The Topmost

“The eyes believe themselves, the ears believe other people.”

worlds biggest plane crash

କଭର ଅକସ୍ମାତ୍‌ ଅଘଟଣ

ମୃତୁ୍ୟର କୌଣସି ସମୟ କିମ୍ବା ସ୍ଥାନ ନଥାଏ । ଏହା କେତେବେଳେ କେଉଁ ସମୟରେ ବି ଆସିପାରେ । କିଛି ଘଟଣା ଏପରି ରହିଛି ଯେଉଁଥିରେ ମଝି ଆକାଶରେ ଆସିଛି ମୃତୁ୍ୟ । ମଝି ଆକାଶରେ ଅନେକଙ୍କର ଜୀବନ କାହାଣୀରେ ପଡିଛି ପୂର୍ଣ୍ଣଛେଦ । ଇତିହାସରେ ଏଭଳି କିଛି ଦୁଃଖଦ ବିମାନ ଦୁର୍ଘଟଣା ଯାହା ଆଜିଯାଏଁ ଲୋକଙ୍କ ମନରେ ଜୀବନ୍ତ ରହିଛି । ଯେଉଁ ଦୁର୍ଘଟଣା ଶତାଧୀକ ଲୋକଙ୍କର ମୃତୁ୍ୟର କାରଣ ପାଲଟିଛି ।
ଚଳିତ ବର୍ଷ ଡିସେମ୍ବର ୮ତାରିଖର ଏକ ଦୁର୍ଘଟଣା ସ୍ତବ୍ଧ କରିଥିଲା ପୁରା ଦେଶକୁ । ଦେଶ ହରାଇଥିଲା ତାର ପ୍ରଥମ ସିଡିଏସ୍‌ ବିପିନ୍‌ ରାୱତଙ୍କୁ । ବାୟୁସେନାର ଏକ ଚªର ଦୁର୍ଘଟଣାରେ ବିପିନ ରାୱତଙ୍କ ସହିତ ଅନ୍ୟ ୧୩ ଜଣଙ୍କର ମୃତୁ୍ୟ ହୋଇଥିଲା ଏହି ଦୁର୍ଘଟଣାରେ । ଏହି ଚªରରେ ସିଡିଏସ୍‌ଙ୍କ ଧର୍ମପତ୍ନୀ ମଧୁଲିକାଙ୍କ ସମେତ ଅନେକ ଅଧିକାରୀ ଯାତ୍ରା କରୁଥିଲେ । ଚªରଟି ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଗସ୍ତ କରୁଥିଲା । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଅଧାରାସ୍ତାରେ ଚªରଟି କ୍ରାସ କରିଥିଲା, ଯାହା ଫଳରେ କେହି କିଛି ଭାବିବା ଆଗରୁ ଖଣ୍ଡ ବିଖଣ୍ଡିତ ହୋଇଥିଲା ଚªରଟି । ଗନ୍ତବ୍ୟସ୍ଥଳ ଠାରୁ ମାତ୍ର ୧୦ ମିନିଟ୍‌ ଦୂରରେ ଘଟିଥିଲା ଏହି ଘଟଣାଟି ।
ଅନ୍ୟ ବଡ ଦୁର୍ଘଟଣା
ତେବେ ଏହି ବିମାନ ଦୁର୍ଘଟଣା ଇତିହାସର କେତେକ ଲୋମହର୍ଷଣକାରୀ ଦୁର୍ଘଟଣାକୁ ମନେ ପକାଇଦିଏ । ଏଭଳି ଅନେକ ବିମାନ ଦୁର୍ଘଟଣା ଅତୀତରେ ଘଟିଛି ଯାହାର ଭୟାବହତାକୁ ଲୋକମାନେ ଏବେ ବି ମନେପକାଇଥାଆନ୍ତି । ଯାହା ଏବେ ମଧ୍ୟ ଲୋକଙ୍କ ମନରେ ଦୁଃଖ ଦେଇଥାଏ । ଅତୀତରେ ଘଟିଥିବା ସେହିଭଳି କିଛି ଦୁର୍ଘଟଣା ସମ୍ପର୍କରେ
-୧୯୬୩
୧୯୬୩ରେ ଜମ୍ମୁକାଶ୍ମୀରର ପୁଞ୍ଚରେ ଘଟିଥିଲା ବାୟୁସେନାର ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଛଅ ଜଣଙ୍କର ମୃତୁ୍ୟ ହୋଇଥିଲା । ଭାରତ ଇତିହାସର ଏହା ଥିଲା ସବୁଠାରୁ ବଡ ବିମାନ ଦୁର୍ଘଟଣା ମଧ୍ୟରୁ ଗୋଟିଏ । ଦୁର୍ଘଟଣାରେ ହେଲିକପଫରରେ ଥିବା ସମସ୍ତ ଅଧିକାରୀଙ୍କର ମୃତୁ୍ୟ ହୋଇଥିଲା । ଏଥିରେ ତିନିଜଣ ଜେନେରାଲ ଅଫିସର୍‌ଙ୍କ ସମେତ ଜଣେ ବ୍ରିଗେଡିଅର ଏବଂ ଜଣେ ବାୟୁ ସେନା ଅଧିକାରୀ ଥିଲେ । ୧୯୬୩ରେ ପୁଞ୍ଚ ସହରକୁ ବିଜୁଳି ଓ ଜଳ ଯୋଗାଣ ପାଇଁ ଏକ ନୂଆ ପ୍ରକଳ୍ପର ନିର୍ମାଣ କରାଯାଇଥିଲା । ଯାହାର ତଦାରଖ କରିବା ପାଇଁ ଏକ ଟିମ୍‌ ପୁଞ୍ଚ ଯାତ୍ରା କରିଥିଲେ । ଏହି ଟିମ୍‌ ନୀରିକ୍ଷଣ କରିବା ପରେ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ଉଡାଣ ଭରିଥିଲେ । ହେଲେ ଉପରକୁ ଉଠିବାର ଅଳ୍ପକେତେ ସମୟ ପରେ ହିଁ ହେଲିକପଫରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏକ ନଦୀର ଦୁଇପାର୍ଶ୍ସରେ ଥିବା ଦୁଇଟି ଖମ୍ବରେ ମାତ୍ର ୩୦୦ ମିଟର ଉଚ୍ଚରେ ଏକ ତାର ବନ୍ଧାଯାଇଥିଲା । ତେବେ ତାରରେ ହେଲିକପଫର ଛନ୍ଦି ହେବା ଫଳରେ ଦୁର୍ଘଟଣା ଘଟିଥିଲା । ହେଲିକପଫରରେ ଥିବା ସମସ୍ତ ଯାତ୍ରୀଙ୍କର ଏଥିରେ ମୃତୁ୍ୟ ହୋଇଥିଲା । ଏହି ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ପୁଞ୍ଚରେ ସ୍ମୃତି ସ୍ତମ୍ଭର ସ୍ଥାପନା କରାଯାଇଛି ।

  • ୧୯୯୬
    ଇତିହାସର ଅନ୍ୟ ଏକ ବଡ ଦୁର୍ଘଟଣା ହେଲା ୧୯୯୬ରେ ଘଟିଥିବା ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩୪୯ଜଣଙ୍କର ପ୍ରାଣ ଯାଇଥିଲା, ଯାହା ପୂରା ବିଶ୍ୱରେ ଚହଳ ପକାଇଦେଇଥିଲା । ୧୯୯୬ ନଭେମ୍ବର ୧୨ରେ ସଉଦିଆ ବିମାନ ଦିଲ୍ଲୀରୁ ସାଉଦି ଆରବ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ସେହିଭଳି ଅନ୍ୟ ଏକ ବିମାନ କଜାଖସ୍ଥାନରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଦୁଇଟି ଯାକ ବିମାନରେ ଶତାଧିକ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ଭୁଲବଶତଃ ଏହି ଦୁଇଟି ଯାକ ବିମାନ ନିଜ ନିଜ ଭିତରେ ଧMା ହୋଇଥିଲେ, ଯାହା ୩୪୯ ଜଣଙ୍କର ପ୍ରାଣ ନେଇଥିଲା । ଯାହା ଇତିହାସରେ ସବୁଠାରୁ ବଡ ଦୁର୍ଘଟଣା ରୂପେ ବିବେଚନା କରାଯାଇଥାଏ । ଏହି ଦୁର୍ଘଟଣା ଉପରେ ପ୍ରାମାଣିକ ଚଳଚିତ୍ର ମଧ୍ୟ ନିର୍ମାଣ କରାଯାଇଛି । ସାଉଦି ବିମାନର ଚାଳକ ମାତ୍ର ୪୫ ବର୍ଷୀୟ ହୋଇଥିବା ବେଳେ କଜାକସ୍ତାନ ବିମାନର ଚାଳକଙ୍କୁ ୪୪ ବର୍ଷ ବୟସ ହୋଇଥିଲା । ଏକ ରିପୋର୍ଟ ଅନୁସାରେ ସାଉଦି ଆରବରୁ ଆସୁଥିବା ବିମାନରେ ୨୧୫ଜଣ ଭାରତୀୟ ଥିଲେ ଯେଉଁମାନେ ସେଠାରେ କାର୍ଯ୍ୟରତ ଥିଲେ । ସେହିଭଳି ଏଥିରେ ଅନ୍ୟ ଦେଶର ନାଗରିକ ମଧ୍ୟ ଥିଲେ । ସେହିଭଳି କଜାକସ୍ତାନରୁ ଆସୁଥିବା ବିମାନରେ ୩୭ଜଣ ଯାତ୍ରୀ ଥିବା ବେଳେ ଏମାନେ କିଣାବିକା ସହ ବୁଲିବାକୁ ଭାରତ ଆସୁଥିବା ଏକ ରିପୋର୍ଟରେ ପ୍ରକାଶିତ ହୋଇଥିଲା ।
  • ୧୯୭୮
    ନୂଆବର୍ଷ ସର୍ବଦା ଖୁସିର ମାହୋଲ ନେଇ ଆସିଥାଏ । ହେଲେ ୧୯୭୮ର ନୂଆ ବର୍ଷ ଆଣିଥିଲା ମୃତୁ୍ୟର ତାଣ୍ଡବ । ଏହିଦିନ ଘଟିଥିବା ଏକ ବିମାନ ଦୁର୍ଘଟଣାରେ ୨୧୩ ଜଣଙ୍କର ଜୀବନ ଯାଇଥିଲା । ବିମାନଟି ଜାନୁଆରୀ ୧ତାରିଖରେ ମୁମ୍ବାଇରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିଲା, ହେଲେ ଅଧାରେ ରହିଯାଇଥିଲା ଏହି ଯାତ୍ରା । ପ୍ରଥମେ ଏହି ବିମାନ ଦୁର୍ଘଟଣାର କୌଣସି କାରଣ ଜଣାପଡିନଥିଲା । ତେବେ ତଦନ୍ତ ପରେ ଏହା ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ଜଣାପଡିଥିଲା । । ବିମାନର ପଛଭାଗରେ କୌଣସି ଯାନ୍ତ୍ରିକ ତ୍ରୁଟି ହେବା ପରେ ଚାଳକ ବିମାନ ଉପରୁ ନିୟନ୍ତ୍ରଣ ହରାଇଥିବା ନେଇ ସନ୍ଦେହ କରାଯାଇଥିଲା । ବିମାନରେ ଯାତ୍ରୀଙ୍କୁ ମିଶାଇ ୨୧୩ଜଣ ଥିଲେ ଯାହାଙ୍କର ମୃତୁ୍ୟ ହୋଇଥିଲା ।
  • ୨୦୧୦
    ୨୦୧୦ରେ ବୋଇଙ୍ଗ ୭୩୭-୮୦୦ ଜେଟ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ଯାହା ଭାରତ ବିମାନ ଦୁର୍ଘଟଣା ଇତିହାସର ଏକ ବଡ ଘଟଣା । ବିମାନଟି ଦୁବାଇରୁ ମାଙ୍ଗାଲୁର୍‌ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ଥିବା ୧୬୬ଜଣଙ୍କ ମଧ୍ୟରୁ ୧୫୮ଜଣଙ୍କର ମୃତୁ୍ୟ ହୋଇଥିଲା । ବିମାନଟି ଅବତରଣ ସମୟରେ ଏହା ଘଟିଥିଲା । ପାଇଲଟ୍‌ ରନେୱରେ ସଠିକ୍‌ ଭାବେ ଅବତରଣ କରି ନପାରିବାରୁ ବିମାନଟି ଏକ ପାହାଡରେ ମାଡ ହୋଇଥିଲା ଯାହାଫଳରେ ବିମାନରେ ନିଆଁ ଲାଗିଯାଇଥିଲା । ଏହା ଏକ ଟେବୁଲ ଟପ୍‌ ରନେୱ ଥିବାରୁ ଏଭଳି ଅସୁବିଧା ହୋଇଥିବା ଜଣାପଡିଥିଲା ।

