The Topmost

“The eyes believe themselves, the ears believe other people.”

erdg

ଏଣିକି ଆମେ ଦୁଇ ଆମର ତିନି

ଜନସଂଖ୍ୟା ବୃଦ୍ଧି କେଉଁ ଦେଶ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିବା ବେଳେ କାହା ପାଇଁ ଏହା ଆବଶ୍ୟକ ହୋଇପଡୁଛି । କେଉଁ ଦେଶରେ ଏହାକୁ ରୋକିବାକୁ ନିୟମ ଥିବା ବେଳେ କେଉଁଠି ଏହାକୁ ମିଳୁଛି ପ୍ରୋତ୍ସାହନ । ବିଶ୍ୱରେ ବିଭିନ୍ନ ପ୍ରାନ୍ତରେ ନବଜାତ ଶିଶୁଙ୍କ ପାଇଁ ରହିଛି ଭିନ୍ନଭିନ୍ନ ସୁବିଧା ସହ ନିୟମ । ନିକଟରେ ବିଶ୍ୱର ଜନବହୁଳ ଦେଶ ଚୀନ ତୃତୀୟ ସନ୍ତାନ ଜନ୍ମ ପାଇଁ ଅଭିଭାବକଙ୍କୁ ଦେଇଛି ଅନୁମତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଜନସଂଖ୍ୟା ବୃଦ୍ଧି ସହିତ ସଂଘର୍ଷ କରୁଥିବା ବିଶ୍ୱକୁ ଖୁସି ଖବର ଦେଇଛି । ପ୍ରଥମ ଥର ବିଶ୍ୱର ଜନସଂଖ୍ୟା ଆଗାମୀ ଶତାବ୍ଦୀରେ ହ୍ରାସ ହେବାକୁ ଯାଉଛି । ଏହାସହ ଏହି ରିପୋର୍ଟରେ କୁହାଯାଇଛି ଯେ ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ମଧ୍ୟ ଜନସଂଖ୍ୟା ହ୍ରାସ ପାଇବ ଏବଂ ୨୧୦୦ ମସିହାରେ ଏହା ପ୍ରାୟ ୧.୦୯ ଆରବ ହେବ ବୋଲି ଆଶା କରାଯାଉଛି । ଭାରତର ଜନସଂଖ୍ୟା ୨୦୨୦ରେ ୧୩୮ କୋଟିରୁ ଅଧିକ ଥିଲା ଏବଂ ୨୦୪୦-୪୮ ମଧ୍ୟରେ ଏହା ପ୍ରାୟ ୧୬୦ କୋଟି ଅନୁମାନ ହେବ ବୋଲି ଅନୁମାନ କରାଯାଉଛି । କିନ୍ତୁ ସାମ୍ପ୍ରତିକ ଶତାବ୍ଦୀର ଅଧା ଯାତ୍ରା ସମାପ୍ତ ହେବା ପରେ ଜନସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା ଆରମ୍ଭ କରିବ । ଏକ ଅଧ୍ୟୟନ ଅନୁସାରେ ଜନସଂଖ୍ୟା ପ୍ରାୟ ୭୨ କୋଟି ହେବ ବୋଲି ଆକଳନ କରାଯାଇଛି । ଅର୍ଥାତ୍‌, ବର୍ତ୍ତମାନ ଜନସଂଖ୍ୟା ସ୍ତରର ପ୍ରାୟ ଅଧା । ତେବେ ଜନସଂଖ୍ୟା ହ୍ରାସ ଭାରତର ଅନେକ ସମସ୍ୟାର ସମାଧାନ କରିପାରିବ, କିନ୍ତୁ ଅନେକ ନୂତନ ସମସ୍ୟା ମଧ୍ୟ ଉପୁଜିପାରେ ।

