ଖରାରୁ ରକ୍ଷା ପାଇବା ପାଇଁ ଘରେ ଫ୍ୟାନ୍, ଏସି, କୁଲରର ବ୍ୟବହାର ହୋଇଥାଏ । ହେଲେ ବାହାରକୁ ଯିବା ବେଳେ ଏହି ସୁବିଧା ମିଳିନଥାଏ । ଯାହାର ନିଜସ୍ୱ ଗାଡି ରହିଛି ସେମାନଙ୍କୁ ଗାଡିରେ ଏସି ମିଳିଥାଏ, ହେଲେ ଅଟୋରେ ଏହି ସୁବିଧା ମିଳିବା କଷ୍ଟ । ତେବେ ଦିଲ୍ଲୀର ସଡକରେ ଏଭଳି ଏକ ଅଟୋ ଗଡୁଛି, ଯାହା ସୋସିଆଲ ମିଡିଆରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । ଏହି ଅଟୋରେ ରହିଛି ପ୍ରାକୃତିକ ଏସିର ସୁବିଧା । ମହେନ୍ଦ୍ର କୁମାର ନାମକ ଜଣେ ବ୍ୟକ୍ତି ଏହି ଅଟୋ ଚଳଉଛନ୍ତି । ମହେନ୍ଦ୍ର ନିଜ ଅଟୋ ଉପରେ ଏକ ବଗିଚା ତିଆରି କରିଛନ୍ତି, ଯେଉଁଥିରେ ପ୍ରାୟ ୨୦ଟି ଗଛ ଲାଗିଛି । ବର୍ତ୍ତମାନ ଖରା ବଢିବାରେ ଲାଗିଛି, ଯାହାର ଏକ ପ୍ରାକୃତିକ ସମାଧାନ ବାହାର କରିଛନ୍ତି ମହେନ୍ଦ୍ର । ତାଙ୍କର ଗତିଶୀଳ ବଗିଚା ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ଅନେକ ଗ୍ରାହକ ତାଙ୍କ ଅଟୋରେ ବସିବା ସହିତ ସେଲଫି ମଧ୍ୟ ନେଉଛନ୍ତି । ସୋସିଆଲ ମିଡିଆରେ ମହେନ୍ଦ୍ର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛନ୍ତି ।
“The eyes believe themselves, the ears believe other people.”
More Stories
ଅଧିକ ମାଂସ ଖାଉଥିଲେ ହୋଇପାରେ ଏହି ବଡ ସମସ୍ୟା
ଜାଣନ୍ତୁ ଘରେ ମିଳୁଥିବା ପୋଦିନା ପତ୍ରର ଔଷଧୀୟ ଗୁଣ
ଚର୍ମ ଶୁଖିଲା ବା କୁଣ୍ଡେଇ ହେଉଛି କି