କାରଣ
ବିମାନ ହେଉ କିମ୍ବା ହେଲିକପଫର ଦୁର୍ଘଟଣା, ଏହା ପଛରେ ଅନେକ କାରଣ ରହିଥାଏ । ଏହି ଦୁର୍ଘଟଣାକୁ ଏଡାଇବା ପାଇଁ ବିଭିନ୍ନ ଦିଗରେ ସଚେତନ ହେବାକୁ ହୋଇଥାଏ । ଏଥିରେ ବିମାନ ଚାଳକଙ୍କ ଠାରୁ ଆରମ୍ଭ କରି ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିବା ବ୍ୟକ୍ତି ସମସ୍ତଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିମାନ ଦୁର୍ଘଟଣାର କିଛିଟା ସାଧାରଣ କାରଣ ସମ୍ବନ୍ଧରେ
ନିର୍ମାଣଗତ ଯାନ୍ତ୍ରିକ ତ୍ରୁଟି – କୌଣସି ବଡ ବିମାନ ହେଉ କିମ୍ବା ହେଲିକପଫର ନିର୍ମାଣ ସମୟରେ ବେଳେବେଳେ ତ୍ରୁଟି ରହିଯାଇଥାଏ, ଯାହାକୁ ନିର୍ମାଣଗତ ଯାନ୍ତ୍ରିକ ତ୍ରୁଟି କହନ୍ତି । ଏହି ତ୍ରୁଟି ମଧ୍ୟ ସମୟେ ସମୟେ ଏକ ବଡ ଦୁର୍ଘଟଣାର କାରଣ ସାଜୁଛି । ସେହିଭଳି କେତେକ ବିମାନ ନିର୍ମାଣ ସମୟରେ ନିମ୍ନମାନର ଉପକରଣ ବ୍ୟବହାର କରାଯାଇଥାଏ । ଏହା ମଧ୍ୟ ଏକ ତ୍ରୁଟି ଯାହା ଦୁର୍ଘଟଣା ପାଇଁ ଦାୟୀ ।
ଯାନ୍ତ୍ରିକ ତ୍ରୁଟି – କୌଣସି ବିମାନ ସଠିକ୍‌ ଭାବେ ନିର୍ମାଣ ହୋଇଥିଲେ ମଧ୍ୟ ଏଥିରେ କେତେବେଳେ ବି ଯାନ୍ତ୍ରିକ ତ୍ରୁଟିର ସମ୍ଭାବନାକୁ ଏଡାଇ ହେବ ନାହିଁ । ଏହାର କାରଣ ବିମାନଟି ଅନେକ ଯନ୍ତ୍ର ଉପରେ ନିର୍ଭର କରି ଉଡିଥାଏ । ଏଥିରେ ଥିବା ବିଭିନ୍ନ ବୈଦୁ୍ୟତୁକ୍‌ ଯନ୍ତ୍ର, ସେଫଫି ହାରନେସ୍‌, ସିଟ୍‌ ବେଲଫ, ରୋଟର ସିଷ୍ଟମ ଆଦିରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାର ସମ୍ଭାବନା ରହିଥାଏ । ଏହି ଯାନ୍ତ୍ରିକ ତ୍ରୁଟି କାରଣରୁ ବେଳେବେଳ ଦୁର୍ଘଟଣା ଘଟିଥାଏ ।
ଚାଳନାଗତ ତ୍ରୁଟି – ଅନେକ ସମୟରେ ଚାଳନାଗତ ତ୍ରୁଟି କାରଣରୁ ମଧ୍ୟ ବଡବଡ ଦୁର୍ଘଟଣା ଘଟିଥାଏ । ଏହାର ଭିନ୍ନ ଭିନ୍ନ କାରଣ ରହିଛି, ଯଥା ବିମାନ ଉପରେ ଚାଳକଙ୍କର ନିୟନ୍ତ୍ରଣ ନରହିବା, ଚାଳକଙ୍କ ଅନିଭିଜ୍ଞତା, ଆଗକୁ ଆସୁଥିବା ବିପଦକୁ ଚିହ୍ନଟ କରିନପାରିବା, ସେହିଭଳି ବେଳେବେଳେ ଥMାପଣ ମଧ୍ୟ ଦୁର୍ଘଟଣାର କାରଣ ହୋଇଥାଏ ।
ରକ୍ଷଣାବେକ୍ଷଣ ତ୍ରୁଟି – ବିମାନ ଓ ହେଲିକ¬ଟର ରକ୍ଷଣାବେକ୍ଷଣ ପାଇଁ ଅନେକ ପରିଶ୍ରମ ଦରକାର ହୋଇଥାଏ । ସେହିଭଳି ଏହି ଯନ୍ତ୍ରଗୁଡିକର ରକ୍ଷଣାବେକ୍ଷଣ କରିବା ପାଇଁ ଅନୁଭବୀ କାରିଗରଙ୍କର ଆବଶ୍ୟକତା ରହିଥାଏ । ତେବେ ଯଦି ରକ୍ଷଣାବେକ୍ଷଣରେ ତ୍ରୁଟି ରହିଥାଏ, ତାହାହେଲେ ଦୁର୍ଘଟଣାର ସମ୍ଭାବନାକୁ ଏଡାଇ ହୋଇପାରିବ ନାହିଁ । ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାର ସମ୍ଭାବନା ରହିଥାଏ ।
ଟ୍ରାଫିକ୍‌ ନିୟନ୍ତ୍ରଣରେ ତ୍ରୁଟି – ସଡକ ଭଳି ଆକାଶରେ ମଧ୍ୟ ସଠିକ୍‌ ଟ୍ରାଫିକ୍‌ ପରିଚାଳନାର ଆବଶ୍ୟକତା ରହିଛି । ଟ୍ରାଫିକ୍‌ କଣ୍ଟ୍ରୋଲରଙ୍କ ଭୂମିକା ବିମାନ ପରିଚାଳନାରେ ବେଶ୍‌ ଗୁରୁତ୍ୱ ବହନ କରିଥାଏ । ଏମାନଙ୍କୁ ସର୍ବଦା ବିମାନ ହେଉ କିମ୍ବା ହେଲିକପଫର ସହିତ ସମ୍ପର୍କରେ ରହିବାକୁ ହୋଇଥାଏ । ଏମାନଙ୍କର କିଛି ବି ଭୂଲ ତଥ୍ୟ ଏକ ବଡ ଦୁର୍ଘଟଣାର କାରଣ ପାଲଟିପାରେ ।
ଅନ୍ୟାନ୍ୟ – ଏସମସ୍ତ କାରଣ ଛଡା କିଛିଟା ଅନ୍ୟ କାରଣ ମଧ୍ୟ ରହିଥାଏ । ହେଲକପଫର ଯେହେତୁ କମ ଉଚ୍ଚାରେ ଉଡିଥାଏ ବେଳେବେଳେ ଏହା ମୋବାଇଲ କିମ୍ବା ରେଡିଓ ଟାୱାର, ଉଚ୍ଚାରେ ବନ୍ଧାଯାଇଥିବା କେବୁଲ ତାର, ପାହାଡ ଆଦିରେ ଧMା ହୋଇ ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ । ସେହିଭଳି ବିମାନ ଦୁର୍ଘଟଣାର ଅନ୍ୟ ଏକ ବଡ କାରଣ ହେଲା ହଠାତ୍‌ ପାଣିପାଗରେ ପରିବର୍ତ୍ତନ ।
ଏମଆଇ-୧୭ଭି୫ର ବିଶେଷତା
ତାମିଲନାଡୁରେ ଭାରତୀୟ ବାୟୁସେନା ହେଲିକପଫର ଦୁର୍ଘଟଣା ପରେ ଏବେ ପୁଣି ବାୟୁସେନାର ଏମଆଇ-୧୭ଭି୫ ହେଲିକେପଫର ଉପରେ ପ୍ରଶ୍ନ ଉଠିଛି । ଦୁର୍ଘଟଣାଗ୍ରସ୍ତ ଏହି ହେଲିକପଫରରେ ବରିଷ୍ଠ ସେନା ଅଧିକାରୀଙ୍କ ବ୍ୟତୀତ ଚିଫ୍‌ ଡିଫେନ୍ସ ଅଫ୍‌ ଷ୍ଟାଫ୍‌ (ସିଡିଏସ) ବିପିନ ରାୱତ ଏବଂ ତାଙ୍କ ପରିବାର ସଦସ୍ୟ ମଧ୍ୟ ଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ହେଲିକେପଫରରେ ଥିବା ସମସ୍ତ ୧୪ ଯାତ୍ରୀଙ୍କର ଦୁର୍ଘଟଣାରେ ମୃତୁ୍ୟ ହୋଇଛି । ଏମଆଇ-୧୭ଭି୫ ହେଲିକେପଫର ହେଉଛି ଭାରତୀୟ ବାୟୁସେନାର ଏମଆଇ-୧୭ର ସର୍ବଶେଷ ସଂସ୍କରଣ ଅର୍ଥାତ୍‌ ଲାଟେଷ୍ଟ୍‌ ଭର୍ସନ । ଦୁଇଟି ପୃଥକ ଡିଲ୍‌ରେ ଋଷଠାରୁ ୧୫୧ ଏମଆଇ-୧୭ଭି୫ କ୍ରୟ କରାଯାଇଛି । ଏହାସହ ଆଧୁନିକ ଜ୍ଞାନକୌଶଳ ସହିତ ସଜ୍ଜିତ ଏହି ହେଲିକେପଫର ଉପରେ ସେନାଙ୍କର ବିଶ୍ୱାସ ରହିଛି । ବେଳେବେଳେ ଅନ୍ୟ ହେଲିକେପଫରର ଅନେକ ଉପକରଣ ଏପରି ଅଛି, ଯାହାର ବିଶ୍ୱସନୀୟତା ସନ୍ଦିଗX ରହିଥାଏ କିନ୍ତୁ ଏମ୍‌ଆଇ-୧୭ଭି୫ ହେଲିକେପଫର ସେପରି ନୁହେଁ ବୋଲି ଜଣେ ସେନା ଅଧିକାରୀ କହିଛନ୍ତି । ପୂର୍ବ ବାୟୁସେନା ମୁଖ୍ୟ ଫଲୀ ମେଜରଙ୍କ କହିବା ଅନୁଯାୟୀ ଏମ୍‌ଆଇ-୧୭ଭି୫ ହେଲିକେପଫରର ବିଶ୍ୱସନୀୟତା ଉପରେ ସନ୍ଦେହ କରାଯାଇପାରିବ ନାହିଁ । ଏହାକୁ ଜବାନ, କାର୍ଗୋ ଏବଂ ଉପକରଣ ନେବା ପାଇଁ ଡିଜାଇନ କରାଯାଇଛି । ଏହା ସର୍ବାଧିକ ୧୩ ହଜାର କିଲୋଗ୍ରାମର ଟେକ୍‌ଅଫ୍‌ ଓଜନ ଏବଂ ୪ ହଜାର କିଲୋର ପେଲୋଡ୍‌ ଓଜନର ଭାର ଧାରଣ କରିବାର କ୍ଷମତା ରହିଛି । କେବଳ ସେତିକି ନୁହେଁ ଏହାକୁ ଦୁନିଆର ସବୁଠାରୁ ଉନ୍ନତ ପରିବହନ ହେଲିକେପଫର ମଧ୍ୟରେ ଗଣାଯାଏ । ତେଣୁ ଏହା ଉଦ୍ଧାର କାର୍ଯ୍ୟ, ପରିବହନ, ହେଭିଲିଫଫ ଏବଂ ଭିଭିଆଇପି ଗତିବିଧ୍ୟରେ ବ୍ୟବହୃତ ହୁଏ । ବିଶ୍ୱର ପାଖାପାଖି ୬୦ ଦେଶ ୧୨ ହଜାରରୁ ଅଧିକ ଏମଆଇ-୧୭ଭି ହେଲିକପଫର ବ୍ୟବହାର କରୁଛନ୍ତି । ଏହା ସର୍ବାଧିକ ୬ ହଜାର କିମି ଉଚ୍ଚତାରେ ଏହା ଉଡ଼ିପାରୁଥିବା ବେଳେ ସର୍ବାଧିକ ଗତି ଘଣ୍ଟା ପିଛା ୨୫୦ କିଲୋମିଟର ରହିଛି ।
ଏମଆଇ-୧୭ଭି୫ର ଚର୍ଚ୍ଚିତ ଦୁର୍ଘଟଣା
ଭାରତୀୟ ବାୟୁସେନାରେ ବ୍ୟବହୃତ ଏମ୍‌ଆଇ-୧୭ଭି୫ ହେଲିକେପଫର ଏକ ଆଧୁନିକ ଏବଂ ନିରାପଦ ହେଲିକେପଫର ଭାବରେ ବିବେଚନା କରାଯାଏ । ଏହା ସେନାର ଅନେକ ଗୁରୁତ୍ୱପୂର୍ଣ୍ଣର କାର୍ଯ୍ୟର ଅଂଶ ହୋଇଛି । ଅନ୍ୟପକ୍ଷରେ ଅନେକ ଥର ଏହାର ଦୁର୍ଘଟଣାର ଘଟଣା ସାମ୍ନାକୁ ଆସିଛି । ଗତ ୧୦ ବର୍ଷ ମଧ୍ୟରେ ଏଭଳି ଅନେକ ଦୁର୍ଘଟଣା ଘଟିଛି, ଯେଉଁଥିରେ ଭାରତୀୟ ବାୟୁସେନାର ଅନେକ ଅଧିକାରୀଙ୍କ ମୃତୁ୍ୟ ଘଟିଛି ।
୨୦୧୦:ଅରୁଣାଚଳପ୍ରଦେଶ
୧୯ ନଭେମ୍ବରରେ ଅରୁଣାଚଳପ୍ରଦେଶର ତୱାଙ୍ଗରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ଭାରତୀୟ ବାୟୁସେନା ଆଇଏଏଫର ଏମ୍‌ଆଇ-୧୭ଭି୫ ହେଲିକେପଫର କ୍ରାସ୍‌ ହୋଇଥିଲା, ଯେଉଁଥିରେ ସମସ୍ତ ୧୨ ସଶସ୍ତ୍ରବଳର ଯବାନଙ୍କ ମୃତୁ୍ୟ ହୋଇଥିଲା । ଏହା ହେଲିକେପଫର ତୱାଙ୍ଗ ହେଲିପ୍ୟାଡ୍‌ରୁ ଗୁଆହାଟୀକୁ ଯାଉଥିବା ବେଳେ ଚୀନ ସୀମାକୁ ଲାଗିଥିବା ବୋମଦିର ପହଞ୍ଚିବା ପୂର୍ବରୁ ହିଁ ଦୁର୍ଘଟଣା ଘଟିଥିଲା ।