ଭାରତର ପ୍ରଜନନ ହାର ତଥା ପ୍ରତି ମହିଳାଙ୍କ ସନ୍ତାନଙ୍କ ହାରାହାରି ସଂଖ୍ୟା ପ୍ରାୟ ୨ । ବାଙ୍ଗଲାଦେଶ, ଶ୍ରୀଲଙ୍କା ଏବଂ ମେକ୍ସିକୋରେ ମଧ୍ୟ ଏହି ହାର ସମାନ । କିନ୍ତୁ ସେମାନଙ୍କ ଅପେକ୍ଷା ଏଠାରେ ଶିଶୁ ମୃତୁ୍ୟ ହାର ଅଧିକ । ଆୟୁଷ ମଧ୍ୟ ଏଠାରେ କମ୍‌ । ଏଭଳି ପରିସ୍ଥିତିରେ ଜନସଂଖ୍ୟା ହ୍ରାସ ହେଲେ ଏକ ବଡ଼ ସମସ୍ୟା ହୋଇପାରେ । ଭବିଷ୍ୟତରେ ଯଦି ଶିଶୁ, ଯୁବପିଢି, ବୃଦ୍ଧ ଏବଂ ମହିଳାଙ୍କ ଅନୁପାତ ଠିକ୍‌ ନରୁହେ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାର ଉତ୍ତମ ବ୍ୟବସ୍ଥା ନହୁଏ ତେବେ ଦେଶର ଅଗ୍ରଗତି ତଥା ବିକାଶରେ ବାଧାସୃଷ୍ଟି ହେବ । ନିକଟରେ ଭାରତରେ ସର୍ବାଧିକ କମ୍‌ ଓଜନ ଓ ଦୁର୍ବଳ ଶାରୀରିକ ବିକଶିତ ପିଲାଙ୍କ ସଂଖ୍ୟା ଅଧିକ ରହିଛି । ୧୫ରୁ ୩୪ ବର୍ଷ ବୟସର ଲୋକଙ୍କ ଅଂଶ ୨୦୧୧ ଜନସଂଖ୍ୟାରେ ସର୍ବାଧିକ ଥିଲା । ବର୍ତ୍ତମାନ ଏହା ନିମ୍ନ ଆଡ଼କୁ ଗତି କରୁଛି । ଏହାର ଅର୍ଥ ଜନସଂଖ୍ୟାରେ ଅବସରପ୍ରାପ୍ତ ଲୋକ ଏବଂ ପିଲାମାନଙ୍କର ଅଂଶ ବୃଦ୍ଧି ପାଇବ । ଏହି କାରଣରୁ କାର୍ଯ୍ୟରତ ଲୋକମାନେ ବିଭିନ୍ନ ସମସ୍ୟାରେ ପଡ଼ିବେ । ଅନ୍ୟାନ୍ୟ ଆହ୍ୱାନ ମଧ୍ୟ ଆସିବେ । ଗୋଟେ ପଟେ ସରକାରଙ୍କ ଉପରେ ପେନସନ୍‌ର ଭାର ବଢ଼ିବ, ଅନ୍ୟପଟେ ଯୁବକମାନଙ୍କ ଉପରେ ବୃଦ୍ଧବୃଦ୍ଧାଙ୍କର ଦାୟିତ୍ୱ ମଧ୍ୟ ବଢ଼ିବ । କହିବାକୁ ଗଲେ ପାଶ୍ଚାତ୍ୟ ଦେଶର ସମୃଦ୍ଧତା ଏବଂ ବିକଶିତ ସ୍ତରରେ ପହଞ୍ଚିବା ପୂର୍ବରୁ ଭାରତ ବାର୍ଦ୍ଧକ୍ୟ ବିପଦରେ ପହଞ୍ଚିବ । ଏହି ଭୟ ଯୋଗୁଁ ଚୀନ ଏକ ଶିଶୁ ନୀତିରୁ ଦୂରେଇ ରହିଲା ।

ଭାରତର ପ୍ରଜନନ ହାର
ଚୀନର ଜନସଂଖ୍ୟା ନିୟନ୍ତ୍ରଣ ଆଇନର ବିଫଳତାର ଉଦାହରଣ ଭାରତ ପ୍ରସଙ୍ଗରେ ମଧ୍ୟ ସଠିକ୍‌ ପ୍ରମାଣିତ ହେବା ନେଇ ଆଶଙ୍କା କରାଯାଉଛି । ସମ୍ପ୍ରତି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଦେଶ କିପରି ସ୍ଥିର ଜନସଂଖ୍ୟା ବୃଦ୍ଧି ହାର ଆଡ଼କୁ ଗତି କରୁଛି ଏବଂ ଜନସଂଖ୍ୟା ନିୟନ୍ତ୍ରଣ ପଦକ୍ଷେପ ଜାରି ରହିଲେ ଭାରତର ଜନସଂଖ୍ୟା ମଧ୍ୟ ଶୀଘ୍ର ହ୍ରାସ ପାଇପାରିବ । ନିକଟରେ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ ଭାରତର ମୋଟ ପ୍ରଜନନ ହାର ୨.