ପିଲାଙ୍କୁ ଗଢିବାର ବୟସ ହେଲା ଶୈଶବ। ଏହି ବୟସରେ ସେମାନଙ୍କ ମସ୍ତିଷ୍କର ଦୃତ ଗତିରେ ବିକାଶ ଘଟିଥାଏ। ତେଣୁ ଏହି ସମୟରେ ପିଲାଙ୍କ ସହିତ ଟିକେ ସଂଯମତାର ସହ ବ୍ୟବହାର କରିବାକୁ ହୋଇଥାଏ। ସେମାନଙ୍କୁ ଗାଳି ଦେଲେ କିମ୍ବା ବାଡେଇଲେ ଏହାର ନକରାତ୍ମକ ପ୍ରଭାବ ସାଙ୍ଗେ ସାଙ୍ଗେ ମସ୍ତିଷ୍କ ଉପରେ ପଡିଥାଏ। କର୍ନାଲ ଅଫ୍ ବାୟୋଲୋଜିକାଲ ସାଇକ୍ରିଆଟିକ୍ ମାଗାଜିନ୍ରେ ପ୍ରକାଶିତ ତଥ୍ୟ ଅନୁସାରେ ଆମ ମସ୍ତିଷ୍କରେ ଥିବା ଆମିଗୋଡାଲା ଓ ହିପୋକାମ୍ପସ୍ ଶୈଶବର ଭାବନା ସହିତ ସ୍ମୃତିଶକ୍ତି ପ୍ରଖର କରିବାରେ ସହାୟକ ହୁଅନ୍ତି। ବୟସ ବଢିବା ସହିତ ଉପଯୁକ୍ତ ପରିବେଶ ଓ ଯତ୍ନ ମାଧ୍ୟମରେ ଦୁଇଟିର ବିକାଶ ଘଟିଥାଏ। ପିଲାଙ୍କ ଉପରେ ଚାପ ପଡିଲେ ଏହା ଠିକ୍ ଭାବେ ବିକାଶ ହୁଏ ନାହିଁ। ତେଣୁ ପିଲାଙ୍କୁ ସର୍ବଦା ସକରାତ୍ନକ କଥା କହିବା ଦରକାର। ସେମାନଙ୍କୁ ଚାପ ମୁକ୍ତ ରଖିବାର ଆବଶ୍ୟକ ରହିଛି । ଯାହା ସେମାନଙ୍କ ମସ୍ତଷ୍କକୁ ଠିକ୍ ରୂପେ ବିକଶିତ ହେବାରେ ସାହାଯ୍ୟ କରିବ। ସର୍ବଦା ସେମାନଙ୍କ ଉତ୍ତମ ପରିବେଶ ଦେବାକୁ ଚେଷ୍ଟା କରନ୍ତୁ। ଏହାସହିତ ସେମାନଙ୍କ ଖାଦ୍ୟର ମଧ୍ୟ ଧ୍ୟାନ ରଖନ୍ତୁ।
More Stories
ମାରୁତି ଇଭିଟାରିଆ କୁ ଲଞ୍ଜ୍ କଲେ ମୋଦୀ
ଷ୍ଟକ୍ ମାର୍କେଟ ଅନିୟନ୍ତ୍ରିତ
ସୋଲାର୍ ଏନର୍ଜିକୁ ନେଇ ବଡ ଘୋଷଣା, ଯୋଡି ହେଲା ଟାଟା ପାୱାର