The Topmost

“The eyes believe themselves, the ears believe other people.”

stolen-bikes

ଗାର୍ଡେନରେ ୫୦୦ ଚୋରି ସାଇକେଲ

ବ୍ରିଟେନରେ ଜଣେ ବ୍ୟକ୍ତିଙ୍କ ଗାର୍ଡେନ ଚୋରି ସାଇକେଲରେ ଭର୍ତ୍ତି ହୋଇଥିଲା । ପୋଲିସ ମଧ୍ୟ ଦୀର୍ଘଦିନରୁ ସେହି ସମସ୍ତ ଚୋରି ସାଇକେଲର ସନ୍ଧାନ କରିବାରେ ଲାଗିଥିଲେ ସୁଦ୍ଧା ବିଫଳ ହୋଇଥିଲା, କି;ୁ ଗୁଗୁଲ ଯୋଗୁଁ ସେସବୁ ଧରାପଡ଼ିଛି । ଗୁଗୁଲ୍‌ ଅର୍ଥରେ ଉକ୍ତ ବ୍ୟକ୍ତିଙ୍କ ଘରର ସମ୍ପୂର୍ଣ୍ଣ ନକ୍ସା ପୋଲିସ ପାଇବା ପରେ ଉକ୍ତ ବ୍ୟକ୍ତିଙ୍କ ଅସଲ କାରନାମା ପଦାକୁ ଆସିଛି । ସୂଚନା ଅନୁଯାୟୀ ଓକ୍ସଫୋର୍ଡରେ ରହୁଥିବା ୫୬ ବର୍ଷୀୟ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଗିରଫ ବ୍ୟକ୍ତିଙ୍କ ଗାର୍ଡେନରୁ ଗୁଗଲ ଅର୍ଥ ଜରିଆରେ ୫୦୦ରୁ ଅଧିକ ସାଇକେଲ ଜବତ କରିଛି । ତେବେ ପୋଲିସ ଗୁଗୁଲ ଅର୍ଥରେ ଦେଖିବାକୁ ପାଇଥିଲା ଯେ ଜଣେ ବ୍ୟକ୍ତିଙ୍କ ପଛ ଗାର୍ଡେନରେ ଅନେକ ସାଇକେଲ ଗଦା ହୋଇ ରହିଛି ।

stolen-bikes
stolen-bikes @thetopmost-01

http://thetopmost.in/?p=999

http://thetopmost.in/?p=991

http://thetopmost.in/?p=980

ତେବେ ପୋଲିସକୁ ଏହି ଫଟୋ ଦେଖି ଆଶଙ୍କା ହେବା ପରେ ଅଧିକ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ସତ ସାମ୍ନାକୁ ଆସିଥିଲା । ପଡ଼ୋଶୀଙ୍କ କହିବା ଅନୁଯାୟୀ ଏତେଗୁଡ଼ିଏ ସାଇକେଲ ସମ୍ପର୍କରେ ଗିରଫ ବ୍ୟକ୍ତି ଜଣଙ୍କ ସବୁବେଳେ କୁହନ୍ତି ଯେ ଏହି ସାଇକେଲଗୁଡ଼ିକୁ ସେ ଆଫ୍ରିକାର ଅଭାବୀ ପିଲାଙ୍କ ପାଇଁ ସଂଗ୍ରହ କରୁଛନ୍ତି ।