୦କୁ ବୃଦ୍ଧି ପାଇଛି । ଏହା ହେଉଛି ପ୍ରଥମ ଥର ପାଇଁ ଦେଶର ପ୍ରଜନନ ହାର ୨.୧ ତଳକୁ ଖସିଛି । ବର୍ତ୍ତମାନ ଦେଶର ପ୍ରଜନନ ହାର ୨ ହୋଇଛି ଯାହା ୨୦୧୫-୧୬ରେ ୨.୨ ଥିଲା । ଅର୍ଥାତ ବର୍ତ୍ତମାନ ଜଣେ ମହିଳା ୨ଟି ସନ୍ତାନ ପ୍ରସବ କରୁଛନ୍ତି, ଯେତେବେଳେ କି ୨୦୧୫-୧୬ରେ ଜଣେ ମହିଳା ହାରାହାରି ୨.୨ ସନ୍ତାନ ଜନ୍ମ ଦେଉଥିଲେ । ପ୍ରଜନନ ହାର ୨.୧କୁ ଜନସଂଖ୍ୟା ପୁନଃସ୍ଥାପନର ମାନକ ସ୍ତର ଭାବେ ବିବେଚନା କରାଯାଏ । ଅର୍ଥାତ୍‌ ଗୋଟିଏ ପିଢିର ପୁନଃସ୍ଥାପନ ପାଇଁ ପର୍ଯ୍ୟାପ୍ତ ସନ୍ତାନ ପ୍ରସବ ହେଉଛନ୍ତି । ଯଦି ଦୀର୍ଘ ସମୟ ଧରି ପ୍ରଜନନ ହାର ୨.୧ ରୁହେ, ତେବେ ଜନସଂଖ୍ୟା ଅଭିବୃଦ୍ଧି ହାର ସ୍ଥିର ହୋଇଯିବ । ବର୍ତ୍ତମାନ ଭାରତର ପ୍ରଜନନ ହାର ୨.୦ ହୋଇଯାଇଛି । ଯଦି ଏହି ସ୍ତର ଦୀର୍ଘ ସମୟ ଧରି ରୁହେ, ତେବେ ଜନସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା ଆରମ୍ଭ କରିବ ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଜନସଂଖ୍ୟାରେ ଯୁବବର୍ଗଙ୍କ ଅଂଶ ହ୍ରାସ ପାଇଲେ ବିଭିନ୍ନ ସମସ୍ୟା ଉପୁଜିବ, ତେବେ ଏପରି ସ୍ଥିତିରେ କଣ କରିବା ଉଚିତ୍‌? ଲୋକମାନେ ଅଧିକ ସନ୍ତାନ ପାଇବାକୁ ଉତ୍ସାହିତ ହେବା ଉଚିତ୍‌ କି ? ବାସ୍ତବରେ ଏପରି କରାଯାଇପାରେ । ହେଲେ ଏଥିରେ କୌଣସି ଲାଭ ହେବ ନାହିଁ । କାରଣ ଏହାର ସଦ୍ୟତମ ଉଦାହରଣ ହେଉଛି ଚୀନ । କାରଣ ଯେଉଁସବୁ କାରଣରୁ ଲୋକମାନେ ପରିବାର ଛୋଟ ରଖିବାକୁ ନିଷ୍ପତ୍ତି ନେଇଥାନ୍ତି, ସେମାନଙ୍କୁ କୌଣସି ପରିସ୍ଥିତିରେ ବି ଲୋଭ ଦେଖାଇଲେ ବି ସେମାନେ ନିଜର ନିଷ୍ପତ୍ତି ବଦଳାଇବେ ନାହିଁ । ତେବେ ଭାରତରେ ଜନସଂଖ୍ୟା ନୀତି କାମ କରିପାରେ, ନ କରିପାରେ ବି । କାରଣ ପରିବାର ଛୋଟ ରଖିବାରେ ସହରୀକରଣର ଯୋଗଦାନ ରହୁଛି । କାରଣ ଆଗକୁ ଅଧିକରୁ ଅଧିକ ମହିଳା ଶିକ୍ଷିତ ରେଉଛନ୍ତି ।

