ହିରୋପନତି ସହିତ ଡେବ୍ୟୁ କରିଥିବା ଅଭିନେତ୍ରୀ କ୍ରିତି ସେନନ୍ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଦେଇଛନ୍ତି । କ୍ରିତି ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ୮ ବର୍ଷ ପୂରଣ କରିଛନ୍ତି । ଏହି ବିଶେଷ ଅବସରରେ କ୍ରିତି ଜଣେ ବ୍ୟବସାୟୀ ଭାବରେ ତାଙ୍କର ନୂତନ ଯାତ୍ରା ଘୋଷଣା କରିଛନ୍ତି । ଅଭିନେତ୍ରୀ ନିଜର ଫିଟନେସ୍ ବ୍ରାଣ୍ଡ ଦି ଟ୍ରାଇବକୁ ଲଞ୍ଚ କରିଛନ୍ତି । କ୍ରିତି ସେନନ୍ ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରିଛନ୍ତି, ଯେଉଁଥିରେ କ୍ରିତି ଜିମ୍ ପୋଷାକରେ ନଜର ଆସିଛନ୍ତି । କ୍ରିତି ତାଙ୍କ ତିନି ପ୍ରଶିକ୍ଷକ ଏବଂ ସହ-ପ୍ରତିଷ୍ଠାତା ରବିନ୍ ବେହଲ୍, କରଣ ସାହନି ଏବଂ ଅନୁଷ୍କା ନନ୍ଦିନୀଙ୍କ ସହ ଅଛନ୍ତି ।
କ୍ରିତି ଲେଖିଛନ୍ତି, ୮ ବର୍ଷ ପୂର୍ବେ, ମୁଁ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ଅଭିନେତା ଭାବରେ ମୋର ଯାତ୍ରା ଆରମ୍ଭ କରିଥିଲି । ଯେଉଁମାନେ ମୋତେ ବିଶ୍ୱାସ କରୁଥିଲେ ଏବଂ ମୋତେ ଉଡ଼ିବା ପାଇଁ ଡେଣା ଦେଇଥିଲେ । ଆଜି ସେ ବିଶ୍ୱାସକୁ ୮ ବର୍ଷ ପୁରିଛି । ମୁଁ ଓ ମୋର ତିନିଜଣ ଆଶ୍ଚର୍ଯ୍ୟଜନକ ସହ-ପ୍ରତିଷ୍ଠାତା ଅନୁଷ୍କା ନନ୍ଦାନୀ, କରଣ ସାହନି ଏବଂ ରବିନ୍ ବେହଲଙ୍କ ସହ ଏକ ଉଦ୍ୟୋଗୀ ଭାବରେ ମୋର ଯାତ୍ରା ଘୋଷଣା କରିବାକୁ ଯାଉଛି । ପୋଷ୍ଟର କ୍ୟାପସନରେ କ୍ରିତି ତାଙ୍କ ଫିଟନେସ୍ ଯାତ୍ରା ବିଷୟରେ ମଧ୍ୟ ଲେଖିଥିଲେ, ଯାହା ଫିଲ୍ମ ମିମି ପରେ ୨୦୨୧ ରେ ଆରମ୍ଭ ହୋଇଥିଲା । ଏହି ଚଳଚ୍ଚିତ୍ର ପାଇଁ ଅଭିନେତ୍ରୀ ୧୫ କିଲୋଗ୍ରାମ ଓଜନ ବଢାଇଥିଲେ ।
ଅଭିନେତ୍ରୀ ଜଣକ କହିଛନ୍ତି ଯେ ଯେତେବେଳେ ଲକଡାଉନ୍ ସମୟରେ ଜିମ୍ ଗୁଡିକ ବନ୍ଦ ହୋଇଗଲା, ସେତେବେଳେ ଫିଟ୍ ରହିବାରେ ତାଙ୍କୁ ରବିନ୍, କରଣ ଏବଂ ଅନୁଷ୍କା ସମର୍ଥନ କରିଥିଲେ । ସେ ଏହା ମଧ୍ୟ ଲେଖିଛନ୍ତି ଯେ ଫିଟ୍ ରହିବା ପାଇଁ ଆପଣଙ୍କୁ ପ୍ରେରଣା, ସଠିକ୍ ମାର୍ଗଦର୍ଶନ ଏବଂ ଜଣେ ବ୍ୟକ୍ତି ଯିଏ ଆପଣଙ୍କର ବ୍ୟାୟାମକୁ ମଜାଳିଆ କରିପାରିବେ ବାସ ସେତିକି ଦରକାର । ଆଉ ମତେ ମିଳିଥିଲେ ଏହି ୩ । ତେବେ ତାଙ୍କର ଏହି ବ୍ରାଣ୍ଡ୍ ଲଞ୍ଜ ଉପରେ ଅନେକ ଲୋକଙ୍କ ସହାୟତା ଓ ହାତ ରହିଛି ବୋଲି ମଧ୍ୟ କହିଥିଲେ ।
1 thought on “ବଲିଉଡରେ ୮ ବର୍ଷ ପୂରଣ ପରେ ନିଜ ବ୍ରାଣ୍ଡ ଉଦଘାଟନ କଲେ କ୍ରିତି”