ଆଜିର ଏହି ସମସ୍ୟାବହୁଳ ସମୟ, ଯେଉଁଠାରେ ମଣିଷ ଟିକିଏ ସୁଖ ପାଇବା ପାଇଁ କେତେ ଯେ ଦୁଃଖ, କଷ୍ଟ, ଯନ୍ତ୍ରଣା ସହୁଛି ତା’ର ଠିକଣା ନାହିଁ । ଏଭଳି ସମୟରେ ସେହି ଦୁଃଖି, ଅସହାୟ ମଣିଷମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ଯିଏ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି, ସେ ହେଉଛନ୍ତି ଅନ୍ତର୍ଜାତୀୟ ଯୁବ ଆଦର୍ଶ ପୁରସ୍କାର ପ୍ରାପ୍ତ ଡାକ୍ତର ଡ. ପ୍ରିୟଙ୍କା ମହାନ୍ତି । ପିଲାଟିଦିନରୁ ଝିଅମାନଙ୍କର ଦୁଃଖ ଦୈନ୍ୟ ଦେଖି ସେ ପାଠ ପଢ଼ିବା ସମୟର ହିଁ କିଶୋରୀମାନଙ୍କର ଋତୁକାଳୀନ ସମସ୍ୟା ସମ୍ବନ୍ଧୀୟ ଅନେକ କ୍ୟାମ୍ପ କରିବା ସହ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଯାଇ ହଜାର ହଜାର ସାନିଟାରୀ ନାପ୍କିନ୍ ବାଣ୍ଟିବା ଓ ସେମାନେ କିଭଳି ସ୍ୱଚ୍ଛ ରହିବା ସହ ରୋଗମୁକ୍ତ ହୋଇପାରିବେ ସେ ନେଇ ଅନେକ ଚେଷ୍ଟା କରି ଆଜି …. ଅଫ୍ ଭୁବନେଶ୍ୱର ଭାବେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।
ସେହିପରି ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ବୃଦ୍ଧ/ବୃଦ୍ଧାଶ୍ରମକୁ ଅନେକ ପ୍ରକାର ସାହାଯ୍ୟ କରିବା ସହ ସେଠାକୁ ଯାଇ ନିଃଶୁÂ ଡାକ୍ତରୀ ସେବା ଯୋଗାଇ ଦିଅନ୍ତି । ଏହିଭଳି ଭାବେ ସେ ଅନେକ ଅନାଥାଶ୍ରମ, ଜରାଶ୍ରମକୁ ଯାଇ ଆର୍ଥିକ ସାହାଯ୍ୟ କରିବା ସହ ବ୍ୟକ୍ତିଗତ ଭାବେ ସେମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ଲାଗି ରହିଥାନ୍ତି । ଏଥିପାଇଁ ସେ ପ୍ରାୟ ଅନୁଷ୍ଠାନରୁ ବହୁ ପୁରସ୍କାର ପ୍ରାପ୍ତ କରି ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ୟୁନିସେଫ୍ ନାକୋ ରେଡକ୍ରସ ସଂସ୍ଥାମାନଙ୍କ ତରଫରୁ ଏସ୍ଡ ସଚେତନତା, ରକ୍ତଦାନ, ଗର୍ଭବତୀ ମହିଳାମାନଙ୍କ ଶିବିରମାନ ପରିଚାଳନା କରିବା ସହ ଔଷଧ ବିତରଣ ମଧ୍ୟ କରନ୍ତି । ସୋଲ ଫାଉଣ୍ଡେସନ୍, ରିଭଲୁ୍ୟସନ୍, ନିଉ …. ହୋପ୍, ନିଶା ଫାଉଣ୍ଡେସନ୍ ଇତ୍ୟାଦି ସଂସ୍ଥା ସହ ସମ୍ପୃକ୍ତ ହୋଇ ବହୁ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ …. (ଜାଭିୟର ଇନ୍ଷ୍ଟିଚୁ୍ୟଟ୍), କିଟ୍, ରେଭେନ୍ସା, ସ୍କିଲ ଓଡ଼ିଶା ଆରାଇଜ ଇତ୍ୟାଦି ଅନେକ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନକୁ ଅତିଥି ହୋଇ ଯାଇ ବହୁ ପ୍ରେରଣାଦାୟୀ ବକ୍ତୃତାା ପ୍ରଦାନ କରିଛନ୍ତି ।
କେବଳ ଏଇଠି ସରୁନି ଡାକ୍ତର ପ୍ରିୟଙ୍କା ମହାନ୍ତିଙ୍କ ସଫଳତାର ଯାତ୍ରା । କୋଭିଡ଼ ସମୟରେ ନିଜ ଜୀବନକୁ ଖାତିର ନକରି ଓଡ଼ିଶାର ଅନେକ ଡାକ୍ତରଖାନାରେ ହଜାର ହଜାର ରୋଗୀଙ୍କର ଜୀବନ ବଞ୍ଚାଇଥିବାର ଓଡ଼ିଶା ସରକାର ତଥା ଅନେକ ସଂସ୍ଥା ଦ୍ୱାରା କୋଭିଡ଼ ଯୋଦ୍ଧା ଭାବରେ ସମ୍ମାନିତ ହୋଇଛନ୍ତି । ଜଣେ ସୋସିଆଲ ମିଡ଼ିଆ ଇନଫ୍ଲୁଏନସର ଭାବରେ ଲକ୍ଷ ଲକ୍ଷ ଦୁର୍ବଳ କଣ୍ଠର ସବଳ ବାଣୀ ସାଜିଥିବା ପ୍ରିୟଙ୍କା ନାରୀ ସଶକ୍ତିକରଣର ଅନନ୍ୟ ଉଦାହରଣ ସାଜି ରେଡ଼ିଓ ଓ ଟେଲିଭିଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମତ ଦିଅନ୍ତି ଯେ, ଡାକ୍ତରୀ ପ୍ରଫେସନ ହେଉଛି ଗୋଟିଏ ମର୍ଯ୍ୟାଦାଜନକ ସମାଜସେବା କାର୍ଯ୍ୟ ।’ ଏହିସବୁ ନିଃସ୍ୱାର୍ଥପର କାର୍ଯ୍ୟ ପାଇଁ ୟୁନିସେଫ୍ ତରଫରୁ ସମ୍ମାନିତ ହେବା ସହ ସବୁଠାରୁ କନିଷ୍ଠ ସମାଜସେବୀ ଭାବେ ପୁରସ୍କୃତ ହୋଇଛନ୍ତି । ସମ୍ପ୍ରତି ଏହି ଯୁବ ଡାକ୍ତର କଳାହାଣ୍ଡି ଠାରେ କାର୍ଯ୍ୟରତ ଥିବା ସହ ସମାଜସେବା ମଧ୍ୟ ଜାରି ରଖିଛନ୍ତି । ନାରୀମାନଙ୍କ ଦ୍ୱାରା ପରିଚାଳିତ େୱବ ଚ୍ୟାନେଲ ‘ପହରା’ ଦ୍ୱାରା ସମ୍ମାନିତ ହେବା ସହ ଅନେକ ଚ୍ୟାନେଲ ଦ୍ୱାରା ମଧ୍ୟ ସମ୍ମାନିତ ହୋଇ ସାରିଛନ୍ତି । ରୋଟାରୀ କ୍ଲବ୍ ଦ୍ୱାରା ଭାତରର ଶହେ ଜଣ ସଶକ୍ତ ନାରୀମାନଙ୍କ ମଧ୍ୟରେ ସ୍ଥାନ ପାଇ ସେ ସମ୍ମାନିତ ହେବାକୁ ଯାଉଛନ୍ତି । ତେବେ ଏସବୁ କାର୍ଯ୍ୟ ସହ ଆଗକୁ କ୍ୟାନସର ଉପରେ ରିସର୍ଚ୍ଚ କରି ମଣିଣି ସମାଜକୁ କିପରି ସାହାଯ୍ୟ କରାଯାଇ ପାରିବ ତାହାର ମଧ୍ୟ ଗବେଷଣା ଜାରି ରଖିଛନ୍ତି ।
1 thought on “ଦରଦୀ ମଣିଷ ଟିଏ: ଅନାଥଙ୍କ ପାଇଁ କାନ୍ଦିଉଠନ୍ତି ଡ. ପ୍ରିୟଙ୍କା ମହାନ୍ତି”