The Topmost

“The eyes believe themselves, the ears believe other people.”

Bengaluru man hacks IndiGo's website

ଏହି ବ୍ୟକ୍ତି ଜଣକ ଇଣ୍ଡିଗୋ ଏଆରଲାଇନ୍ସର ସାଇଟକୁ କଲେ ହ୍ୟାକ୍‌

କଣ ଆପଣ କେହେ ଫ୍ଲାଇଟରେ ଯାତ୍ରା କରିଛନ୍ତି! ଏହା ଅତ୍ୟନ୍ତ ସମୟ ସାପେକ୍ଷ ଏବଂ କନଭେୟର ବେଲ୍ଟରୁ ଲଗେଜ୍ ସଂଗ୍ରହ କରିବା ମଧ୍ୟ ଆହୁରି ସମୟ ସାପେକ୍ଷ । କିନ୍ତୁ ଏତେ ସମୟ ଅପେକ୍ଷା ପରେ ମଧ୍ୟ ଯଦି ଆପଣଙ୍କ ଜିନିଷ ନମିଳେ ତେବେ ଆପଣ କଣ କରିବେ । ତେବେ ଏପରି ଘଟଣା ଘଟିଛି ଇଣ୍ଡିଗୋ ବିମାନରେ ପାଟନାରୁ ବାଙ୍ଗାଲୋର ଯାତ୍ରା କରୁଥିବା ସଫ୍ଟୱେୟାର ଇଞ୍ଜିନିୟର ନନ୍ଦନ କୁମାରଙ୍କ ସହ। ତେବେ କୁମାରଙ୍କ ଲଗେଜ୍ ଭୁଲରେ ଅନ୍ୟ ଜଣେ ସହଯାତ୍ରୀ ନେଇଯାଇଥିଲେ । ଏବଂ ଏହି ଘଟଣା ପରେ ସେ ନିଜ ଦକ୍ଷତା ବଳରେ ଇଣ୍ଡିଗୋ ଏୟାରଲାଇନର ସାଇଟକୁ ହ୍ୟାକ୍‌ କରିଦେଲେ । ତାଙ୍କ କହିବାର କଥାଥିଲା କି ଯେତେବେଳେ ସେ ତାଙ୍କ ଜିନିଷ ନପାଇଲେ ସେ ସମସ୍ତ ପ୍ରକାର ପ୍ରୋଟୋକଲ ଅନୁଯାଇ କଷ୍ଟମର କେଆରକୁ ଜଣେଇଲେ କିନ୍ତୁ ସେମାନେ ତାଙ୍କର କୌଣସି ସାହାଯ୍ୟ କଲେନି । ତେବେ ସବୁପ୍ରକାର ଚେଷ୍ଟାପରେ ସେ ବାଧ୍ୟ ହେଲେ ଇଣ୍ଡିଗୋର ସାଇଟକୁ ହ୍ୟାକ୍‌ କରିବାପାଇଁ ।

http://thetopmost.in/?p=1002

http://thetopmost.in/?p=999

http://thetopmost.in/?p=991

https://twitter.com/_sirius93_/status/1508423479594733568

Bengaluru man hacks IndiGo's website
Bengaluru man hacks IndiGo’s website @thetopmost-01

https://twitter.com/IndiGo6E/status/1508748146717130758?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1508748146717130758%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.indiatoday.in%2Ftrending-news%2Fstory%2Fbengaluru-man-hacks-indigo-s-website-to-find-his-lost-luggage-airline-responds-1931469-2022-03-30

ସେ କହିଲେ ଯେ ମୁଁ ମୋର କମ୍ପ୍ୟୁଟର କୀବୋର୍ଡରେ ଏ୧୨ ବଟନ୍ ଦବାଇ @indiGo ୱେବସାଇଟରେ ଡେଭଲପର୍ କନସୋଲ୍ ଖୋଲିଲି ଏବଂ ନେଟୱର୍କ ଲଗ୍ ରେକର୍ଡ ସହିତ ପୁରା ଚେକ୍ ଇନ୍ ଫ୍ଲୋ ଆରମ୍ଭ କଲି । ସମସ୍ତ ଅଣ-ଟେକ୍ନି ପାଠକମାନଙ୍କ ପାଇଁ, ଯେତେବେଳେ ଆପଣ ଏ୧୨ ଦବାନ୍ତି, ଏହା ବିକାଶକାରୀ ଉପକରଣଗୁଡ଼ିକର ଏକ ସେଟ୍ ଖୋଲିଥାଏ । ଏହା ଏକ ୱେବସାଇଟ୍ ସର୍ଭରକୁ ପଠାଯାଇଥିବା ଏବଂ ଗ୍ରହଣ କରାଯାଇଥିବା ଅନୁରୋଧ ଏବଂ ପ୍ରତିକ୍ରିୟାଗୁଡ଼ିକୁ ଦେଖିବାରେ ସାହାଯ୍ୟ କରେ । ତେବେ ତାଙ୍କର ଏହି ଦକ୍ଷତା ପାଇଁ ସେ ଏବେ ପୁଣି ତାଙ୍କ ଲଗେଜ ପାଇପାରିଲେ । ଏ ସବୁ ସରିବାପରେ ସୁରକ୍ଷାରେ ତୃଟିର ସମସ୍ତ ପ୍ରମାଣ ସେ ଇଣ୍ଡିଗୋକୁ ପଠାଇଲେ । ଏବଂ କମ୍ପାନୀ ମଧ୍ୟ ତାଙ୍କ ତରଫରୁ କ୍ଷମା ମାଗିଛନ୍ତି । ସେ ଏହାକୁ ଟ୍ୱିଟରରେ ମଧ୍ୟ ସେଆର କରିଥିଲେ । ଏବଂ ଏହାକୁ ବହୁତ ଲୋକ ଲାଇକ୍‌ ଓ ଶେୟାର ବି କରିଛନ୍ତି ।