lelo angoor

ପୁଣି ଜଣେ ଇଣ୍ଟରନେଟ୍‌ ସେନସେଶନ୍‌ ଲେଲୋ.. ଅଙ୍ଗୁର୍‌

ସୋସିଆଲ ମିଡିଆ ଏପରି ଏକ ପ୍ଲାଟଫର୍ମ ଯେଉଁଥିରେ ଯେ କେହି ବି ରାତାରାତି ଫେମସ୍‌ ହେଇପାରିବ । ଓ ନେମ୍‌ ଫେମ୍‌ କରିପାରିବ । ଏଥିପାଇଁ ଆପଣଙ୍କ ପାଖରେ ପଇସା ନଥିଲେ କି ଆପଣ ଜଣେ ତାରକା ନହୋଇଥିଲେ ବି ଚଳିବ । ଏଥିପାଇଁ କେବଳ ଗୋଟିଏ କ୍ରାଇଟେରିଆ ରହିଛି, ଆଉ ତାହା ହେଉଛି ଆପଣଙ୍କ ପାଖରେ ଭରପୁର ଟ୍ୟାଲେଣ୍ଟ ଥିବା ଆବଶ୍ୟକ । ଯଦି ଆପଣଙ୍କ ପାଖରେ ଟ୍ୟାଲେଣ୍ଟ ଅଛି ତେବେ ଜନତା ଆପଣଙ୍କୁ ନିଶ୍ଚୟ ପସନ୍ଦ କରିବେ । ଏହାର ଜ୍ୱଳନ୍ତ ଉଦାହରଣ ଆମ ସାମ୍ନାରେ ନିକଟରେ ଘଟିଛି ।

ଆମେ ଏଠି କହୁଛୁ କଚ୍ଚା ବାଦାମ୍‌ ଗୀତରୁ ରାତାରାତି ବାଦାମ ବିକାଳୀରୁ ଫେମ୍‌ ହାସଲ କରିଥିବା ଭୁବନ ବାଦ୍ୟକାରଙ୍କ କଥା । ସେ ନିଜ ଗୀତ ପାଇଁ ରାତାରାତି ଇଣ୍ଟରନେଟ୍‌ ସେନସେଶନ୍‌ ପାଲଟି ଯାଇଥିଲେ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବହୁ ନାମି କଳାକାର ଓ ସେଲିବ୍ରିଟି ମଧ୍ୟ ଭୁବନଙ୍କ କଚ୍ଚା ବାଦାମ ଗୀତରେ ରିଲ୍ସ କରିଥିଲେ । ଏବେ ଭୁବନଙ୍କ ପରେ ଆଉ ଜଣେ ଅଙ୍ଗୁର ବେପାରୀ ନିଜର ଏକ ଗୀତ ଖଞ୍ଜିଛନ୍ତି । ଏବଂ ନିଜ ଗୀତକୁ ଗାଉଥିବା ବେଳେ ଜଣେ କେହି ତାଙ୍କ ଗୀତକୁ ଅପଲୋଡ କରିଛନ୍ତି ।

http://thetopmost.in/?p=991

http://thetopmost.in/?p=985

http://thetopmost.in/?p=980

http://thetopmost.in/?p=976

ଏହି ଗୀତଟି ଜଣେ ସାଲୀମିନାୟତ ନାମକ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ତେବେ ଏହାର ପ୍ରକୃତ ଲୋକେଶନ୍‌ ଜଣା ପଡିନାହିଁ । ସେ ଏହି ଭିଡିଓରେ ନିଜ ଅଙ୍ଗୁରର ଦାମ କହି କହୁଛନ୍ତି ଲେଲୋ.. ୧୫ ରୁପେକେ ୧୨ ଅଙ୍ଗୁର.. ତେବେ ଏହି ଭିଡିଓଟି ଅପଲୋଡ ହେବାର କିଛି ସମୟ ଭିତରେ ହିଁ ୨.୫ ମିଲିଅନ୍‌ ଭିଉ କରିସାରିଛି ।

SHARE BY