The Topmost

“The eyes believe themselves, the ears believe other people.”

black watermelon of japan

ତରଭୂଜର ଦାମ୍‌ ୫ ଲକ୍ଷ ଟଙ୍କା: ଦୁନିଆର ସବୁଠୁ ମହଙ୍ଗା ତରଭୂଜ

ଗରମ ଦିନ ଆସିଲା ମାତ୍ରେ ପ୍ରଥମେ ମନରେ ଦୁଇଟି ଫଳର ନାମ ମନକୁ ଆସେ । ଆମ୍ବ ଓ ତରଭୂଜ । ତେବେ ଆପଣ ତରଭୂଜ ଅତି ବେଶିରେ କେତେ ଦାମ୍‌ ଦେଇ ଖାଇଥିବେ । କଣ ଆପଣ ଜାଣନ୍ତି ୫ ଲକ୍ଷ ଟଙ୍କାର ତରଭୂଜ ବିଷୟରେ! ବିଶ୍ୱରେ ମିଳୁଥିବା ତରଭୂଜର ମଧ୍ୟ ଏପରି ଏକ ଭେରାଇଟି ରହିଛି ଯାହାକୁ ଦୁନିଆର ସବୁଠୁ ମହଙ୍ଗା ଫଳ ଭାବରେ ଗ୍ରହଣ କରାଯାଏ । ଏହାକୁ ଡେନସୁକ୍‌ ୱାଟରମେଲନ୍‌ କୁହାଯାଉଛି । ତେବେ ଏହି ସବୁଠୁ ମହଙ୍ଗା ତରଭୂଜ ଜାପାନରେ ମିଳେ । ଏହାର ବାହାରର ଅଂଶ କଳା ହୋଇଥିବା କାରଣରୁ ଏହାକୁ କଳା ତରଭୂଜ କୁହାଯାଏ । ତେବେ ଏହି ତରଭୂଜ ସାଧାରଣ ବଜାରରେ ମିଳେ ନାହିଁ ବରଂ ଏହାର ନିଲାମ ଡକା ଯାଇଥାଏ । ଏଥିପାଇଁ ଏହାକୁ ଦୁନିଆର ସବୁଠୁ ମହଙ୍ଗା ତରଭୂଜ କୁହାଯାଏ ।

୨୦୧୯ରେ ଏହି ତରଭୂଜକୁ ୪.୫ ଲକ୍ଷ ଟଙ୍କାରେ କିଣା ଯାଇଥିଲା । ଏହା ଜାପାନର ହୋକାଇଡୋ ଆଇଲାଣ୍ଡରେ ମିଳେ । ଏହାର ପରିମାଣ କମ୍‌ ହୋଇଥିବା କାରଣରୁ ଏହାକୁ ଦୁର୍ଲଭ ପ୍ରଜାତି ଭାବରେ ହିସାବ କରାଯାଏ । ଯେମିତିକି ଦୀର୍ଘ ଏକ ବର୍ଷରେ ହାରାହାରି ୧୦୦ଟି ତରଭୂଜ ଫଳିଥାଏ । ଏହା ଅନ୍ୟ ତରଭୂଜ ଠାରୁ ନିହାତି ଅଲାଗା ହୋଇଥାଏ । ଯେମିତିକି ସ୍ୱାଦ, ବାହାର ଅଂଶ ଓ ମଞ୍ଜିରେ ମଧ୍ୟ ଅଲଗା ଭିଟାମିନ୍ସ ଓ ମିନିରାଲ୍ସ ଥାଏ । ଏହା ସାଧାରଣ ଭାବରେ ବହୁତ ମିଠା ଥାଏ । ଏଥିପାଇଁ ଏହାକୁ ଦୁନିଆର ସବୁଠୁ ମିଠା ଓ କମ୍‌ ମଞ୍ଜି ବାଲା ତରଭୂଜ ବୋଲି କୁହାଯାଏ । ତେବେ ଏହାକୁ ସାଧାରଣ କୌଣସି ପଲିବ୍ୟାଗ୍‌ ନୁହେଁ ବରଂ ଏହାକୁ ଏକ ପ୍ରିମିୟମ୍‌ ବକ୍ସରେ ଡେଲିଭରି ଦିଆଯାଏ । ଏହାକୁ ଜାପନରେ ହାଇ ପ୍ରୋଫାଇଲର ଲୋକ ଓ ସେଲିବ୍ରିଟି ଗିଫଫ ହିସାବରେ ମଧ୍ୟ ବ୍ୟବହାର କରନ୍ତି ।

black watermelon of japan @thetopmost-01
black watermelon of japan @thetopmost-01

https://thetopmost.in/?p=1677

https://thetopmost.in/?p=1629

https://thetopmost.in/?p=1557

https://thetopmost.in/?p=1735