ଭାରତ ପାଇଁ ଆଇନ ପ୍ରଣୟନ ଜରୁରୀ କି
ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରି ସରକାର ୬୦ ଦଶକରେ ଫ୍ୟାମିଲି ପ୍ଲାନିଂ ଯୋଜନା ଆରମ୍ଭ କରିଥିଲେ । ବିଗତ ଅନେକ ଦଶନ୍ଧି ଧରି ‘ଆମେ ଦୁଇ ଆମର ଦୁଇ’ ନୀତି ଉପରେ ସରକାର ଗୁରୁତ୍ୱ ଦେଇଚାଲିଛନ୍ତି । ଏହାର ପ୍ରଭାବ ଭାରତର ଜନସଂଖ୍ୟା ଉପରେ ମଧ୍ୟ ଦେଖାଯାଇଛି ଏବଂ ବର୍ତ୍ତମାନ ଏହାର ଜନସଂଖ୍ୟା ସ୍ଥିର ଅଭିବୃଦ୍ଧି ଆଡ଼କୁ ଗତି କରିଛି, କି;ୁ ଏବେ ବି ଦେଶରେ ସରକାର କଠୋର ଜନସଂଖ୍ୟା ନିୟନ୍ତ୍ରଣ ନିୟମ ଲାଗୁ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏପରିକି ସରକାରୀ ଚାକିରି ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ଦୁଇ ସନ୍ତାନ ରହିବା ନିଷେଧାଦେଶ ଭଳି ନିୟମ ଅଣାଯାଇଛି । ଅନ୍ୟପକ୍ଷରେ ଚୀନର ଏକ-ଶିଶୁ ଏବଂ ଦୁଇ-ଶିଶୁ ନୀତି ଜନସଂଖ୍ୟା ହ ୍ରାସ ହେବାର ବିପଦ ସୃଷ୍ଟି କରିଛି ଏବଂ ସେମାନଙ୍କର ଜନସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧା ହେବାରେ ଲାଗିଛି, କାରଣ କମ୍‌ ସନ୍ତାନ ଜନ୍ମ ହେତୁ ଯୁବକମାନଙ୍କ ସଂଖ୍ୟା ହ ୍ରାସ ପାଉଛି । ଭାରତରେ ମଧ୍ୟ ଯଦି ଆଗାମୀ ବର୍ଷରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ କଠୋରତା ଜାରି ରହେ, ତା’ହେଲେ ଏହାର ଅବସ୍ଥା ଚୀନ୍‌ ଭଳି ହେବାର ଆଶଙ୍କା ରହିବ ।

ବିପଦରେ ପକାଇପାରେ ଜନସଂଖ୍ୟା ନିୟନ୍ତ୍ରଣ ନୀତି
୨୦୨୫ ସୁଦ୍ଧା ଭାରତ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇ ଚୀନକୁ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି । ୨୦୨୦ ରେ ଭାରତର ଜନସଂଖ୍ୟା (୧୩୮ କୋଟି) ଚୀନ୍‌ ତୁଳନାରେ ୩ କୋଟି କମ୍‌ ଥିଲା । ଜୁଲାଇ ୨୦୨୦ ରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ୨୦୪୮ ମସିହାରେ ଭାରତର ଜନସଂଖ୍ୟା ୧୬୦ କୋଟି ହେବ । ଏହାପରେ ଜନସଂଖ୍ୟା ହ ୍ରାସ ହୋଇପାରେ ଏବଂ ୨୧୦୦ ସୁଦ୍ଧା ଭାରତର ଜନସଂଖ୍ୟା ୧୦୯ କୋଟିକୁ ଖସି ଆସିବ, ଯାହା ୨୦୪୮ ଠାରୁ ୩୨% କମ୍‌ ହେବ । ଏହି ଲାନସେଟ୍‌ ଅଧ୍ୟୟନ ଅନୁଯାୟୀ, ୨୦୪୦ ସୁଦ୍ଧା ଭାରତର ପ୍ରଜନନ ହାର ୧.୨ରେ ପହଞ୍ଚିବ । ଅର୍ଥାତ ଏହି ସମୟ ମଧ୍ୟରେ ଦେଶର ଜନସଂଖ୍ୟା ଦ୍ରୁତ ଗତିରେ ହ ୍ରାସ ପାଇବ । ଏବେ ସେହି ଚ୍ୟାଲେଞ୍ଜକୁ ଆସିବା, ଯେଉଁଥିପାଇଁ ଭାରତର ଅବସ୍ଥା ଚୀନଠାରୁ ଅଧିକ ଖରାପ ହୋଇପାରେ । ଏହା ପଛରେ ରହିଛି ବଡ଼ କାରଣ । ଏଠାରେ ପ୍ରାଥମିକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବସ୍ଥା ଚୀନ ଅପେକ୍ଷା ଖରାପ । ଚୀନର ନାଗରିକ ଭାରତୀୟଙ୍କ ତୁଳନାରେ ୬୦ ପ୍ରତିଶତ ଅଧିକ ଉତ୍ପାଦନକାରୀ । ହେଲେ ଭାରତ ଅପେକ୍ଷା ଅଧିକ ପ୍ରଡକଫିଭ୍‌ ପପୁଲେସନ୍‌ ଥାଇ ମଧ୍ୟ ଚୀନ ଅସୁବିଧାରେ ପଡ଼ିଛି । ଏହାର ଜନସଂଖ୍ୟାରେ ଆଶାତୀତ ହ୍ରାସ ହେତୁ ଏହାର ଅର୍ଥନୈତିକ ଭବିଷ୍ୟତ ଅନ୍ଧକାର ଭିତରକୁ ଯାଇପାରେ । ଭାରତ ଜନସଂଖ୍ୟାରେ ଯୁବକମାନଙ୍କ ସଂଖ୍ୟା ହ୍ରାସ ହେବା ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଏବଂ ବଡ଼ ପ୍ରସଙ୍ଗ ପାଲଟିଛି । ଆଗାମୀ ଭବିଷ୍ୟତରେ ହେବାକୁ ଯାଉଥିବା ବଡ଼ ବିପଦକୁ ଏଡ଼ାଇବା ପାଇଁ ସର୍ବପ୍ରଥମେ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଯଥାସମ୍ଭବ ପିଲାଙ୍କ ଜୀବନ ବଞ୍ଚାଇବାକୁ ପଡ଼ିବ । ଭବିଷ୍ୟତରେ ସେମାନେ ସୁସ୍ଥ ରହିବେ ଏବଂ ସେମାନେ ଭଲ ଶିକ୍ଷା ପାଇବେ ଏହା ମଧ୍ୟ ନିଶ୍ଚିତ ହେବା ଆବଶ୍ୟକ ।

ଜନସଂଖ୍ୟା ବୃଦ୍ଧି ପାଇଁ କାହିଁକି ଜିଦ୍‌ ଧରିଛି ଚୀନ
