The Topmost

“The eyes believe themselves, the ears believe other people.”

dv

କାନ୍ସ ଫେଷ୍ଟିଭାଲରେ ଧମାଲ କଲେ ଓଡିଆ କପଲ୍‌

ନୂଆଦିଲ୍ଲୀ: ମଇ ୨୧: ୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଧମାଲ ମଚେଇଲେ ଓଡିଆ ଜୋଡି ।ଚମକିଲା ସମ୍ବଲପୁରୀ ଡିଜାଇନ୍‌ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରଯୋଜକ ତଥା ପୃଷ୍ଠପୋଷକ ଟିଟିଲାଗଡ଼ର ପୁଅ ଜିତେନ୍ଦ୍ର ମିଶ୍ର ଓ ପତ୍ନୀ ଡୋନା ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଫେଷ୍ଟିଭାଲରେ ରେଡ୍‌ କାର୍ପେଟରେଚାଲିଥିଲେ । ଜିତେନ୍ଦ୍ର ନିଜେ ଏହି ବିଶେଷ ଉତ୍ସବ ପାଇଁ ସମ୍ବଲପୁରୀ ରେଶମ ପୋଷାକର ଡିଜାଇନ୍‌ କରିଥିଲେ । କାନ୍ସ ରେଡ୍‌ କାର୍ପେଟ ଏକ ଉଚ୍ଚ ସ୍ତରୀୟ ଗ୍ଲାମରସ୍‌ ପର୍ଯ୍ୟାୟ ଭାବରେ ବିବେଚନା କରାଯାଏ । ଯାହା ଉପରେ ସମଗ୍ର ବିଶ୍ୱର ନଜର ଥାଏ । ଏତେ ବଡ଼ ଉତ୍ସବରେ ସମ୍ବଲପୁରୀ ବୟନ କଳାର ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବାର ଏହା ଏକ ବିରଳ ସୁଯୋଗ ଥିଲା । ସେଠାରେ ଉପସ୍ଥିତ ଦର୍ଶକ ପୋଷାକର ଡିଜାଇନ୍‌ ଓ ପ୍ରସ୍ତୁତି ପ୍ରଶଂସା କରିଥିଲେ । ଏ ଅବସରରେ ଜିତେନ୍ଦ୍ର କହିଛନ୍ତି, ଉଭୟେ ସମ୍ବଲପୁରୀ ପୋଷାକ ପିନ୍ଧି ବହୁତ ଖୁସି ଓ ଗର୍ବିତ । ଏହା ପୂର୍ବରୁ ୨୦୧୯ରେ ମୁଁ କାନ୍ସ ରେଡ୍‌ କାର୍ପେଟରେ ଏକ ସମ୍ବଲପୁରୀ ଜ୍ୟାକେଟ୍‌ ପିନ୍ଧିଥିଲି ବୋଲି ଜିତେନ୍ଦ୍ର କହିଛନ୍ତି ।

https://thetopmost.in/?p=2243

https://thetopmost.in/?tag=ms-dhoni-hands-over-chennai-super-kings-captaincy-to-ravindra-jadeja

https://twitter.com/jitendra_films/status/1527646384463159296

https://thetopmost.in/?p=1976