The Topmost

“The eyes believe themselves, the ears believe other people.”

sa

ଓସ୍କାର ପୁରସ୍କାର ୨୦୨୨

ଦୀର୍ଘ ପ୍ରତୀକ୍ଷା ପରେ ପରିଶେଷରେ ମନୋରଞ୍ଜନ ଜଗତର ସବୁଠୁ ବଡ଼ ପୁରସ୍କାର ୯୪ତମ ଏକାଡେମୀ ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଛି । କ୍ୟାର୍ଲିଫର୍ଣ୍ଣିଆର ଲସ୍‌ ଏଞ୍ଜଲେସ୍‌ର ଡଲବୀ ଥିଏଟରରେ ଭାରତୀୟ ସମୟ ଅନୁସାରେ ୨୮ ମାର୍ଚ୍ଚ ସକାଳ ୫ଟାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓସ୍କାର ଆୱାର୍ଡ ଶୋ’ରେ କୋଭିଡ୍‌ ମହାମାରୀର ଦୁଇ ବର୍ଷ ପରେ ସେଲିବ୍ରେଟିମାନେ ରେଡ୍‌ କାର୍ପେଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

‘ଡୁ୍ୟନ୍‌’ର କମାଲ୍‌, ୱିଲ୍‌ ଶ୍ରେଷ୍ଠ ଅଭିନେତା
ଓସ୍କାର ଆୱାର୍ଡର ଏକାଧିକ ବିଭାଗରେ ପୁରସ୍କାର ଜିତି ଫିଲ୍ମ ‘ଡୁ୍ୟନ୍‌’ ଧମାଲ କରିଛି । ୨୦୨୧ର ଏହି ଫିଲ୍ମ ୧୦ଟି ବିଭାଗ ପାଇଁ ନୋମିନେଟ୍‌ କରାଯାଇଥିଲା, ଯେଉଁଥିରୁ ୬ଟି ବିଭାଗ ଯଥା ସିନେମାଟୋଗ୍ରାଫୀ, ଓରିଜିନାଲ ସ୍କୋର, ସାଉଣ୍ଡ, ଫିଲ୍ମ ଏଡିଟିଂ, ଭିଜୁଆଲ ଇଫେକଫସ ଏବଂ ପ୍ରଡକ୍ସନ ଡିଜାଇନରେ ପୁରସ୍କାର ହାସଲ କରି ରେକର୍ଡ କରିଛି । ଶ୍ରେଷ୍ଠ ଫିଲ୍ମ ପାଇଁ ‘କୋଡା’କୁ ପୁରସ୍କୃତ କରାଯାଇଛି । ତେବେ ଏହି ଫିଲ୍ମର ଅଭିନେତା ଟ୍ରୟ କୋଟସୁର୍‌ ଶ୍ରେଷ୍ଠ ସହ କଳାକାର ଭାବେ ସମ୍ମାନିତ ହୋଇ ଇତିହାସ ରଚିଛନ୍ତି । ସେହିପରି ‘କିଙ୍ଗ୍‌ ରିଚାର୍ଡ’ ଫିଲ୍ମ ପାଇଁ ୱିଲ୍‌ ସ୍ମିଥ ଏବଂ ‘ଦ ଆଇଜ୍‌ ଅଫ୍‌ ଟାମୀ ଫାୟେ’ ପାଇଁ ଜେସିକା ଚାଷ୍ଟେନ୍‌ଙ୍କୁ କ୍ରମଶଃ ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ପ୍ରଦାନ କରାଯାଇଛି ।

ଫେଲ୍‌ ମାରିଲା ଭାରତୀୟ ଫିଲ୍ମ
ଭାରତୀୟ ଫିଲ୍ମ ‘ରାଇଟିଂ ୱିଥ୍‌ ଫାୟର’ ଓସ୍କାର ପୁରସ୍କାର ପାଇବାରେ ବିଫଳ ହୋଇଛି । ଭାରତର ସିନେମା ଇତିହାସରେ ପ୍ରଥମ ଥର ଓସ୍କାରର ସର୍ବଶ୍ରେଷ୍ଠ ଡକୁମେଣ୍ଟାରୀ ଫିଚର ଶ୍ରେଣୀରେ ଏହି ଫିଲ୍ମ ନାମାଙ୍କିତ ହୋଇଥିଲା । କିନ୍ତୁ ‘ଦ ସମର୍‌ ଅଫ୍‌ ସୋଲ୍‌’ ଏହି ବର୍ଗରେ ପୁରସ୍କାର ଜିତି ବାଜିମାରିନେଇଛି । ତେବେ ଏହି ବର୍ଗରେ ପୁରସ୍କାର ପାଇବାରେ ଭାରତୀୟ ଫିଲ୍ମ ଫେଲ୍‌ ମାରିଛି । ରିଣ୍ଟୁ ଥୋମସ ଏବଂ ସୁଷ୍ମିତା ଘୋଷ ମିଳିତି ଭାବେ ‘ରାଇଟିଂ ୱିଥ୍‌ ଫାୟର’ର ନିର୍ଦ୍ଦେଶନା ଦେଇଥିଲେ । ତେବେ ଉଭୟ ନିର୍ଦ୍ଦେଶକଙ୍କ ଫିଲ୍ମ କ୍ୟାରିଅରରେ ଏହା ହେଉଛି ପ୍ରଥମ ଡକୁମେଣ୍ଟାରୀ ଫିଚର ଫିଲ୍ମ, ଯାହାକୁ ଗ୍ଲୋବାଲସ୍ତରରେ ପସନ୍ଦ କରାଯାଇଛି । ଫିଲ୍ମର କାହାଣୀ ଦଳିତ ମହିଳା ସାମ୍ବାଦିକାଙ୍କ ଉପରେ ଆଧାରିତ ହୋଇଛି, ଯିଏ ନିଜ ପେଶାଗତ ଜୀବନୀ ମଧ୍ୟରେ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରୁଛି ।

