The Topmost

“The eyes believe themselves, the ears believe other people.”

fewf

ପୁଟିନଙ୍କ ଚେତାବନୀ ନମାନି ନାଟୋରେ ସାମିଲ ହେଲେ ଫିନଲ୍ୟାଣ୍ଡ ଓ ବ୍ରାଜିଲ୍‌

ବ୍ରାଜିଲ: ମଇ ୧୮: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍‌ଙ୍କ ଚେତାବନୀ ସତ୍ତେ୍ୱ ଆଜି ଫିନଲ୍ୟାଣ୍ଡ୍‌ ଓ ସ୍ୱିଡେନ୍‌ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱାଧୀନ ମେଣ୍ଟ ନର୍ଥ ଆଟ୍ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେସନ୍‌ର ସଦସ୍ୟତା ନିମନ୍ତେ ଆବେଦନ କରିଛନ୍ତି । ରୁଷ୍ର ୟୁକ୍ରେନ୍‌ ଆକ୍ରମଣ ଯୋଗୁଁ ନିରାପତ୍ତାଜନିତ ଚିନ୍ତାରେ ପଡ଼ି ଫିନ୍ଲାଣ୍ଡ୍‌ ଓ ସ୍ୱିଡେନ୍‌ ସଦସ୍ୟତା ନିମନ୍ତେ ଆବେଦନ କରିଥିବା ନାଟୋର ମହାସଚିବ ଜେନ୍ସ୍‌ ଷ୍ଟୋଲେଫନ୍ୱର୍ଗ ସୁନିଶ୍ଚିତ କରି କହିଛନ୍ତି । ସାମ୍ବାଦିକମାନଙ୍କ ସହ ଆଳାପ କରିବା ବେଳେ ଷ୍ଟୋଲେଫନ୍ୱର୍ଗ କହିଛନ୍ତି, ନାଟୋରେ ଯୋଗ ଦେବା ନିମନ୍ତେ ଫିନ୍ଲାଣ୍ଡ୍‌ ଓ ସ୍ୱିଡେନର ଅନୁରୋଧକୁ ମୁଁ ଭବ୍ୟ ସ୍ୱାଗତ କରୁଛି । ଆପଣମାନେ ଆମର ଘନିଷ୍ଠ ସହଯୋଗୀ ।

ଦୁଇ ଦେଶର ରାଷ୍ଟ୍ରଦୂତମାନଙ୍କଠାରୁ ଷ୍ଟୋଲେଫନ୍ୱର୍ଗ ନାଟୋ ମୁଖ୍ୟାଳୟରେ ଆବେଦନ ପତ୍ର ଗ୍ରହଣ କରିଥିଲେ । ୩୦ ସଦସ୍ୟ ବିଶିଷ୍ଟ ଦେଶମାନଙ୍କଦ୍ୱାରା ଏହି ଆବେଦନ ପତ୍ରର ବିଚାର କରାଯିବ । ଫିନଲ୍ୟାଣ୍ଡ୍‌ ଏବଂ ସ୍ୱିଡେନ୍‌ ଯୋଗ ଦେବାରେ ତୁର୍କୀର ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ୍‌ ଆପତ୍ତି କରିଥିଲେ ବି ବିଚାର ପ୍ରକ୍ରିୟା ୨ ସପ୍ତାହ ଲାଗିବ । ଯଦି ତାଙ୍କ ଆପତ୍ତି ଅଗ୍ରାହ୍ୟ ହୋଇଯାଏ, ସେମାନଙ୍କୁ ଗ୍ରହଣ କରାଯିବା ଅଲୋଚନା ଅବ୍ୟାହତ ରହିବ । ଦୁଇ ମାସ ମଧ୍ୟରେ ଦୁଇ ଦେଶ ନାଟୋର ସଦସ୍ୟ ହୋଇପାରିବେ । ଏହି ପ୍ରକ୍ରିୟା ପାଇଁ ସାଧାରଣତଃ ୧୨ ମାସ ଲାଗୁଥିଲେ ବି, ରୁଷଠାରୁ ଦୁଇ ଦେଶ ଧମକ ପାଇଥିବାରୁ ନାଟୋ ତୁରନ୍ତ ସେମାନଙ୍କୁ ସଦସ୍ୟତା ଦେବାକୁ ତତ୍ପରତା ପ୍ରକାଶ କରିଛି ।

https://thetopmost.in/?p=1797

https://thetopmost.in/?p=1735

https://thetopmost.in/?p=1635

https://twitter.com/jensstoltenberg/status/1526817668212396032

https://thetopmost.in/?p=2166