୨୦୧୩: ଉତ୍ତରାଖଣ୍ଡ
୨୫ ଜୁନରେ ଉତ୍ତରାଖଣ୍ଡର ଗୌରୀକୁଣ୍ଡରେ ଏକ ରେସକୁ୍ୟ ମିଶନ ସମୟରେ ଏମଆଇ-୧୭ଭି୫ ହେଲିକପଫର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ହେଲିକପଫର କ୍ରାସରେ ଭାରତୀୟ ବାୟୁସେନାର ୮ କର୍ମଚାରୀଙ୍କ ମୃତୁ୍ୟ ହୋଇଥିଲା ।
୨୦୧୭: ଅରୁଣାଚଳପ୍ରଦେଶ
ପୁଣିଥରେ ୨୦୧୭ରେ ୬ ଅକେଫାବରରେ ଅରୁଣାଚଳପ୍ରଦେଶର ଚୁନା ଅଞ୍ଚଳରେ ଭାରତୀୟ ବାସୁସେନାର ଏମ୍‌ଆଇ-୧୭ଭି୫ ଚପର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୭ ଜଣଙ୍କର ମୃତୁ୍ୟ ହୋଇଥିଲା । ଚୀନ ସୀମାର ୧୨ କିଲୋମିଟର ଦୂରରେ ବୈଷୟିକ ତ୍ରୁଟି ଯୋଗୁଁ ଏହି ଅଘଟଣ ଘଟିଥିଲା । ଏହି ହେଲିକପଫର ଏକ ରକ୍ଷଣାବେକ୍ଷଣ ମିଶନରେ ନିୟୋଜିତ ହୋଇଥିଲା, ଯାହା ତୱାଙ୍ଗ ସେକଫରରୁ ଉଡ଼ିଥିଲା ।
୨୦୧୮: ଉତ୍ତରାଖଣ୍ଡ
୩ ଏପ୍ରିଲ ଉତ୍ତରାଖଣ୍ଡର କେଦାରନାଥରେ ଏମଆଇ ସିରିଜର ହେଲିକପଫର କ୍ରାସ୍‌ ହୋଇଥିଲା, ଯେଉଁଥିରେ ଏୟାରଫୋର୍ସର ମୋଟ ୬ ଜଣ କର୍ମଚାରୀ ଥିଲେ । ତେବେ ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହି ହେଲିକପଫର ଗୁପ୍ତକାଶୀରୁ କେଦାରନାଥକୁ ଉଡ଼ାଣ ଭରିଥିଲା । କେଦାରନାଥରେ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ କେଦାରନାଥ ମନ୍ଦିରର ପାଚେରୀରେ ଧMା ହୋଇଥିଲା ।
୨୦୧୯: ଜାମ୍ମୁ ଓ କାଶ୍ମୀର
୨୭ ଫେବୃଆରୀରେ ଶ୍ରୀନଗର ଏୟାରପୋର୍ଟରୁ ଉଡ଼ାଣ ନେବା ପରେ ଏମଆଇ-୧୭ଭି୫ ହେଲିକପଫର ବଡଗାମରେ କ୍ରାସ୍‌ ହୋଇଥିଲା । ଏହି ଘଟଣାରେ ସମସ୍ତ ୬ କର୍ମଚାରୀଙ୍କ ମୃତୁ୍ୟ ହୋଇଥିଲା । ଏହି ଦୁର୍ଘଟଣା ସେହି ସମୟରେ ହୋଇଥିଲା, ଯେତେବେଳେ ପାକିସ୍ତାନର ଯୁଦ୍ଧ ବିମାନର ଏକ ସମୂହ ଇଣ୍ଡିଆନ ଏୟାରଫୋର୍ସର ଏରିଅଲ୍‌ ଷ୍ଟ୍ରାଇକର ଜବାବରେ ଭାରତୀୟ ବାୟୁକ୍ଷେତ୍ରରେ ଅନୁପ୍ରବେଶ କରିବାର ପ୍ରୟାସ କରୁଥିଲେ ।
୨୦୨୦:ସିMମ
ଗତବର୍ଷ ୭ ମେରେ ସିMିମରେ ଭାରତୀୟ ବାୟୁସେନାର ଏହି ସୁଦକ୍ଷ ହେଲିକପଫର ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରିପୋର୍ଟ ଅନୁଯାୟୀ ଏହି ହେଲିକପଫର ସିMିମର ଚଟେନରୁ ମୁକୁଟାଙ୍ଗ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦ୍ୱାୟିତ୍ୱରେ ନିୟୋଜିତ ହୋଇଥିଲା । ଦୁର୍ଘଟଣା ବେଳେ ମୋଟ ୭ ଜଣ କର୍ମଚାରୀ ଥିଲେ, ଏଥିମଧ୍ୟରୁ ଜଣେ ଆହାତ ହୋଇଥିବା ଖବର ମିଳିଥିଲା ।
ଏରୋପ୍ଲେନ ବନାମ ହେଲିକପଫର
ଏରୋପ୍ଲେନ ଭୂଇଁରୁ ୫୦୦ ଫୁଟ ଉଚ୍ଚତାରେ ଉଡ଼ୁଥିବା ବେଳେ ହେଲିକପଫର ଭୂଇଁର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇପାରେ । ଏରୋପ୍ଲେନର ଅତିରିକ୍ତ ତୈଳ ୩୦ ମିନିଟ୍‌ ପର୍ଯ୍ୟନ୍ତ ଯାଏ ଏବଂ ହେଲିକପଫରର ଅତିରିକ୍ତ ତୈଳ ୨୦ ମିନିଟ୍‌ ପର୍ଯ୍ୟନ୍ତ ଉଡ଼ିବା ପାଇଁ କାମ କରିଥାଏ । ସେହିପରି ସଠିକ ପାଣିପାଗ ଏବଂ ଧାର୍ଯ୍ୟ ଗମନପଥରେ ହିଁ ହେଲିକପଫର ଉଡ଼ାଣ ଭରିଥାଏ । ହେଲେ ହେଲିକପଫର ଏହା ନିଜ ଆବଶ୍ୟକତା ଅନୁଯାୟୀ ଗତିପଥ ପରିବର୍ତ୍ତନ କରିଥାଏ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ ହେଲିକପଫର ପାଇଁ ଲାଇନ୍‌ ଅଫ୍‌ ସାଇଟ୍‌ ସ୍ପଷ୍ଟ ହେବା ଜରୁରୀ । ଯଦି ପାଣିପାଗ ଖରାପ ଥାଏ କିମ୍ବା ବାଦଲ ଥିଲେ, ପାଇଲଟଙ୍କୁ ଆଗକୁ ଦେଖାଯାଏ ନାହିଁ । ତେଣୁ ଏପରି ପରିସ୍ଥିତିରେ ପାଇଲଟ୍‌ ସ୍ପଷ୍ଟ ଦେଖାଯିବା ପାଇଁ ହେଲିକପଫରକୁ ତଳେ ଉଡ଼ାଇବାକୁ ବାଧ୍ୟ ହୁଅନ୍ତି ଏବଂ ଏହି କାରଣରୁ କିଛି ବସ୍ତୁ ସହ ଧMା ହୋଇଯାଆନ୍ତି ।
ଅସୁରକ୍ଷିତ ସତ୍ତେ୍ୱ ହେଲିକପଫରର ବହୁଳ ବ୍ୟବହାର
-ବିଶ୍ୱରେ ପ୍ରାୟ ୭୦ ହଜାର ହେଲିକପଫର ରହିଛି । ଏଥିମଧ୍ୟରୁ ପାଖାପାଖି ୩୮ ହଜାର ସିଭିଲ୍‌ ଏବଂ ୩୨ ହଜାର ସେନା ହେଲିକପଫର ରହିଛି । ହେଲିକପଫର ଉଡ଼ାଣ ଭରିବା ଏବଂ ଲ୍ୟାଣ୍ଡ୍‌ କରିବା ପାଇଁ ରନ୍‌େୱ ଆବଶ୍ୟକତା କରେ ନାହିଁ । ଏଥିରେ ଆଗପଛକୁ ଗତି କରିବା ଏବଂ ଗୋଟିଏ ସ୍ଥାନରେ ଘୁରିବାର ଜଟିଳ କ୍ଷମତା ରହିଛି । ଏହି କାରଣରୁ ହେଲିକପଫର ପାହାଡ଼, ଭିଡ଼ ଅଞ୍ଚଳ ଏବଂ ବିପର୍ଯ୍ୟୟ ଅଞ୍ଚଳରେ ପହଞ୍ଚିପାରିଥାଏ ।

accidental history of world @thetopmost-01
accidental history of world @thetopmost-01 @thetopmost-01

https://thetopmost.in/?p=1901

https://thetopmost.in/?p=1684

https://thetopmost.in/?p=878

https://thetopmost.in/?p=1640