ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ଛତୁ ଉପରେ ଏକ ଆଶ୍ଚର୍ଯ୍ୟ କରିଦେବା ପରି ତଥ୍ୟ ପ୍ରକାଶ କରିଛନ୍ତି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଛତୁ ପରସ୍ପର ମଧ୍ୟରେ କଥାବାର୍ତ୍ତା କରନ୍ତି । ଛତୁକୁ ଫଙ୍ଗସ୍ ତଥା କବକ ମଧ୍ୟ କୁହାଯାଏ । ସୂଚନା ଅନୁଯାୟୀ, ଇଂଲଣ୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଣ୍ଡ୍ରିୟୁ ଅଡାମାଟଜେକି ଏହି ଅନୁସନ୍ଧାନ କରିଛନ୍ତି । ଛତୁଗୁଡ଼ିକ ମଣିଷଙ୍କ ପରି ପରସ୍ପର ସହିତ ସେମାନଙ୍କର ମନର କଥା ହୁଅନ୍ତି । ରିସର୍ଚ୍ଚରୁ ଜଣାପଡ଼ିଛି ଯେ କବକର ନିଜସ୍ୱ ଅଭିଧାନ ମଧ୍ୟ ଅଛି, ଯେଉଁଥିରେ ୫୦ଟି ଶବ୍ଦ ରହିଛି । କୁହାଯାଇଛି ଯେ ଛତୁର ପ୍ରତ୍ୟେକ ଶବ୍ଦର ଦୈର୍ଘ୍ୟ ପ୍ରାୟ ୬ ଅକ୍ଷର ବିଶିଷ୍ଟ ହୋଇଥାଏ । ଏହି ଅନୁସନ୍ଧାନରେ, ଆଣ୍ଡ୍ରିୟୁ ଦାବି କରିଛନ୍ତି ଯେ ଛତୁର ଉଭୟ ମସ୍ତିଷ୍କ ଏବଂ ଚେତନା ରହିଛି । ଛତୁରେ ମନୁଷ୍ୟ ଭାଷା ପରି ଇଲେକଫ୍ରିକାଲ ଇମ୍ପଲସେସ୍ (ବିଦୁ୍ୟତ ତରଙ୍ଗ)ରହିଛି । ଏହାକୁ ବୈଦ୍ୟୁତିକ କାର୍ଯ୍ୟକଳାପ କୁହାଯାଏ । ଏହି ଇଲେକଫ୍ରିକାଲ ଇମ୍ପଲସେସ୍ ତଥା ବିଦୁ୍ୟତ ତରଙ୍ଗ ମାଧ୍ୟମରେ ମନୁଷ୍ୟଙ୍କ ପରି ଛତୁଗୁଡ଼ିକ ମଧ୍ୟ ବେଳେବେଳେ ସୁଖଦୁଃଖ ବାଣ୍ଟିଥାନ୍ତି । ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ଆଗାମୀ ପାଣିପାଗ ଏବଂ ବିପଦ ବିଷୟରେ ଛତୁ ପରସ୍ପରକୁ କୁହନ୍ତି । ରୟାଲ ସୋସାଇଟି ଓପନ୍ ସାଇନ୍ସରେ ପ୍ରକାଶିତ ଏହି ଅନୁସନ୍ଧାନରେ ପ୍ରଫେସର ଆଣ୍ଡ୍ରିୟୁ କହିଛନ୍ତି ଯେ ଛତୁର ସ୍ପିକ୍ ପ୍ୟାଟର୍ନ ଏବଂ ମଣିଷର ଭାଷା ମଧ୍ୟରେ ସମ୍ପର୍କ ଅଛି କି ନାହିଁ, ତାହା ଉପରେ ଅଧିକ ଅନୁସନ୍ଧାନ ଜାରି ରହିଛି ।


ଛତୁର ପ୍ରତ୍ୟେକ ଶବ୍ଦରେ ୬ଟି ଅକ୍ଷର ଅଛି । ଚାରୋଟି ପ୍ରଜାତିର ଛତୁ ଯଥା ଏନୋକି, ସ୍ପିଲଫ ଗିଲ୍, ଘୋଷ୍ଟ ଏବଂ କ୍ୟାଟରପିଲର ଉପରେ ଏହି ଅନୁସନ୍ଧାନ କରାଯାଇଛି । ତେବେ ଆଣ୍ଡ୍ରିୟୁଙ୍କ ଏହି ରିସର୍ଚ୍ଚ ଉପରେ ଅନ୍ୟ ବୈଜ୍ଞାନିକମାନେ ଆପତ୍ତି ଉଠାଇଛନ୍ତି ଏବଂ ଅଧିକ ରିସର୍ଚ୍ଚ ପାଇଁ ଦାବି କରିଛନ୍ତି ।
2 thoughts on “କଥା ହୁଅନ୍ତି ଛତୁ”