The Topmost

“The eyes believe themselves, the ears believe other people.”

women in saree

ପୋଷାକକୁ ନେଇ ପୂଜା ବିଧି

ପୂଜାପୂଜିକୁ ନେଇ ହିନ୍ଦୁ ଧର୍ମରେ ଅନେକ ନିୟମ ରହିଛି। ସେହି ଅନୁସାରେ ପ୍ରତ୍ୟେକ ପୂଜାର ନିୟମ ଅଲଗା ହୋଇଥାଏ। ଏହି ନିୟମ ଅନୁସାରେ ସମସ୍ତ ପୂଜା କରାଯାଇଥାଏ। ତେବେ ଜ୍ୟୋତିଷ ଶାସ୍ତ୍ର ସହ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଅନେକ ନିୟମ ରହିଥାଏ। ଏହି ଶାସ୍ତ୍ରରେ ପୂଜା ସମୟରେ କେଉଁ ପ୍ରକାର ପୋଷାକ ପିନ୍ଧିବ ସେ ନେଇ ବର୍ଣ୍ଣନା ରହିଛି, ଆସନ୍ତୁ ଜାଣିବା ସେହିଭଳି କେତେକ ନିୟମ ବିଷୟରେ

women in saree
women in saree @thetopmost-01


ପିନ୍ଧନ୍ତୁ ନାହଁ ଏହି ରଙ୍ଗ : ବାସ୍ତୁ ଅନୁସାରେ କୌଣସି ବି ବ୍ୟକ୍ତି ପୂଜା ସମୟରେ ନୀଳ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ୍ ନୁହେଁ। ଆପଣ ଧଳା, ହଳଦିଆ କିମ୍ବା ନାଲି ରଙ୍ଗର ପୋଷାକ ବ୍ୟବହାର କରନ୍ତୁ। ତାହା ଅତ୍ୟନ୍ତ ଶୁଭ ହୋଇଥାଏ। ତେବେ ଶନିଙ୍କର ପ୍ରିୟ ରଙ୍ଗ ନୀଳ ଓ କଳା ହୋଇଥାଏ। ତେଣୁ ଆପଣ ଶନି ପୂଜାରେ ନୀଳ ବଦଳରେ କଳା ରଙ୍ଗର ପୋଷାକ ପିନ୍ଧିପାରିବେ।

women in saree
women in saree @thetopmost-01630-01872898 Model Release: Yes Property Release: No Mid adult woman praying in front of Lord Shiva


ଶାଢୀ ଓ କୁର୍ତ୍ତା ସବୁଠାରୁ ଭଲ : ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ସମୟରେ ସ୍ୱଚ୍ଛ ପୋଷାକ ଧାରଣ କରିବା ଉଚିତ୍। ତେଣୁ ପୁରୁଷ ମାନେ ଧୋତି ଓ କୁର୍ତ୍ତା ଏବଂ ମହିଳା ମାନେ ଶାଢୀ ପିନ୍ଧି ପାରିବେ। ଯାହା ପୂଜାର ଶୁଦ୍ଧତାକୁ ବଢାଇ ଦେଇଥାଏ ବୋଲି ବିଶ୍ୱାସ ରହିଛି।
ଅପରିଷ୍କାର ପୋଷାକଠୁ ରୁହନ୍ତୁ ଦୂରରେ : ସର୍ବଦା ବ୍ୟକ୍ତିଙ୍କୁ ଧ୍ୟାନ ରଖିବାକୁ ହେବ କି ପୂଜା ସମୟରେ ଅପରିଷ୍କାର ପୋଷାକଠାରୁ କିଭଳି ଦୂରରେ ରହିବେ। କେବେ ବି ଭଗବାନଙ୍କ ପୂଜାରେ ଅପରିଷ୍କାର, ଚିରା ଫଟା ପୋଷାକ ପିନ୍ଧନ୍ତୁ ନାହିଁ। ତେଣୁ ପୂଜାରେ ସର୍ବଦା ସଫା ପିନ୍ଧନ୍ତୁ।
https://thetopmost.in/?p=1197

https://thetopmost.in/?p=1176

https://thetopmost.in/?p=1170

https://thetopmost.in/?p=1143

women in saree
women in saree @thetopmost-01

ଶୁଭ ହୋଇଥାଏ ହଳଦିଆ ରଙ୍ଗ : ସବୁ ପୂଜାରେ ଆପଣ ହଳଦିଆ ରଙ୍ଗର ପୋଷାକ ପିନ୍ଧିପାରିବେ। ହଳଦିଆ ରଙ୍ଗ ପୂଜା ପାଠ ପାଇଁ ଶୁଭ ହୋଇଥାଏ। ଭଗବାନ ବିଷ୍ଣୁଙ୍କର ଏହା ପ୍ରିୟ ରଙ୍ଗ। ସେହିଭଳି ଶିବଙ୍କ ପୂଜାରେ ହଳଦିଆ ଓ ଧଳା ରଙ୍ଗର ପୋଷାକ ପିନ୍ଧନ୍ତୁ ପୂଜା ସଫଳ ହେବ। ହେଲେ ଶିବଙ୍କ ପୂଜାରେ କେବେ ବି କଳା ରଙ୍ଗର ପୋଷାକ ଧାରଣ କରନ୍ତୁ ନାହିଁ। ଏହାକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ।