The Topmost

“The eyes believe themselves, the ears believe other people.”

natural hair conditioner

କେଶକୁ ଦିଅନ୍ତୁ ପ୍ରାକୃତିକ କଣ୍ଡିସିନିଂ

ବିୟୁଟି ଏକ୍ସପର୍ଟ୍ସଙ୍କ ମତରେ କେଶର କ୍ୱାଲିଟି ପାଇଁ କଣ୍ଡିସନର ବହୁତ ଜରୁରୀ । ତେଣୁ ସାମ୍ପ କରିବା ପରେ ସମସ୍ତେ ଚୁଟିରେ କଣ୍ଡିସନର୍‌ ଲଗାନ୍ତି । ହେଲେ ଏହି ଦାମିକିଆ କଣ୍ଡିସନର୍‌କ ପ୍ରଭାବ ମାତ୍ର ଅଳ୍ପ ସମୟ ପାଇଁ ରହିଥାଏ । ଆପଣ ବି ଯଦି ମାର୍କେଟରେ ଉପଲବ୍ଧ ବ୍ରାଣ୍ଡେଣ୍ଡ୍‌ କଣ୍ଡିସନର୍‌ କିଣି କେଶରେ ଲଗାଉଛନ୍ତି, ତାହାଲେ ସେଗୁଡ଼ିକୁ ବାଏ ବାଏ କରିବାର ସମୟ ଆସିଯାଇଛି । ଏହା ବିକଳ୍ପରେ ଘରେ ପ୍ରସ୍ତୁତ କରନ୍ତୁ ନାଚୁରାଲ ହେୟାର କଣ୍ଡିସନର । ଏହା କେଶରୁ ବଢ଼ିବାରେ ସାହାଯ୍ୟ କରିବା ସହ ମଜଭୂତ ମଧ୍ୟ କରିବ ।

୧- କେଶ ପାଇଁ ଦହି ପରଫେକଫ କଣ୍ଡିସନର୍‌ । ଦହିରେ ମହୁ ଏବଂ ନଡ଼ିଆ ତେଲକୁ ମିଶାଇ କେଶରେ ଲଗାଇ ଅଧଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ତାପରେ ମାଇଲï ସାମ୍ପୁରେ ମୁଣ୍ଡ ସଫା କରନ୍ତୁ ।

୨-କଦଳୀର ପ୍ରୟୋଗ ମଧ୍ୟ କେଶ ପାଇଁ ଏକ କଣ୍ଡିସନର ପରି କାମ କରିଥାଏ । ଗୋଟିଏ କଦଳୀରେ ୨ ଚାମଚ ନଡ଼ିଆ ତେଲ କିମ୍ବା ଅଲିଭ୍‌ ତେଲ, ୧ ଚାମଚ ମହୁ, ଲେମ୍ବୁ ରସ, ୨ ଚାମଚ ଦହି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ଚୁଟିରେ ଲଗାଇ ପ୍ରାୟ ୧ ଘଣ୍ଟା ପରେ ଧୋଇଦିଅନ୍ତୁ ।

୩ -ଘିକୁଆଁରୀ ମଧ୍ୟ କେଶ ଉପରେ ଭଲ ପ୍ରଭାବ ପକାଇଥାଏ । ଏଥିରେ ଲେମ୍ବୁ ରସ ମିଶାଇ ଭଲ ଭାବରେ କେଶରେ ଲଗାନ୍ତୁ । ଅଧ ଘଣ୍ଟା ପରେ କେଶକୁ ସଫା କରନ୍ତୁ ।

୪-ଯଦି ଆପଣଙ୍କ ପାଖରେ ସମୟ କମ୍‌, ତେବେ କେଶରେ କେବଳ ଭିନେଗାରକୁ କଣ୍ଡିସନର ପରି ଲଗାଇପାରିବେ । ସାମ୍ପୁ କରିବା ପରେ ଏକ ମଗ ପାଣିରେ ୨ ଚାମଚ ଭିନେଗାରକୁ ମିଶାନ୍ତୁ ଏବଂ ଏହି ପାଣିରେ କେଶକୁ ସଫା କରନ୍ତୁ । ଆପଣ ଖୁବଶୀଘ୍ର ଏହାର ପ୍ରଭାବ ଜାଣିପାରିବେ ।

୫- ଅଣ୍ଡାକୁ ଦହିରେ ମିଶାଇ କେଶରେ ଲଗାଇପାରିବେ । ଏହାକୁ ମଧ୍ୟ ଉତ୍ତମ କଣ୍ଡିସନର କୁହାଯାଇଥାଏ । ଏହି ପ୍ୟାକ୍‌କୁ କେଶରେ ଅଧ ଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ହର୍ବାଲ ସାମ୍ପୁରେ ଧୋଇଦିଅନ୍ତୁ ।

୬-ନଡ଼ିଆ ତେଲରେ ପିଆଜ ରସ ଏବଂ ଲେମ୍ବୁ ରସ ମିଶାଇ ଲଗାଇଲେ କେଶରେ ଚମକ ଆସିଥାଏ ।

natural hair conditioner @thetopmost-01
natural hair conditioner @thetopmost-01
natural hair conditioner @thetopmost-01

https://thetopmost.in/?p=1731

https://thetopmost.in/?p=1677

https://thetopmost.in/?p=1671

https://thetopmost.in/?p=1687