The Topmost

“The eyes believe themselves, the ears believe other people.”

utkal diwas

ଗଢ଼ିବା ସୁନ୍ଦର ଓଡିଶା

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଆମର ଏ ଉତ୍କଳ ଭୂଇଁ । କେତେ ନଦ ନଦୀ ପାହାଡ଼ ଜଙ୍ଗଲ ଘେରା ପକୃତିର ଶୋଭାରାଜି ଅତୁଳନୀୟ । କଳା ସଂସ୍କୃତିର ଉତ୍କର୍ଷତା ଏ ରାଜ୍ୟକୁ ମହନୀୟ କରିଛି । ଦିନେ ଏ ରାଜ୍ୟର ସୀମା ଗଙ୍ଗାଠାରୁ ଗୋଦାବରୀ ଯାଏଁ ଥିଲା ବିସ୍ତୃତ ତାହା ଭାବିଲେ ମନରେ ଗର୍ବ ଆସେ । ଦିନ ଥିଲା ଉତ୍କଳ ଜନନୀ ଗୃହଶତୃ, କୁଚକ୍ରୀ, କୁମନ୍ତ୍ରଣା ଯୋଗୁଁ ୧୫୬୮ ରେ ଆଫଗାନ, ମୋଗଲ ଓ ମରହଟ୍ଟା ଶକ୍ତି ଦ୍ୱାରା ଅଧିକୃତ ହୋଇଥିଲା । ପାଇକର ଶକ୍ତି ଓ ସାମର୍ଥ୍ୟ ମାଟିରେ ମିଶି ଯାଇଥିଲା । ୧୮୦୩ ମସିହାରେ ଓଡିଶା ଇଂରେଜ ଶାସନର କବଳିତ ହେଲା ମାନଚିତ୍ରରୁ ଓଡିଶାର ଅସ୍ତିତ୍ୱ ହରାଇଲା । ଏହା ଥିଲା ଗଭୀର ଦୁଃଖ ଓ ପରିତାପର ବିଷୟ । ବ୍ରିଟିଶ ଶାସନରୁ ଓଡିଶାକୁ ଉଦ୍ଧାରିବା ପାଇଁ ଦୁଇ ବର୍ଷ ମଧ୍ୟରେ ଖୋର୍ଦ୍ଧା ରାଜାଙ୍କ ପ୍ରଧାନମନ୍ତ୍ରୀ ଜୟୀ ରାଜଗୁରୁ ଇଂରେଜ ବିରୁଦ୍ଧରେ ବିଦ୍ରୋହ କରି ବନ୍ଦୀ ହେଲେ ଓ ଫାଶୀ ପାଇଲେ । ୧୮୧୭ ଖୋର୍ଦ୍ଧା ରାଜାଙ୍କ ପ୍ରଧାନ ସେନାପତି ବକ୍‌ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ଆରମ୍ଭ ହେଲା ପାଇକ ବିଦ୍ରୋହ ।

utkal diwas
utkal diwas @thetopmost-01

ଓଡିଆ ସ୍ୱାଧୀନତା ସଂଗ୍ରାମୀ ମାନେ ବିଭିନ୍ନ ପ୍ରାନ୍ତରରେ ଥିବା ଓଡିଆ ମାନଙ୍କୁ ଏକାଠି କରି ଖଣ୍ଡ ବିଖଣ୍ଡିତ ଓଡିଶାକୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଲେ କାରଣ ଇଂରେଜ ମାନେ ଗଡଜାତ ରାଜ୍ୟ ମାନଙ୍କୁ କରଦ ରାଜ୍ୟ ଭାବେ ପରିଗଣିତ କରି ପଶcିମାଞ୍ଚଳ, କେନ୍ଦ୍ରାଞ୍ଚଳ ଦକ୍ଷିଣାଞ୍ଚଳକୁ ମାନ୍ଦ୍ରାଜରେ ରଖି କଟକ, ପୁରୀ , ବାଲେଶ୍ୱରକୁ ଓଡିଶାର ମାନ୍ୟତା ଦେଲେ । ଫଶ୍ଚିମ ବଙ୍ଗଳାରେ ମେଦିନୀପୁର, ଆନ୍ଧ୍ରରେ ଶ୍ରୀକାକୁଲମ, ମଧ୍ୟ ପ୍ରଦେଶର ବସ୍ତର ଜିଲ୍ଲାରେ ବସବାସ କରୁଥିବା ଓଡିଆ ବିଚ୍ଛିନ୍ନାଞ୍ଚଳରେ ରହିଗଲେ । ଫଳରେ ଜାତୀୟ ଭାବନା କ୍ଷତିଗ୍ରସ୍ଥ ହେଲା । ଜନମତକୁ ଉନ୍ମେଷ କରାଗଲା ସମ୍ବାଦପତ୍ର ଉତ୍କଳ ଦୀପିକା, ଉତ୍କଳ ବାହିକା, ନବ ସମ୍ବାଦ, ଦୈନିକ ଆଶା ପ୍ରଭୃତି ଦ୍ୱାରା ।

