The Topmost

“The eyes believe themselves, the ears believe other people.”

the fake product raid in cuttack

ଦିନେ ଥିଲା ସିଲଭର ସିଟି ଏବେ କିନ୍ତୁ ପାଲଟିଛି ଅପମିଶ୍ରିତ ସିଟି

ଖାଦ୍ୟ ଅପମିଶ୍ରଣ ଘଟଣା ନୁଆ ନୁହେଁ। ଏହା ଅନେକ ବର୍ଷ ଧରି ଘଟି ଚାଲିଛି। ଗୋଟିଏ ସାଧାରଣ ଘଟଣା ଭାବେ ଲୋକଲୋଚନକୁ ଆସିବାର ମାତ୍ର ବର୍ଷକ ମଧ୍ୟ ପୁଣି ଦୂରେଇ ଯାଉଛି। କିନ୍ତୁ ମଣିଷ ଏହା ଗୁରୁତ୍ୱ ପୂର୍ଣ୍ଣ ବିଷୟ। ଅପମିଶ୍ରଣ ଯୋଗୁ ମଣିଷ ଜୀବନରେ ଅଜାଣତରେ ବିଷ ଖାଇ ଚାଲିଛି। ଯେଉଁଥି ପାଇଁ ସେ ବଡବଡ ରୋଗର ଶିକାର ହେଉଛି ବୋଲି ବିଶେଷଜ୍ଞ ମାନେ ମତ ଦିଅନ୍ତି। ଅପମିଶ୍ରଣ କରୁଥିବା ବ୍ୟକ୍ତି ଓ କମ୍ପାନୀ ଗୁଡିକରେ ଏହି ବେଆଇନ୍ କାର୍ଯ୍ୟକଳାପ ଆଗରେ ଅସହାୟ ହୋଇପଡୁଛନ୍ତି ଗ୍ରାହକ। ଅଜାଣତରେ ସେମାନେ ଖାଦ୍ୟ ପରିବର୍ତ୍ତେ ବିଷ ଖାଉଛନ୍ତି।