ଦିନକୁ ଦିନ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ମୁକାବିଲା କରିବା ପାଇଁ ଏକ ଶିଶୁ ନୀତି ଆଣିଥିବା ଚୀନ୍‌ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଛି ଏବଂ ଏଥିପାଇଁ ଚଳିତ ବର୍ଷ ଅଗଷ୍ଟରେ ଏହା ତିନି ଶିଶୁଙ୍କ ନୀତି କାର୍ଯ୍ୟକାରୀ କରିଛି । ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଚୀନ ୧୯୮୦ରେ ଏକ ଶିଶୁ ନୀତି କାର୍ଯ୍ୟକାରୀ କରିଥିଲା, ଯାହା ୨୦୧୬ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ଏହାପରେ ବୟସ୍କ ତଥା ବୃଦ୍ଧଙ୍କ ଜନସଂଖ୍ୟା ଅର୍ଥନୀତି ଉପରେ ପ୍ରଭାବ ପକାଇବାରେ ଲାଗିଲା । ଏହାକୁ ଦେଖି କମୁ୍ୟନିଷ୍ଟ ସରକାର ଦୁଇ ପିଲାଙ୍କୁ ଜନ୍ମ ଦେବାକୁ ଅନୁମତି ପ୍ରଦାନ କରିଥିଲା । ହେଲେ ଯେତେବେଳେ ଏହି ନୀତି ଯୁବପିଢିଙ୍କ ଅନୁପାତରେ ଉନ୍ନତି ଆଣିଲା ନାହିଁ, ଚୀନ୍‌ ୨୦୨୧ରେ ତିନୋଟି ସନ୍ତାନ ଜନ୍ମ କରିବା ନିଷ୍ପତ୍ତି ନେଇଥିଲା । ହେଲେ କେତେକ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଟୁ ଟାଇଲï ପଲିସି ପରି ଥ୍ରୀ ଚାଇଲï ପଲିସି ଦ୍ୱାରା ମଧ୍ୟ ବଡ଼ ପରିବର୍ତ୍ତନ ହେବାର ଆଶା କମ୍‌ ।

ବୁଢା ହେଉଛନ୍ତି ଚୀନବାସୀ
ଏବେ ଚୀନ ଟେନସନ୍‌ର କାରଣ ହେଉଛି ଜନ୍ମହାର ହ୍ରାସ ଏବଂ ବହୁତ କମ୍‌ ଲୋକ ବିବାହ କରୁଛନ୍ତି । ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଲଗାତାର ୭ ବର୍ଷ ଧରି ଚୀନରେ ବିବାହ ପଞ୍ଜିକରଣରେ ହ୍ରାସ ଘଟିଛି । ୨୦୨୧ର ୯ ମାସ ମଧ୍ୟରେ ଚୀନରେ ମୋଟ୍‌ ୬୦ ଲକ୍ଷ ଦମ୍ପତି ବିବାହ କରିଥିଲେ । ଜନସଂଖ୍ୟା ନିୟନ୍ତ୍ରଣ ନୀତି ଲାଗୁ ପରଠାରୁ ଚୀନରେ ଲଗାତାର କାର୍ଯ୍ୟରତ ଲୋକଙ୍କ ସଂଖ୍ୟା କମିବାରେ ଲାଗିଛି । ସେଠାର ଯୁବପିଢିଙ୍କ ଉପରେ ନିଜ ବାପାମାଆ ସହ ଜେଜେବାପା ଜେଜେମାଆଙ୍କ ଦାୟିତ୍ୱ ବୋଝ ହୋଇଯାଇଛି । ଏକ ଆକଳନ ଅନୁସାରେ ଆଗାମୀ ୫ ବର୍ଷ ମଧ୍ୟରେ ଚୀନର ଏକ ଚତୁର୍ଥାଂଶ ଜନସଂଖ୍ୟାର ବୟସ ୬୫ ବର୍ଷରୁ ଅଧିକ ହେବ । ଯାହା ଫଳରେ ଚାକିରିଆ ଲୋକଙ୍କର ଅଭାବ ହେବ ଏବଂ ଆର୍ଥିକ ସମସ୍ୟା ଉପୁଜିବ । ୨୦୨୧ ମସିହାରେ ଚୀନର ଜନଗଣନା ତଥ୍ୟ ଅନୁଯାୟୀ ଜନ୍ମହାର କ୍ରମାଗତ ଚତୁର୍ଥ ବର୍ଷ ପାଇଁ ହ ୍ରାସ ପାଇଛି । ୨୦୧୦ ରୁ ୨୦୨୦ ମଧ୍ୟରେ ଏହାର ଜନସଂଖ୍ୟା ଅଭିବୃଦ୍ଧି ହାର ୫.୩୪% ଥିଲା ଏବଂ ୨୦୧୦ରେ ୧୩୪ କୋଟିରୁ ୨୦୨୦ରେ ୧୪୧.କୋଟିକୁ ବୃଦ୍ଧି ପାଇଥିଲା । ୨୦୨୦ରେ ଚୀନରେ ୧.୨ କୋଟି ଶିଶୁ ଜନ୍ମ ହୋଇଛନ୍ତି, ଯାହା ୨୦୧୯ର ୧.୪ କୋଟି ଜନ୍ମିତ ଶିଶୁଠାରୁ ୧୮ ପ୍ରତିଶତ କମ୍‌ । ଏହି ଅନୁଯାୟୀ ଚୀନର ମୋଟ୍‌ ଫର୍ଟିଲିଟି ରେଟ୍‌ ତଥା ପ୍ରଜନନ ହାର (ଟିଏଫ୍‌ଆର୍‌) ୧.୩ ହୋଇଛି । ଏହାକୁ ଦେଖିଲେ ଆକଳନ କରାଯାଉଛି ଯେ ଚୀନର ଜନସଂଖ୍ୟା ହ୍ରାସ ହେବା ଆଡ଼କୁ ଗତି କରୁଛି । ଚୀନର କାର୍ଯ୍ୟରତ ଜନସଂଖ୍ୟା (୧୫ରୁ ୫୯ ବର୍ଷ ମଧ୍ୟରେ) ବର୍ତ୍ତମାନ ସମୁଦାୟ ଜନସଂଖ୍ୟାର ୬୩.୩୫% ବା ୮୯.୪୩ ମିଲିୟନ । ୨୦୧୦ ତୁଳନାରେ ଏହି ସଂଖ୍ୟା ୬.୭୯ପ୍ରତିଶତ କମ୍‌ । ଆଗାମୀ ୧୦ ବର୍ଷରେ, ଚୀନ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ୬୫ବର୍ଷରୁ ଅଧିକ ହେବ । ମିଳିତ ଜାତିସଂଘ ଅନୁଯାୟୀ ଚୀନର ଜନସଂଖ୍ୟା ୨୦୩୦ ସୁଦ୍ଧା ହ୍ରାସ ପାଇବା ଆରମ୍ଭ କରିବ । ହେଲେ କିଛି ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଆଗାମୀ ଏକ-ଦୁଇ ବର୍ଷ ମଧ୍ୟରେ ଘଟିବ । ୨୦୫୦ ସୁଦ୍ଧା ଚୀନ ଦୁନିଆର ସବୁଠାରୁ ଜନବହୁଳ ରାଷ୍ଟ୍ରର ଆଖ୍ୟା ହରାଇବ ।

ଭିନ୍ନ ଦେଶ ଭିନ୍ନ କଥା
କିଛି ଦିନ ତଳେ ଚୀନ ନିଜ ଜନ୍ମ ନିୟନ୍ତ୍ରଣ ନିୟମରେ ପରିବର୍ତ୍ତନ ଆଣିଛି । ଆଗରୁ ଥିବା ୨ଟି ସନ୍ତାନ ଜନ୍ମ ନିୟମକୁ ବଦଳାଇ ତିନୋଟି କରିଛି । ଆଗରୁ ୨୦୧୬ ପର୍ଯ୍ୟନ୍ତ ଏଠାରେ ଗୋଟିଏ ସନ୍ତାନ ଜନ୍ମର ନିୟମ ରହିଥିଲା । ହେଲେ କେବଳ ଯେ ଚୀନ ତାହା ନୁହେଁ ବିଶ୍ୱରେ ଏଭଳି ଅନେକ ଦେଶ ରହିଛନ୍ତି ଯାହାଙ୍କର ସନ୍ତାନ ଜନ୍ମକୁ ନେଇ ରହିଛି ଅନେକ ନିୟମ ।
ଜାପାନ୍‌
