ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ଅଁଳା ବେଶ୍ ସହାୟକ ହୋଇଥାଏ। ତେବେ ଅଁଳା ଔଷଧୀୟ ଗୁଣ ବ୍ୟତିତ ଧର୍ମୀୟ ଗୁଣ ମଧ୍ୟ ଅନେକ ରହିଛି। ଏହାକୁ ପୂଜା ମଧ୍ୟ କରାଯାଏ। ବର୍ଷରେ ଦୁଇଥର ଅଁଳା ଗଛକୁ ପୂରା ବିଧି ବିଧାନରେ ପୂଜା କରାଯାଇଥାଏ। ଗୋଟିଏ ଥର ଫାଲଗୁନି ଶୁକ୍ଲ ପକ୍ଷର ଏକାଦଶୀ ଓ ଦ୍ୱିତୀୟଟି କାର୍ତ୍ତିକ ମାସ ଶୁକ୍ଲ ପକ୍ଷର ନବମୀ ଦିନ। ଯାହା ଅଁଳା ନବମୀ ଭାବେ ପରିଚିତ। ତେବେ ଅଁଳା ଗଛର ସୃଷ୍ଟି ପଛରେ ଏକ ପୌରାଣିକ କାହାଣୀ ମଧ୍ୟ ରହିଛି। ଅଁଳା ଗଛକୁ ଧର୍ମର ଆଧାର ଭାବେ ବିବେଚନା କରାଯାଇଥାଏ। ଏହି ବୃକ୍ଷ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ। ସଂସାରର ସୃଷ୍ଟି ସମୟରେ ସର୍ବପ୍ରଥମେ ଅଁଳା ଗଛର ସୃଷ୍ଟି ହୋଇଥିଲା, ତେଣୁ ଏହାକୁ ଆଦି ବୃକ୍ଷର ଆଖ୍ୟା ଦିଆଯାଇଛି। ଏକ ପୌରାଣିକ ବ୍ୟାକ୍ଷାନ ଅନୁସାରେ ସାଗର ମନ୍ଥନ ବେଳେ ବାହାରିଥିବା ଅମୃତର ବୁନ୍ଦା ଯେଉଁ ସ୍ଥାନରେ ପଡିଥିଲା ସେଥିରୁ ଅଁଳା ଗଛର ସୃଷ୍ଟି ହୋଇଛି। ଅଁଳା ସହ ଅନ୍ୟ ଔଷଧୀୟ ବୃକ୍ଷ ମଧ୍ୟ ସେଥିରୁ ଉତ୍ପନ୍ନ ହୋଇଛି। ସେହିଭଳି ଅନ୍ୟ ଏକ ବ୍ୟାକ୍ଷା ଅନୁସାରେ ଭଗବାନ ଶିବଙ୍କ ଭଳି ବ୍ରହ୍ମାଙ୍କ ଲୁହରୁ ଅଁଳା ବୃକ୍ଷର ସୃଷ୍ଟି ହୋଇଛି।



ବିଷ୍ଣୁଙ୍କର କଠୋର ଆରାଧନା ପରେ ବିଷ୍ଣୁ ବ୍ରହ୍ମାଙ୍କୁ ଦର୍ଶନ ଦେଇଥିଲେ, ବିଷ୍ଣୁଙ୍କୁ ଦେଖି ବ୍ରହ୍ମାଙ୍କ ଆଖିରୁ ବାହାରିଥିବା ଲୁହରୁ ଅଁଳା ବୃକ୍ଷର ଉତ୍ପତି ହୋଇଥିଲା। ସେହିଭଳି ଆଚାର୍ଯ୍ୟ ଚରକଙ୍କ ମତରେ ଆର୍ୟୁବେଦରେ ଅଁଳାକୁ ଅମୃତ ଭାବେ ବିବେଚନା କରାଯାଇଛି। ଔଷଧୀୟ ଗୁଣରେ ଭରପୁର ଅଁଳା ରୋଗପ୍ରତିରୋଧକ ଶକ୍ତି, ପାଚନ କ୍ରିୟା ସହ ତ୍ୱଚ୍ଚାର ବିଭିନ୍ନ ସମସ୍ୟାକୁ ସମାଧାନ କରିଥାଏ।
1 thought on “ଧର୍ମୀୟ କଥାରେ ଅଁଳା”