ପ୍ରାୟ ସମସ୍ତ ଖାଦ୍ୟରେ ଅପମିଶ୍ରଣ କରାଯାଉଛି। ଘିଅରେ ପାମ୍ ତେଲ, ବନସ୍ପତି ଓ କେମିକାଲ କଲର ମିଶାଯାଇ ପ୍ରସ୍ତୁତ କରାଯାଉଛି। ସେହିଭଳି ମହୁ ପାଣି, ଚିନି ଓ କେମିକାଲ କଲରରୁ ପ୍ରସ୍ତୁତ କରାଯାଉଛି। ହଳଦୀ ଗୁଣ୍ଡାରେ ନଷ୍ଟ ଚାଉଳ ଗୁଣ୍ଡା, ଅଖାଦ୍ୟ ସିନ୍ଥେଟିକ୍ ହଳଦିଆ ରଙ୍ଗ ମିଶାଯାଉଛି। ସେହିପରି ସୋୟାବିନ୍ ବଡି ଅଟା ଓ ଆମୋନିଅମ ବାଇକାର୍ବୋନେଟରୁ ପ୍ରସ୍ତୁତ କରାଯାଉଛି। ସବୁଠାରୁ ବହୁଳ ବ୍ୟବହାର ହେଉଥିବା ଟମାଟ ସସ୍ ଆଳୁ, କଖାରୁ ଓ ଟମାଟ ପେଷ୍ଟରୁ ପ୍ରସ୍ତୁତ ହେଉଛି। ଯାହ ସ୍ୱାସ୍ଥ୍ୟ ପାଇଁ ହାନି କାରକ। ସେହିଭଳି ଖାଲି ମସଲା ଜାତୀୟ ନୁହେଁ ଏହି ଅପମିଶ୍ରଣ ଫଳ, ପନିପରିବା ଓ ମାଛରେ ମଧ୍ୟ ବ୍ୟବହାର କରାଯାଉଛି। ଫଳ ଓ ପନିପରିବାକୁ ସତେଜ ଓ ବିକ୍ରୟ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିବା ପାଇଁ ଅନେକ କେମିକାଲ ବ୍ୟବହାର କରାଯାଉଛି। ବଜାରରେ ମିଳୁଥିବା ମାଛକୁ ମଧ୍ୟ ନ ପଚିବା ପାଇଁ ମତ୍ସ୍ୟଜୀବୀମାନେ ଫର୍ମାଲିନ୍ର ବହୁଳ ବ୍ୟବହାର କରୁଛନ୍ତି। ଯାହାଫଳରେ ମାଛ ସତେଜ ରହୁଛି ହେଲେ ଗ୍ରାହକ ବିଷ ଖାଉଛନ୍ତି।
କଟକ
ସିଲଭର୍ ସିଟି ଭାବେ ପୂରା ଦେଶରେ ପରିଚିତ କଟକ। ନିଜର ରୁପା ତାରକାସି କାମ ଓ ଭାଇଚାରା ଭାବ ପାଇଁ ନିଆରା ସହର ଭାବେ କଟକ ଜଣାଶୁଣା। ଦୁର୍ଗାପୂଜା ହେଉ କିମ୍ବା ବାଲିଯାତ୍ରା ସବୁ ସମୟରେ ଚର୍ଚ୍ଚାରେ ରହିଥାଏ କଟକ ସହର। ତେବେ କିଛି ଦିନ ହେବ ଅନ୍ୟ କିଛି କାରଣ ପାଇଁ କଟକ ଚର୍ଚ୍ଚାରେ ରହିଛି। ଯେଉଁଥିପାଇଁ କଟକକୁ ନକଲି ସହର ବୋଲି ଲୋକ କହିଲେଣି। କଟକ ପାଲଟିଛି ଅପମିଶ୍ରଣର ଗନ୍ତାଘର। ଘିଅ, ମସଲା, ଚାପତି, ସସ୍, ଜର୍ଦା, ପନିର, ଗୁଟୁଖା, ସିମେଣ୍ଟ, ଗଙ୍ଗାଜଳ, ପାଉଁରୁଟି ଭଳି ଅନେକ ଦ୍ରବ୍ୟର ଅପମିଶ୍ରଣ ହେଉଛି କଟକରେ। ଯାହା ବର୍ତ୍ତମାନ କଟକ ସହର ବାସୀଙ୍କ ସହ ସାରା ରାଜ୍ୟର ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ବଜାରରୁ କିଛି ବି କିଣି ଖାଇବାକୁ ଡରୁଛନ୍ତି ଖାଉଟି। ପୁଲିସ ଓ ସିଏମ୍ସିର ମିଳିତ ଚଢାଉରେ ବିଭିନ୍ନ ଯାଗାରୁ କୁଢକୁଢ ନକଲି ଭେଜାଲ ଦ୍ରବ୍ୟ ଜବତ କରିବାରେ ସଫଳ ହୋଇଛି। ସିଏମ୍ସି ଓ ପୁଲିସର ପ୍ରଥମ ମିଳିତ ଚଢାଉ ସେପ୍ଟମ୍ବର ମାସରେ ଆରମ୍ଭ ହୋଇଥିଲା। ଏହାପରେ ଖୋଲିଥିଲା ଭେଜାଲ ଜିନିଷର କଳା ଗୁମର।

