The Topmost

“The eyes believe themselves, the ears believe other people.”

made friendship with your baby

ପିଲାଙ୍କ ସହିତ ବଢାନ୍ତୁ ବନ୍ଧୁତା

ଆଜିକାଲି ବ୍ୟସ୍ତତା ପାଇଁ ଛୁଆଙ୍କୁ ପାଳିବାରେ ଅଭିଭାବକ ମାନେ ବିଭିନ୍ନ ସମସ୍ୟା ସାମନା କରୁଛନ୍ତି । ଏହି ସମସ୍ୟା କାରଣରୁ ବେଳେବେଳେ ପିଲା ଓ ବାପାମା’ଙ୍କ ମଧ୍ୟରେ ସମ୍ପର୍କ ଖରାପ ହେଉଛି । ତେବେ ଏଭଳି କେତୋଟି ଛୋଟଛୋଟ ଉପାୟ ରହିଛି ଯାହାକୁ ଅନୁକରଣ କରିବା ଦ୍ୱାରା ଆପଣ ପିଲାଙ୍କୁ ଉଚିତ୍‌ ସଂସ୍କାର ଦେବା ସହିତ ସେମାନଙ୍କ ସହିତ ବନ୍ଧୁତା ବଢାଇପାରିବେ ।
ତାଙ୍କ ସହ ପିଲା ହୁଅନ୍ତୁ- ଗୋଟିଏ ଛୋଟ ପିଲାକୁ ବନ୍ଧୁ କରିବାର ପ୍ରଥମ ଉପାୟ ହେଲା ତାଙ୍କ ବୟସର ହେବାକୁ ପଡିବ । ଏଭଳି କରିବା ଦ୍ୱାରା ହିଁ ଆପଣ ତାଙ୍କ ସହିତ କନେକଫ କରିପାରିବେ । ତେଣୁ ଆପଣଙ୍କ ପିଲା ଯାହା ଚାହୁଁଛି ସେହି ହିସାବରେ ଆପଣ କାମ କରନ୍ତୁ । ଯେତେବେଳେ ବି ତାଙ୍କ ସହ ସମୟ ବିତାଉଛନ୍ତି, ସେତେବେଳେ ଭୁଲିଯାଆନ୍ତୁ କି ଆପଣ ଏକ ବଡ ଲୋକ । ଏଭଳି ବ୍ୟବହାର ପିଲାଙ୍କ ନିକଟତର ହେବାରେ ଆପଣଙ୍କୁ ସହାୟତା କରିବ ।
ଗପରେ କିଣନ୍ତୁ ମନ- ଛୋଟ ପିଲାଙ୍କର ସବୁଠାରୁ ମନପସନ୍ଦର କାମ ହେଲା ଗପ ଶୁଣିବା । ତେଣୁ ସେମାନଙ୍କୁ ଗପ ମାଧ୍ୟମରେ ନିଜର କରିବାକୁ ଚେଷ୍ଟା କରନ୍ତୁ । ଗପରେ ଆପଣ ସେମାନଙ୍କୁ ଶିକ୍ଷଣୀୟ ବିଷୟମଧ୍ୟ କହିପାରିବେ । ଯାହା ଦ୍ୱାରା ସେମାନେ ମଜାରେ ମଜାରେ ଭଲ କଥା ଶିଖ ିମଧ୍ୟ ପାରିବେ ।

https://thetopmost.in/?p=1731

https://thetopmost.in/?p=1735

https://thetopmost.in/?p=1687

https://thetopmost.in/?p=1779