The Topmost

“The eyes believe themselves, the ears believe other people.”

PANA SANKRANTI

ପରମ୍ପରାରେ ମହାବିଷୁବ ସଂକ୍ରାନ୍ତି

ବର୍ଷକ ବାର ମାସ ଓ ୧୨ ସଂକ୍ରାନ୍ତି । ଆମ କିମ୍ବଦନ୍ତୀ ଓ ବିଜ୍ଞାନ କୁହେ ସୂର୍ଯ୍ୟ ଯେତେବେଳେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସଂକ୍ରମଣ କରନ୍ତି ତାହାକୁ ସଂକ୍ରାନ୍ତି କୁହନ୍ତି । ମେଷ ସଂକ୍ରାନ୍ତି ଦିନ ନୂଆବର୍ଷ ପାଳନ କରାଯାଏ । ଏହାକୁ ମଧ୍ୟ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି କୁହାଯାଏ । ତେବେ ଚଳିତ ବର୍ଷ ଏହି ଦିନଟି ଅପ୍ରେଲ ୧୪ ତାରିଖରେ ପଡୁଛି । ଗ୍ରୀଷ୍ମ ଋତୁର ପ୍ରଥମ ମାସ ବୈଶାଖ, ପ୍ରଚଣ୍ଡ ରୌଦ୍ରତାପରୁ ମା ବୃନ୍ଦାବତୀଙ୍କୁ ରକ୍ଷା କରିବାପାଇଁ ତୁଳସୀ ଚଉରା ଉପରେ ମଞ୍ଚା ବାନ୍ଧି ଠେକିରେ ପାଣି ଭରି ଜଳବୁନ୍ଦା ସିଞ୍ଚନ କରାଯାଏ । ଓଡିଆ ମାନେ ଏହି ଦିନ ଛେନା, ଦହି, ବେଲ ଓ ମିଶ୍ରି ଆଦି ମିଶ୍ରଣରେ ପ୍ରସ୍ତୁତ ପଣା ଠାକୁରଙ୍କୁ ଅର୍ପଣ କରିବା ସହିତ ପିଇବାର ପରମ୍ପରା ରହିଛି । ଗ୍ରୀଷ୍ମ କାଳରେ ହୃଦୟକୁ ସୁଦୃଢ ରଖିବା ତଥା ନିରୋଗ ରଖିବା ପାଇଁ ଏହି ପଣା ପିଆଯାଏ । ପ୍ରତ୍ୟେକ ଓଡିଆ ଘରର ଏହି ପୂଜା ପରମ୍ପରା ସମ୍ପୂର୍ଣ ନିଆରା । ମହା ବିଷୁବ ବା ପଣା ସଂକ୍ରାନ୍ତି ଦିନ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ଓ ବ୍ରତ ପାଳନ, ତଥା ପ୍ରଥା ଅନୁଯାଇ ପ୍ରତ୍ୟେକ ଗ୍ରାମାଞ୍ଚଳରେ ଠାକୁରଙ୍କ ପାଖରେ ଖଡିରତ୍ନ ପଣ୍ଡିତମାନଙ୍କୁ ଡକାଇ ପାଞ୍ଜି ପଠନର ମଧ୍ୟ ପରମ୍ପରା ରହିଛି ।

Pana_Sankranti_
PANA @thetopmost-01


https://thetopmost.in/?p=1236

Pana_Sankranti_
Pana_Sankranti_ @thetopmost-01

https://thetopmost.in/?p=1231

https://thetopmost.in/?p=1225

https://thetopmost.in/?p=1217

https://thetopmost.in/?p=1170

PANA
PANA @thetopmost-01

ଏହି ଦିନ ମଧ୍ୟ ଶ୍ରୀରାମ ଭକ୍ତ ହନୁମାନଙ୍କ ଜୟନ୍ତି ପାଳନ କରାଯାଏ । ଆମ ଦେଶରେ ଭିନ୍ନଭିନ୍ନ ତିଥିରେ ଏହି ହନୁମାନ ଜୟନ୍ତି ପାଳନ ହେଉଥିଲେ ମଧ୍ୟ ମୂଳ ବାଲ୍ମୀକି ରାମାୟଣ ଆଧାରରେ ଏହି ଦିନଟିକୁ ହନୁମାନ ଜୟନ୍ତି ଭାବରେ ଗ୍ରହଣ କରାଯାଇଛି । ଓଡିଆ ନୂଆବର୍ଷିଦିନଟିକୁ ପଣାପିଇ ହସଖୁସିରେ ଉପଭୋଗ କରିବା କଥା ମାତ୍ର ଆଜିର ଯୁବପିଢି ପଣାରେ ଭାଙ୍ଗ ଇତ୍ୟାଦି ନିଶା ଦ୍ରବ୍ୟ ସେବନ କରି ନିୟନ୍ତ୍ରଣ ହରାଉଛନ୍ତି । ଆଉ ଏଥିପାଇଁ ହେଉଥିବା ଅଘଟଣ ଓ ସମାଜ ଉପରେ ପଡୁଥିବା କୁପ୍ରଭାବ ଏକ ଚିନ୍ତାର ବିଷୟ । ତେବେ ଆମ ପରମ୍ପରା ଓ କିମ୍ବଦନ୍ତୀ ଅନୁଯାଇ ଆନନ୍ଦ ଉଲ୍ଲାସରେ ଏହି ଦିନଟିକୁ ପାଳନ କଲେ ଏହା ସମସ୍ତଙ୍କ ପାଇଁ ଶୁଭମୟ ହେବ ।