ଗୋଟିକ ପରେ ଗୋଟିଏ ଭେଜାଲ ଫ୍ୟାକ୍ଟ୍ରି ପଦାରେ ପଡିଥିଲା। ଜଗତପୁର ଅଞ୍ଚଳରୁ ପୁଲିସକୁ ମିଳିଥିଲା ଏକ କୋଟି ଟଙ୍କାର ଭେଜାଲ ଘିଅ। ଯେଉଁଥିରେ ନାମି ବ୍ରାଣ୍ଡର ଲୋଗୋ ଥିବା ବେଳେ ଘିଅ ଥିଲା ନକଲି। ଏହି ଫ୍ୟାକ୍ଟ୍ରିରେ ଖାଲି ଘିଅ ନୁହେଁ ଟମାଟୋ ସସ୍, ଆଚାର, ଫଳ ରସ ଆଦି ନିର୍ମାଣର ମେସିନ୍କୁ ମଧ୍ୟ ଜବତ କରିଥିଲା ପୁଲିସ। ପ୍ରାୟ ୩୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଏଠାରେ ଏହି କାରଖାନା ଚାଲିଆସିଥିଲା। ସୁବାସ ଘିଅ ନାମରେ ଏହି କମ୍ପାନୀ ଆରମ୍ଭ ହୋଇଥିଲା ହେଲେ ଏହା ଲୋକଙ୍କୁ ନକଲି ଘିଅ ବିକି ଅର୍ଥ ଉପାର୍ଜନ କରୁଥିଲା।

ଗାଇ ଘିଅ ନାମରେ ପାମୋଲିନ ତେଲ ଓ କେମିକାଲ ବ୍ୟବହାର କରାଯାଇ ଘିଅ ପ୍ରସ୍ତୁତ କରାଯାଉଥିଲା। ଯାହା ଶରୀର ପାଇଁ ହାନିକାରକ। ସେହିଭଳି ଅନ୍ୟ ସାମଗ୍ରୀ ମଧ୍ୟ ଏଠାରେ ଭେଜାଲ ହିଁ ପ୍ରସ୍ତୁତ କରାଯାଉଥିଲା। ସେହିଭଳି ଏହି ତାଲିକାରେ ଆଗକୁ ଯୋଡି ହୋଇଥିଲା ପନିର। ୟୁରିଆ ସାର, ସଲଫରିକ ଏସିଡ୍, ଗ୍ଲିସୋରିନ୍, ମଇଦା ଓ ନଷ୍ଟ କ୍ଷୀରରୁ ପ୍ରସ୍ତୁତ କରାଯାଉଥିଲା ଏହି ପନିର। ଯାହା ଦେଖିବାକୁ ଥିଲା ପୁରାପୁରି ଅସଲି। ହେଲେ ଏହା ଭେଜାଲ ହୋଇଥିବା ବେଳେ ଶରୀର ଉପଯୋଗୀ ମଧ୍ୟ ନୁହେଁ। ଓଏମ୍ପି ଛକରୁ ପୁଲିସକୁ ମିଳିଥିଲା ଏକ କ୍ୱିଣ୍ଟାଲ ଓଜନର ଏହି ଭେଜାଲ ପନିର। ଯାହାପରେ କଟକ ସହ ଆଖାପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟ ଦେଖାଯାଇଥିଲା। ଏହି ନକଲି ପନିର କଲକତାରୁ ଆସୁଥିବା ସୂଚନା ମିଳିଥିଲା। ଏହି ପନିର ବିଭିନ୍ନ ଜିଲ୍ଲାକୁ ମଧ୍ୟ ରପ୍ତାନି ହେଉଥିଲ।।