https://twitter.com/NALCO_India/status/1508668932969828357
୧୮୮୫ ଜାତୀୟ କଂଗ୍ରେସରେ ଭାରତୀୟ ନେତାମାନେ ଏକାଠି ରହି ଦେଶ ସମସ୍ୟା ବିଷୟରେ ଆଲୋଚନା କରି ସରକାର ନିକଟରେ ଦାବିପତ୍ର ଉପସ୍ଥାପିତ କରିବାକୁ ଚାହିଁଲେ । ସମ୍ବାଦକ, ସୁଲେଖକ ବିଚ୍ଛନ୍ଦ ଚରଣ ପଟ୍ଟନାୟକ, ଫକାର ମୋହନ ସେନାପତି, ଗଙ୍ଗାଧର ମେହେର, ରାଧାନାଥ ରାୟ, କର୍ମବୀର ଗୋðରୀ ଶଙ୍କର, ନୀଳମଣି ବିଦ୍ୟାରତ୍ନ , ମଧୁସୂଦନ ଦାସ ଓଡିଆ ଭାଷା ଭାଷୀଙ୍କୁ ଏକତ୍ରୀକରଣ କରି ୧୮୭୬ ରେ ଦାବିପତ୍ର ଦେଇଥିଲେ ତତ୍କାଳୀନ ଭାରତ ପ୍ରଶାସକଙ୍କୁ ।

୧୯୦୩ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉତ୍କଳ ସମ୍ମିଳନୀ ବସିଲା । ଉତ୍କଳ ଗୋðରବ ମଧୁସୂଦନ ଦାସ ଥିଲେ ଏହାର ଆବାହକ । ସେ ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ଦାବି ଜଣାଇଲେ । ସରକାର କିଛି ପଦକ୍ଷେପ ନ ନେବାରୁ ବିଲାତ ଯାଇ କମିଶନରଙ୍କୁ ଜଣାଇଲେ । ଫଳରେ ବିହାର ଓଡିଶାକୁ ବଙ୍ଗଳାରୁ ଅଲଗା କରାଗଲା ସ୍ୱତନ୍ତ୍ର ଓଡିଶା ହୋଇ ପାରିଲାନି । ପରମ ଦେଶଭକ୍ତ ପାରଳାର କୃଷ୍ଣଚନ୍ଦ୍ର ଗଜପତି ୧୯୨୦ ରେ ଏହି ସ୍ୱତନ୍ତ୍ର ପ୍ରଦେଶ ଦାବି ଉଠାଇଲେ ତାଙ୍କ ସହ ଥିଲେ ଗୋପବନ୍ଧୁ ଦାସ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଶଶିଭୂଷଣ ରଥ, ପର୍ଶୁରାମ ପାତ୍ର, ଭାସ୍କର ଚନ୍ଦ୍ର ମହାପାତ୍ର, ଏସ ଏନ୍‌ ରାଜଗୁରୁ, ହରିହର ମହାପାତ୍ର କନିକା, ଧରାକୋଟ, ଖଲିକୋଟ, ପାରିକୁଦ, ଖଡିଆଳ ଓ ବୋଡାସମ୍ବର ରାଜା ଗୋରାଚାନ୍ଦ ପଟ୍ଟନାୟକ, ପୁରୀ ଏମାର ମଠ ମହନ୍ତ ପ୍ରମୁଖ । ଶେଷରେ ସାଇମନ କମିଶନ ଓ ଓଡୋନେଲ୍‌ କମିଟି ଏ ବିଷୟ ଅନୁଧ୍ୟାନ କଲେ । ଲଣ୍ଡନ ଗୋଲଟେବୁଲ ବୈଠକରେ ଯୋଗଦେଇ ପାରଳା ଗଜପତି ସେହି ଦାବି ଉପସ୍ଥାପିତ କଲେ ।

ଇଣ୍ଡିଆ ଅଫିସ ପକ୍ଷରୁ ପ୍ରସ୍ତୁତ ଶେ୍ୱତପତ୍ରରେ ଓଡିଶା ପ୍ରଦେଶ ଗଠନ ହେବା କଥା ପ୍ରକାଶ ହେଲା । ୧୯୩୬ ଜାନୁଆରୀ ୩ ପ୍ରିଭି କାଉନସିଲଙ୍କ ପରାମର୍ଶ ଅନୁସାରେ ଏ ସମ୍ପର୍କରେ ନିର୍ଦ୍ଦେଶନାମା ପ୍ରକାଶ ପାଇଲା । ସେହି ବର୍ଷ ଅପ୍ରେଲ ପହିଲାରେ ଓଡିଶା ପ୍ରଦେଶ ଗଠିତ ହେବ ବୋଲି ସ୍ଥିର ହେଲା । ଓଡିଆ ଭାଷାଭାଷୀ ୨୬ଟି ଦେଶୀୟ ରାଜ୍ୟର ଲୋକମାନଙ୍କୁ ଏକାଠି ସଙ୍ଗଠିତ କରିବା ବହୁତ କଷ୍ଟକର ଥିଲା ଯାହା ମଧୁବାବୁ୍‌ଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀ ଗଠନ ଦ୍ୱାରା ସମ୍ଭବ ହେଲା । ଓଡିଆ ସମ୍ବାଦପତ୍ର ଦ୍ୱାରା ଓଡିଆ ଜାତୀୟତା ବଢ଼ିଲା ।