ଐତିହାସିକ ରେକର୍ଡର ଅଧିକାରୀ ହେଲେ ଟ୍ରଏ
ଲସ୍‌ ଏଞ୍ଜଲେସ୍‌ରେ ଆୟୋଜିତ ଓସ୍କାର ପୁରସ୍କାର ସମାରୋହରେ ‘କୋଡା’ ଷ୍ଟାର ଟ୍ରଏ କୋଟସରଙ୍କୁ ସମ୍ମାନିତ କରାଯାଇଛି । ଅଭିନେତା ଟ୍ରଏ ଏପରି ଜଣେ କଳାକାର, ଯିଏ ଶୁଣିପାରନ୍ତି ନାହିଁ କିନ୍ତୁ ତାଙ୍କର ଦମଦାର ଅଭିନୟ ବିଶ୍ୱଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି, ଯାହା ପାଇଁ ତାଙ୍କୁ ମିଳିଛି ସର୍ବଶ୍ରେଷ୍ଠ ଏକାଡେମୀ ଆୱାର୍ଡ । ତେବେ ‘କୋଡା’ରେ ତାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଟ୍ରଏଙ୍କୁ ସର୍ବଶ୍ରେଷ୍ଠ ସହ କଳାକାରର ପୁରସ୍କାର ପ୍ରଦାନ କରାଯାଇଛି । ଫିଲ୍ମ ଦୁନିଆର ସର୍ବଶ୍ରେଷ୍ଠ ପୁରସ୍କାର ଜିତି ଟ୍ରଏ ଓସ୍କାରର ନୂଆ ଇତିହାସ ରଚିଛନ୍ତି । କାରଣ ଟ୍ରଏ ବଧିର ହୋଇ ନିଜ ଅଭିନୟ ପାଇଁ ଓସ୍କାର ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି । ଏଥିପାଇଁ ଏହି ସମାରୋହରେ ଉପସ୍ଥିତ ସମସ୍ତ ଦର୍ଶକ ନିଜ ସ୍ଥାନରେ ଠିଆ ହୋଇ ସମ୍ମାନ ପ୍ରଦର୍ଶନ କରିଥିଲେ । ଏହାପରେ ଟ୍ରଏ ପୁରସ୍କାର ଗ୍ରହଣ କରିବା ସମୟରେ ଭାବପ୍ରବଣ ହୋଇଯାଇଥିଲେ ଏବଂ ତାଙ୍କର ଏହି ପୁରସ୍କାରକୁ ଦିବ୍ୟାଙ୍ଗ କମୁ୍ୟନିଟିକୁ ଉତ୍ସର୍ଗ କରିଥିଲେ । ଅଭିନେତା ଟ୍ରଏ କୋଟସରଙ୍କ ପୂର୍ବରୁ ୧୯୮୬ରେ ଅଭିନେତ୍ରୀ ମାର୍ଲି ମେଟାଲିନଙ୍କୁ (ସେ ମଧ୍ୟ ଶୁଣିପାରନ୍ତି ନାହିଁ) ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ପ୍ରଦାନ କରାଯାଇଛି ।

