The Topmost

“The eyes believe themselves, the ears believe other people.”

Namrata-Sheth

ପ୍ରଥମ ପଦାର୍ପଣ ଦେଇଛି ଖୁସି

ମଡେଲ୍‌ରୁ ଅଭିନେତ୍ରୀ ପାଲଟିଥିବା ନମ୍ରତା ସେଠ୍‌କୁ ନେଇ ଆଜିକାଲି ସବୁଠି ଚର୍ଚ୍ଚା । ପ୍ରଥମେ ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା ନମ୍ରତା ୨୦୧୯ରେ ଆସିଥିବା ଦର୍ଶନ ରାୱଲଙ୍କ ମୁ୍ୟଜିକ ଭିଡିଓ ଭୁଲା ଦିୟାରେ ନଜର ଆସିଥିଲେ । ଗୀତଟି ସୋସିଆଲ ମିଡିଆରେ ହିଟ୍‌ ସାବ୍ୟସ୍ତ ହୋଇଥିଲା । ହେଲେ ଏଥିରେ ଦର୍ଶକଙ୍କ ମନରେ ସେ ଦୀର୍ଘ ଛାପ ଛାଡ଼ିବାରେ ସକ୍ଷମ ହୋଇପାରିନଥିଲେ । କିନ୍ତୁ ନିକଟରେ ଓଟିଟି େୱବସିରିଜ୍‌ ଗିଲଫି ମାଇଣ୍ଡସ୍‌ରେ ତାଙ୍କ ଅଭିନୟ ଦେଖି ସମସ୍ତେ ଭରପୂର ପ୍ରଶଂସା କରିଛନ୍ତି । ଆମାଜନ ପ୍ରାଇମ ଭିଡିଓର ଏହି େୱବସିରିଜ୍‌ ଜରିଆରେ ନମ୍ରତା ଅସଲ ଅଭିନୟ ଦୁନିଆରେ ପ୍ରବେଶ କରିଛନ୍ତି । ଏହି ସିରିଜ୍‌ରେ ବରୁଣ ମିତ୍ରା, ଶ୍ରେୟା ପିଲଙ୍ଗାକୋର୍‌, ସୁଗନ୍ଧା ଗର୍ଗ ଏବଂ ସତିଶ୍‌ କୌଶିକଙ୍କ ପରି ପ୍ରତିଭାବାନ କଳାକାରଙ୍କ ସହ ନମ୍ରତା ଜଣେ ଓକିଲ ଚରିତ୍ରରେ ଅବତୀର୍ଣ୍ଣ ହୋଇ ସ୍କ୍ରିନ ସେୟାର କରିଛନ୍ତି ।

ଏତେ ଜଣ ବରିଷ୍ଠ କଳାକାରଙ୍କ ମଧ୍ୟରେ ନମ୍ରତାଙ୍କ ଅଭିନୟ ଦକ୍ଷତା ବାରି ହୋଇପଡ଼ିଛି, ଯାହାକୁ ଦର୍ଶକଙ୍କ ସହ ସିନେସମୀକ୍ଷକ ମଧ୍ୟ ପସନ୍ଦ କରିଛନ୍ତି । ପ୍ରଥମ ଓଟିଟି ପଦାର୍ପଣ ତାଙ୍କୁ ଢେରସାରା ଖୁସି ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ନମ୍ରତା । ଆଗକୁ ନମ୍ରତାଙ୍କର ଏକ ଶୋ ସୋନି ଲିଭ୍‌ରେ ଆସିବାକୁ ଯାଉଛି, ଯାହାର ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ଏହା ବ୍ୟତୀତ ନେଟ୍‌ଫ୍ଲିକ୍ସରେ ଆସିବାକୁ ଥିବା ଇଣ୍ଟରନାଲୀ କନ୍‌ଫୁ୍ୟଜଡ୍‌ ଆଣ୍ଡ୍‌ ଇଗର୍‌ ଫର୍‌ ଲଭ୍‌ ଶୋରେ ନଜର ଆସିବେ । ପ୍ରଥମ ଓଟିଟି ଡେବୁ୍ୟରେ ବହୁତ ବୋଲï ସିନ୍‌ ଦେଇଥିବା ଅଭିନେତ୍ରୀ ନମ୍ରତା ସୋସିଆଲ ମିଡିଆରେ ଖୁବ ଆକଫିଭ୍‌ । ପ୍ରତିଦିନ ସେ କିଛି ନା କିଛି ତାଙ୍କର ବୋଲï ଫଟୋ ଅପଲୋଡ୍‌ କରି ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ପସନ୍ଦ କରନ୍ତି ।

@thetopmost-01

https://thetopmost.in/?p=1661

https://thetopmost.in/?p=1742

https://thetopmost.in/?p=1764

https://thetopmost.in/?p=1800