ସର୍ବଦା ଶୋଇବା ଘର ରଖିବାକୁ ଚେଷ୍ଟା କରନ୍ତୁ। ଏହା ଛଡା ବେଡ୍ରୁମ୍କୁ ପଶ୍ଚିମ ଦିଗରେ ମଧ୍ୟ ଆପଣ ରଖିପାରିବେ।

ଶୋଇବାଘର ନିର୍ମାଣର ଦିଗ ଛଡା ଏଥିରେ ବ୍ୟବହାର ହେଉଥିବା ଖଟ ଉପରେ ମଧ୍ୟ ଧ୍ୟାନଦେବାକୁ ହୋଇଥାଏ। କେବେ ବି ପଲଙ୍କକୁ ଲୁହା କିମ୍ବା ଧାତୁରୁ ନିର୍ମାଣ କରନ୍ତୁ ନାହିଁ। ଏହାସହ ଖଟତଳେ ଚପଲ କିମ୍ବା ଜୋତା ରଖନ୍ତୁ ନାହିଁ। 
https://thetopmost.in/?p=2166
https://thetopmost.in/?p=1470
https://thetopmost.in/?p=931
https://thetopmost.in/?p=1947
bed room acording to vastu shastra @thetopmost-01
bed room acording to vastu shastra @thetopmost-01