ଚା’ ପତି ଯେ କେବେ ବି ନକଲି ହେବ ସେ କଥା କେହି କେବେ ଚିନ୍ତା କରିନଥିବେ। ହେଲେ କଟକରୁ ମିଳିଥିବା ଚା’ ପତି ବି ନକଲି। କଟକ ସଦର ଥାନାର ଏକ ଗ୍ରାମରୁ ପୁଲିସକୁ ମିଳିଥିଲା ଏକ ନକଲି ଚା ପତି ପ୍ରସ୍ତୁତ କାରଖାନା। ଯେଉଁଥିରେ ନାମିଦାମୀ କମ୍ପାନୀର ଲୋଗୋ ଓ ପ୍ୟାକେଟ୍କୁ ବ୍ୟବହାର କରି ପ୍ରସ୍ତୁତ ହେଉଥିଲା ଭେଜାଲ ଚା ପତି। ଏଠାରୁ ଚାରି କ୍ୱିଣ୍ଟାଲରୁ ଅଧିକ ଚା’ପତି ଜବତ କରିଥିଲା ପୁଲିସ। ସେହିଭଳି ଏହି ତାଲିକା ଲମ୍ବି ଚାଲିଥିଲା। ଚା ପତି ପରେ ନକଲି ଜର୍ଦା, ଗୁଣ୍ଡି, ଗୁଡାଖୁ ଓ ପାନ ମସଲା କମ୍ପାନୀକୁ ଜବତ କରିଥିଲା ପୁଲିସ୍। କଲିକତାରୁ ଆସୁଥିବା ତରଳ ରାସାୟନିକ ସହିତ ଚାକୁଣ୍ଡା ପତ୍ର, ଅପମିଶିତ୍ର ସୁଗନ୍ଧିତ ତୈଳ, କାଠ ଗୁଣ୍ଡ, ଇଟା ଗୁଣ୍ଡ ଆଦି ବ୍ୟବହାର କରି ପ୍ରସ୍ତୁତ ହେଉଥିଲା ପାନ ମସଲା ଓ ଜର୍ଦା। ଏହାକୁ ବିଭିନ୍ନ ସ୍ଥାନକୁ ରପ୍ତାନି ମଧ୍ୟ ହେଉଥିଲା। ପ୍ରାୟ ୧୪ ବର୍ଷ ଧରି ଏଠାରେ ଏହି ନକଲି କାରଖାନା ଚାଲିଆସିଥିଲା।


କଟକରେ ସବୁ କିଛି ଅପମିଶ୍ରିତ ମିଳୁଥିବା ନେଇ ଖାଉଠି ସନ୍ଦେହ କରୁଛନ୍ତି। କାରଣ ଏଠାରେ ସବୁ ଖାଦ୍ୟରେ ଭେଜାଲ ମିଶୁଥିବା ଚଢଉ ସମୟରେ ପଦାକୁ ଆସୁଛି। ପୋକରା ଚାଉଳରେ ଶାଢୀରେ ଦିଆଯାଉଥିବା ରଙ୍ଗ ମିଶାଇ ହଳଦୀ ଗୁଣ୍ଡା ପ୍ରସ୍ତୁତ ହେଉଛି, ପୋଡା ମୋବିଲ୍ରୁ ଘିଅ ପ୍ରସ୍ତୁତ ହେଉଛି। ଯାହାର ତାଲିକା ବେଶ୍ ଲମ୍ବା। ଦୀର୍ଘ ୧୫ ବର୍ଷ ଧରି ନୂଆବଜାରର ଗୋଟିଏ ନକଲି କାରଖାନାରେ ଘିଅ, ଗଙ୍ଗାଜଳ, ଅଗୁର ଭଳି ପୂଜା ସାମଗ୍ରୀର ଭେଜାଲ ମାଲ ପ୍ରସ୍ତୁତ ହେଉଥିବା ପୁଲିସ ଚଢଉ କରି ଜାଣିଥିଲା। ସେହିଭଳି ବମ୍ଫକୁଦରେ ଚାଲିଥିବା ଅପମିଶ୍ରିତ ସିମେଣ୍ଟ କାରଖାନାକୁ ପୁଲିସ ସିଲ୍ କରିଥିଲା। ଏପଟେ ଖଣ୍ଡାଗରରେ ଥିବା ଏକ ଅପମିଶ୍ରିତ ପାଉଁରୁଟି କାରଖାନାକୁ ମଧ୍ୟ ସିଲ୍ କରାଯାଇଥିଲା।

