
ଲଗାତର ୬-୭ ସପ୍ତାହ ଜଡ଼ା ତେଲକୁ ଉଷୁମ କରି ମୁଣ୍ଡରେ ଲଗାଇଲେ ଚୁଟି ମୂଳ ମଜଭୂତ ଓ ସୁନ୍ଦର ରହେ ।
ପ୍ରତିଦିନ ଗାଧୋଇବା ପୂର୍ବରୁ ମୁହଁରେ ଜଡ଼ା ତେଲ ମାଲିସ କରି ୩୦ ମିନିଟ୍ ପରେ ଗାଧେଇବାକୁ ଯାଅନ୍ତୁ । ଏହା ଦ୍ୱାରା ମୁହଁରେ ଦାଗ ଦୂର ହେବା ସହ ସୁନ୍ଦର ଦେଖାଯାଏ ।

ଜଡ଼ା ତେଲ କଣ୍ଡିସନର ପରି କାମ କରିଥାଏ । ମୁଣ୍ଡ ସଫା କରିବାର ଅଧଘଣ୍ଟା ପୂର୍ବରୁ ଜଡ଼ା ତେଲ ଲଗାନ୍ତୁ ।
ଅଧିକାଂଶର ନଖ ବଢ଼ିବା ମାତ୍ରେ ଫାଟିଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ନଖରେ ଉଷୁମ ଜଡ଼ା ତେଲ ମାସିଲ କରନ୍ତୁ ।
ଷ୍ଟ୍ରେଚ୍ ମାର୍କସ ହୋଇଥିବା ସ୍ଥାନରେ ଗୋଟେ ମାସ ଲଗାତର ଜଡ଼ାତେଲ ଲଗାନ୍ତୁ, ଲାଭ ମିଳିବ ।
ଜଡ଼ାତେଲ ମଶ୍ଚରାଇଜର ପରି ମଧ୍ୟ କାମ କରିଥାଏ ।
ଓଠରେ ଜଡ଼ା ତେଲ ମାଲିସ କରିବା ଦ୍ୱାରା ଓଠ ଫଟା ଓ କଳାଦାଗ ଦାଗ ଦୂର ହୁଏ ।

1 thought on “ଜଡ଼ା ତେଲ ଓ ସୌନ୍ଦର୍ଯ୍ୟ”