ଦୁନିଆରେ କିଛି ବି ସ୍ତିର ବା ସ୍ଥାୟି ନୁହେଁ । ବନ୍ଧୁ, ବାନ୍ଧବୀ, ପରିବାର, ସମସ୍ତେ ଦିନେ ନା ଦିନେ ଆମକୁ ଛାଡ଼ି ଚାଲିଯାଆନ୍ତି । କିଏ ସ୍ୱାର୍ଥ ପାଇଁ ତ ଆଉ ସମୟର ବିକଟାଳ ରଡିରେ ଆମଠୁ ଦୂରେଇ ଯାଆନ୍ତି । ଆମେ ସମସ୍ତେ ଜୀବନର ଏହି କଠୋରତାକୁ ଅଙ୍ଗେ ନିଭେଇଛେ । ନିଜ ଲୋକେ ଆମକୁ କଷ୍ଟ ଦିଅନ୍ତି । ସେମାନଙ୍କ ପାଇଁ ଆମେ ସବୁ କିଛି କରିବା ପରେ ବି ଛାଡ଼ି ଚାଲି ଯାଆନ୍ତି । ହେଲେ ଯିଏ ଯାଏନି ସେ ହେଉଛି ଆମ ପୋଷା କୁକୁର । ରିୟଲ୍ ଲାଇଫର ଏମିତି କିଛି ଘଟଣା ମୁଁ ନିଜେ ଅନୁଭବ କରିଛି, ଆପଣ ବି ମୋ ସହ ଏକମତ ଥିବେ । ଏମିତି କିଛି ରିୟଲ୍ ଲାଇଫ୍ ଘଟଣାକୁ ନେଇ ରିଲ୍ ଲାଇଫରେ ଆସୁଛି ଫିଲ୍ମ ୭୭୭ ଚାର୍ଲି ।
ବିନା ସ୍ୱାର୍ଥରେ, ମଣିଷ ଓ କୁକୁର ଭିତରେ ଥିବା ଭଲ ପାଇବାକୁ ନେଇ ଆସୁଛି ଏହି ଫିଲ୍ମ । ସେମିତି କିଛି ଜବରଦସ୍ତ ସସପେନ୍ସ ଆଉ ଫୁଲ୍ ଅଫ୍ ଇମୋସନ୍ ରେ ଭରା ଷ୍ଟୋରି । କନ୍ନଡ ଷ୍ଟାର୍ ରକ୍ସିତ ସେଟ୍ଟୀ ବେଶି କିଛି ସିନେମା କରିନାହାନ୍ତି । ହେଲେ ତାଙ୍କ ଅଭିନୟ ଏତେ ପ୍ରଭାବଶାଳୀ ଯେ, ହିନ୍ଦୀ ସିନେ ଜଗତରେ ବି ରହିଛି ତାଙ୍କର ବେଶ କ୍ଷାତି । ଏଥର କି;ୁ ବଡ଼ ପରଦାରେ ରିଲିଜ୍ ହେବାକୁ ଯାଉଛି, ରକ୍ସିଙ୍କ ୭୭୭ ଚାର୍ଲି । ଏକୁଟିଆ ରହୁଥିବା ଯୁବକର ଜୀବନକୁ ଆସୁଛି ଚାର୍ଲି । ସେ ଆସିବା ପରେ କଣ ସବୁ ତା ଜୀବନରେ ପରିବର୍ତ୍ତନ ହେଉଛି? ଆଉ ଖାଲି ଏତିକି ନୁହେଁ ଭଲ ପାଇବା ଏତେ ନିବିଡ଼ ଯେ, ତାକୁ ଖୋଜି ଖୋଜି ବରଫ ପାହାଡ଼କୁ ପହଞ୍ଚି ଯାଉଛି ହିରୋ । ଟ୍ରେଲରରେ କାହାଣୀର ବାସ୍ କିଛି ଝଲକ ଦେଖାଯାଇଛି । ତେବେ ସେହି ଟ୍ରେଲର ଦେଖି ପାଗଳ ହେଇଛନ୍ତି ଦର୍ଶକ ।
ବିଶେଷ ଭାବେ ଶେଷ ୭ ସେକେଣ୍ଡ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଯେଉଁଠି ଗୋଟିଏ ଫ୍ରେମରେ ଚାର୍ଲି ଓ ହିରୋକୁ ଦେଖିବାକୁ ମିଳେ । କିଛି ସେକେଣ୍ଡର ପଜ୍ ପରେ ରକ୍ସିତ ପଚାରୁଛନ୍ତି, ଚାର୍ଲି ତୁମ୍ ମୁଝେ କିତନା ପ୍ୟାର୍ କର୍ତେ ହୋ… । ବାସ୍ ଏହି ସିନ୍ ହିଁ ସବୁ କିଛି ବୟାନ କରି ଦେଉଛି । ତେବେ ଏହି ଫିଲ୍ମଟି କନ୍ନଡ, ତେଲୁଗୁ, ତାମିଲ, ମଲାୟଲମ୍ ସମେତ ହିନ୍ଦୀରେ ଏକାସଙ୍ଗେ ଜୁନ୍ ୧୦ ତାରିଖରେ ରିଲିଜ୍ ହେବ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
ବିବାହ ପୂର୍ବରୁ କରନ୍ତୁନି ଏହି ସବୁ କାମ ନଚେତ୍..
ଦମଦାର ଅଭିନୟରେ ଦର୍ଶକ ଘାଇଲା..