ସମ୍ବଲପୁର
କଟକ, ଭୁବନେଶ୍ୱର, ବ୍ରହ୍ନପୁର ଭଳି ସମ୍ବଲପୁରରେ ମଧ୍ୟ ମିଳିଛି ନକଲି କାରଖାନା। ସମ୍ବଲପୁରରେ ଖାଇବା ଜିନିଷ ନୁହେଁ , ଏଠାରେ ମିଳିଛି ନକଲି ସର୍ଫ କାରଖାନା। ସମ୍ବଲପୁର ବରେଇପାଲି ନୂଆପଡାର ଏକ ଗୋଦାମରୁ ୨୯ ହଜାର ପ୍ୟାକେଟ୍ ଓ କ୍ଷେତରାଜପୁର ଅଞ୍ଚଳର ଏକ ଗୋଦାମରୁ ୬୦୦ନକଲି ସର୍ଫ ପ୍ୟାକେଟ୍ ମିଳିଥିଲା। ଏଠାରେ ମଧ୍ୟ ନାମିଦାମୀ କମ୍ପାନୀର ଲୋଗୋ ଓ ପ୍ୟାକେଟ୍କୁ ଢାଲ କରାଯାଇ ନକଲି ବ୍ୟବସାୟ ଚାଲୁରହିଥିଲା। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଲୋକମାନେ ଖାଦ୍ୟ ସାମଗ୍ରୀର ଭେଜାଲକୁ ନେଇ ଚିନ୍ତାରେ ଥିବା ବେଳେ ଏହା ତାଙ୍କୁ ଆହୁରି ଚିନ୍ତାରେ ପକାଇଛି।

ବାଲେଶ୍ୱର
ବଡ ସହରଠାରୁ ଆରମ୍ଭ କରି ଛୋଟ ସବୁଠାରେ କାୟା ବିସ୍ତାର କରିଛି ନକଲି ଭେଜାଲ ସାମଗ୍ରୀ। କଟକ, ଭୁବନେଶ୍ୱର ଭଳି ବାଲେଶ୍ୱରର ଜଳେଶ୍ୱରରୁ ମିଳିଥିଲା ନକଲି ପାନ ମସଲା। ଜଳେଶ୍ୱରର ବିଭିନ୍ନ ସ୍ଥାନରୁ ପୁଲିସକୁ ନକଲି ଜର୍ଦା ଓ ପାନମସଲା ମିଳିଥିଲା। ଏହି ଚଢାଉରେ ପୁଲିସ କେତେ ଜଣଙ୍କୁ ଗିରଫ ମଧ୍ୟ କରିଥିଲା।

ବଲାଙ୍ଗିର
ବଲାଙ୍ଗିରରେ ମିଳୁଛି ନକଲି ମିକ୍ସଚର। ସାଧାରଣତଃ ମିକ୍ସଚର ସମସ୍ତଙ୍କ ଘରେ ନିତିଦିନିଆ ଖାଦ୍ୟ ହୋଇଥାଏ। ତାହା ପୁଣି ନକଲି। ସମସ୍ତ ଖାଉଟିଙ୍କୁ ଚିନ୍ତାରେ ପକାଇଥିଲା ଏହି ଘଟଣାଟି। ଆଗରୁ ପନିର, ମସଲା, ତେଲ, ଘିଅ, ଚା ପତି ଆଦି ନକଲି ବାହାରି ସାରିଥିବା ବେଳେ ଏବେ ମିକ୍ସଚର। ଯାହାକୁ ନେଇ ଆଶଙ୍କା ଭିତରେ ଖାଉଟି। କଣ କିଣିବେ ଓ କଣ ଖାଇବେ ସେନେଇ ଦ୍ୱନ୍ଦରେ ସେମାନେ। ବଲାଙ୍ଗିରର କଣ୍ଟାବାଞ୍ଝି ସହରରେ ଚଢାଉ ସମୟରେ ଏହି ନକଲି ମିକ୍ସଚର ଠାବ କରାଯାଇଛି। ଏଥିରେ ଫୁଡ୍ କଲର ମିଶା ଯାଇ ପ୍ରସ୍ତୁତ କରାଯାଉଛି। ଯାହା ଶରୀର ପାଇଁ କ୍ଷତିକାରକ।

the fake product raid in cuttack @thetopmost-01
the fake product raid in cuttack @thetopmost-01
the fake product raid in cuttack @thetopmost-01

https://thetopmost.in/?p=1721

https://thetopmost.in/?p=1562

https://thetopmost.in/?p=1708