https://twitter.com/RishIsBack7/status/1508384721327177728

ଶ୍ରେଷ୍ଠ ଫିଲ୍ମ- କୋଡା
ଶ୍ରେଷ୍ଠ ଅଭିନେତା- ୱିଲ୍‌ ସ୍ମିଥ୍‌(କିଙ୍ଗ୍‌ ରିଚାର୍ଡ)
ଶ୍ରେଷ୍ଠ ଅଭିନେତ୍ରୀ- ଜେସିକା ଚାଷ୍ଟେନ୍‌ (ଦ ଆଇଜ୍‌ ଅଫ୍‌ ଟାମୀ ଫାୟେ)
ଶ୍ରେଷ୍ଠ ନିର୍ଦ୍ଦେଶକ-ଜେନ୍‌ କ୍ୟାପିୟନ (ଦ ପାୱର ଅଫ୍‌ ଦ ଡଗ୍‌)
ଶ୍ରେଷ୍ଠ ସହ ଅଭିନେତା- ଟ୍ରଏ କୋଟସର୍‌(କୋଡା)
ଶ୍ରେଷ୍ଠ ସହ ଅଭିନେତ୍ରୀ- ଏରିଆନା ଡେବୋସ୍‌ (େୱଷ୍ଟ୍‌ ସାଇଡ୍‌ ଷ୍ଟୋରୀ)
ଶ୍ରେଷ୍ଠ ଓରିଜିନାଲ ଗୀତ- ବିଲି ଏଲିଶ୍‌ (ନୋ ଟାଇମ୍‌ ଟୁ ଡାଏ)
ଶ୍ରେଷ୍ଠ ଡକୁମେଣ୍ଟାରୀ ଫିଚର- ଦ ସମର୍‌ ଅଫ୍‌ ସୋଲ୍‌
ଶ୍ରେଷ୍ଠ ଆନିମେଟଡ୍‌ ଫିଚର- ଏନକାଣ୍ଟୋ
ଶ୍ରେଷ୍ଠ ଆନିମେଟଡ୍‌ ଶର୍ଟ ଫିଲ୍ମ- ଦ ୱିଣ୍ଡସିଲï ୱାଇପର୍‌
ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ- ଡ୍ରାଇଭ୍‌ ମାଇ କାର୍‌ (ଜାପାନ)
ଲାଇଭ୍‌ ଆକ୍ସନ ଶର୍ଟ ଫିଲ୍ମ- ଦ ଲଙ୍ଗ୍‌ ଗୁଡ୍‌ବାଏ
ଶ୍ରେଷ୍ଠ ଓରିଜିନାଲ ସ୍କ୍ରିନପ୍ଲେ- ବେଲ୍‌ଫାଷ୍ଟ
ଶ୍ରେଷ୍ଠ ଆଡାପଟେଡ୍‌ ସ୍କ୍ରିନ ପ୍ଲେ- କୋଡା
ଶ୍ରେଷ୍ଠ ଭିଜୁଆଲ ଇଫେକଫ- ଡୁ୍ୟନ୍‌
ଶ୍ରେଷ୍ଠ ଶର୍ଟ ଡକୁମେଣ୍ଟାରୀ- ଦ କୁଇନ୍‌ ଅଫ୍‌ ବାସ୍କେଟବଲ୍‌
ଶ୍ରେଷ୍ଠ କଷ୍ଟୁ୍ୟମ ଡିଜାଇନ- କ୍ରୁଏଲ୍ଲା

http://thetopmost.in/?p=921

http://thetopmost.in/?p=912

http://thetopmost.in/?p=908

http://thetopmost.in/?p=908

sd
https://twitter.com/RishIsBack7/status/1508384721327177728 @thetopmost-01

http://thetopmost.in/?p=873

ଓସ୍କାର ଜିତିଲା ପ୍ରଥମ ଜାପାନୀ ଫିଲ୍ମ
ଜାପାନୀ ଭାଷାର ଫିଲ୍ମ ‘ଡ୍ରାଇଭ୍‌ ମାଇ କାର୍‌’କୁ ସର୍ବଶ୍ରେଷ୍ଠ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମରେ ପୁରସ୍କୃତ କରାଯାଇଛି । ପ୍ରସିଦ୍ଧ ଲେଖକ ହାରୁକୀ ମୁରାକାମୀଙ୍କ କ୍ଷୁଦ୍ର କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ୟୁସୁକୋ ହମାଗୁଚୀ ଦେଇଛନ୍ତି । ପ୍ରଥମ ଜାପାନୀ ଫିଲ୍ମ ଭାବେ ଏହି ଫିଲ୍ମ ପୁରସ୍କାର ହାସଲ କରିଛି । ଏହାର ନିର୍ଦ୍ଦେଶକ ୟୁସୁକୋ ହମାଗୁଚୀଙ୍କୁ ମଧ୍ୟ ଶ୍ରେଷ୍ଠ ନିର୍ଦ୍ଦେଶକ ବର୍ଗରେ ନାମାଙ୍କିତ କରାଯାଇଥିଲା । ହାମାଗୁଚୀ ଏହି ସ୍ତରରେ ପହଞ୍ଚିଥିବା ତୃତୀୟ ଜାପାନୀ ନିର୍ଦ୍ଦେଶକ ଭାବେ ବିଶ୍ୱ ପରିଚିତ ଲାଭ କରିଛନ୍ତି ।