ରେଭେନ୍ସା କଲେଜରେ ନୂତନ ପ୍ରଦେଶ ଗଠନ ପାଇଁ ଦରବାର ଆୟୋଜନ ହେଲା । ପ୍ରଥମ ରାଜ୍ୟପାଳ ସାର୍‌ ଜନ୍‌ ଅଷ୍ଟିନ ହବାକ୍‌ ତାଙ୍କ ପତ୍ନୀ ଲେଡି ହବାକ୍‌୍‌ ତାଙ୍କର ପ୍ରାଇଭେଟ ସେକ୍ରେଟାରୀ ସ୍ୱତନ୍ତ୍ର ଟ୍ରେନରେ ଆସି ଓଡିଶା କଟକରେ ପହଞ୍ଚିଲେ । ବିହାର ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥପାଠ କରାଇଥିଲେ । ଏହି ଦରବାର ଉତ୍ସବରେ ୫ଟି ସଙ୍ଗଠନ ଅଂଶଗ୍ର୍ରହଣ କରିଥିଲେ, ଯଥା ଓଡିଶା ପିପୁଲସ୍‌ ଆସୋସିଏସନ, ଓଡିଶା ମହମେଡାନ ଆସୋସିଏସନ, ଓଡିଶା ଜମିଦାର ଆସୋସିଏସନ, ଓଡିଶା ଚାମ୍ବର ଅଫ କମର୍ସ, ନିଖିଳ ଉତ୍କଳ ଡୋମିସାଇଲଡ ବେଙ୍ଗଲିଜ୍‌ ଆସୋସିଏସନ । ୧୯୧୨ରେ ବିହାର ଓଡିଶା ଓ ବଙ୍ଗରୁ ପୃଥକ ହୋଇ ସ୍ୱତନ୍ତ୍ର ହେଲା ।

http://thetopmost.in/?p=1006

http://thetopmost.in/?p=1002

http://thetopmost.in/?p=991

http://thetopmost.in/?p=958

୧୯୩୬ ଅପ୍ରେଲ୧ ରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା ଅନେକ ପ୍ରତିକ୍ଷିତ ଦିନଟି ଉତ୍କଳ ଦିବସ ରୂପେ ମନାଗଲା । ସମସ୍ତ ଓଡିଆ ଭାଷା ଭାଷୀ ସଚେତନ ରହି ଓଡିଶାକୁ ଆଗକୁ ନେବା ଏହି ଦିବସର ମୂଳଲକ୍ଷ୍ୟ ହେଉ । ଗୋଟେ ସୁନ୍ଦର ଓଡିଶା ଗଠନ ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ ଓ ସାଧାରଣ ଜନତା ଯାଏଁ ସମସ୍ତେ ପ୍ରୟାସ କରିବା ଦରକାର । ଆମ ଭାଷା ହିଁ ଆମର ପରିଚୟ । ବିଶ୍ୱ ଦରବାରରେ ବିଶ୍ୱ ପ୍ରାଣରେ ଓଡିଆର ଦେବତା ଜଗନ୍ନାଥ ଆଜି ବି ଓଡିଆର ଜାତୀୟ ଦେବତା ରୂପେ ପରିଗଣିତ । କୋଣାର୍କ ମନ୍ଦିର, ପିପିଲି ଚାନ୍ଦୁଆ ରଘୁରାଜପୁରର ପଟ୍ଟଚିତ୍ର , ଓଡିଆ ପାଇକ, ଛଉ ନୃତ୍ୟ ,ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଓଡିଶାର ମା’ ମାଟି ମମତା ବିଷୟରେ ପରିଚୟ ଦେଉଛି । ପ୍ରକୃତି ରାଣୀ ଚିଲିକା, ନଳବଣ, ଭିତର କନିକା, ବାଲୁକା କଳା ଆଜି ବି ଓଡିଆର ପରିଚୟ ବଜାୟ ରଖିଛି । ତେଣୁ ସର୍ବଦା ଓଡିଶାକୁ ଆଗକୁ ନେବାକୁ ଚେଷ୍ଟିତ ରହିବା ସମସ୍ତଙ୍କ ପ୍ରମୁଖ କର୍ତ୍ତବ୍ୟ ହେବାର ଆବଶ୍ୟକତା ରହିଛି ।