ଜାପାନ୍‌ରେ ଜନ୍ମ ନିୟନ୍ତ୍ରଣ ନେଇ ଖୁବ୍‌ ଭଲ ନିୟମ ରହିଛି । ଏଠିକାର ସରକାର ସର୍ବଦା ସଦ୍ୟ ବାପା ମା’ ହୋଇଥିବା ଦମ୍ପତିଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ଯୋଗାଇ ଦେଇଥାଆନ୍ତି । ଏଠାରେ ଯେଉଁମାନେ ପ୍ରଥମ କରି ନିଜ ପରିବାର ଆରମ୍ଭ କରିବାକୁ ଚାହାନ୍ତି ସେମାନଙ୍କୁ ମାତୃତ୍ୱ ବିରାମ ପ୍ରଦାନ କରାଯାଇଥାଏ, ଯେଉଁଥିରେ ସେମାନଙ୍କୁ ଦରମା ମଧ୍ୟ ପ୍ରଦାନ କରାଯାଇଥାଏ । ସେହିଭଳି ମାସିକ ପିଲାର ଯତ୍ନ ନେବା ପାଇଁ ମଧ୍ୟ କିଛି ଆର୍ଥିକ ସହାୟତା ଦିଆଯାଏ, ଯାହା ୧୨ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥାଏ । ଏଠାରେ ଥିବା ‘ସିଙ୍ଗଲ୍‌ ପ୍ୟାରେଣ୍ଟ’ଙ୍କୁ ମଧ୍ୟ ମାସକୁ ୪୦ ରୁ ୬୦ ହଜାର ୟେନ୍‌ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯାଇଥାଏ ।
ସାଉଥ୍‌ କୋରିଆ
ସାଉଥ୍‌ କୋରିଆରେ ମଧ୍ୟ ସନ୍ତାନ ଜନ୍ମକୁ ନେଇ ବିଭିନ୍ନ ନିୟମ ରହିଛି । ସେଠାରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ ଶିଶୁର ଯତ୍ନ ସହିତ ବିଭିନ୍ନ ସାହାଯ୍ୟ ପାଇଁ ପିତାମାତାଙ୍କୁ ଛୁଟି ସହିତ ଅନ୍ୟାନ ସୁବିଧା ପ୍ରଦାନ କରାଯାଇଥାଏ । ସେହିଭଳି ଏଠିକାର ନିୟମ ଅନୁସାରେ ପ୍ରତି ମଙ୍ଗଳବାର ସେମାନଙ୍କୁ ଜଲଦି ଅଫିସରୁ ଛୁଟି ମିଳିଥାଏ, ଯାହାଫଳରେ ସେମାନେ ଅଧିକରୁ ଅଧିକ ସମୟ ସେମାନଙ୍କ ସନ୍ତାନ ସହିତ ବିତାଇପାରିବେ ।
ତୁର୍କୀ
୨୦୧୫ରେ କାର୍ଯ୍ୟରତ ରାଷ୍ଟ୍ରପତିଙ୍କ ଘୋଷଣା ଅନୁଯାୟୀ ଦମ୍ପତିଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରାଯାଇଥାଏ । ସେହିଭଳି ଏଠାରେ ପ୍ରଥମ ଥର ପାଇଁ ଯିଏ ମା’ ହୁଅନ୍ତି ସେମାନଙ୍କୁ ସୁନାର କଏନ୍‌ ପ୍ରଦାନ କରାଯାଇଥାଏ । ଅନ୍ୟପଟେ ମା’ ପାଇଁ ପାର୍ଟ ଟାଇମ୍‌ ନିଯୁକ୍ତିର ମଧ୍ୟ ବ୍ୟବସ୍ଥା କରାଯାଇଥାଏ ।
ଭିଏତନାମ
୧୯୮୦ରୁ ଭିଏତନାମରେ ଦୁଇଟି ସନ୍ତାନ ପାଇଁ ନିୟମ ଲାଗୁ କରାଯାଇଛି । ଦୁଇ ଛୁଆ ମଧ୍ୟରେ ତିନିରୁ ପାଞ୍ଚ ବର୍ଷର ପ୍ରଭେଦ ରହିବାକୁ ମଧ୍ୟ ନିୟମରେ ରହିଛି । ତେବେ କେତେକ କ୍ଷେତ୍ରରେ ପରିବାରକୁ ତିନୋଟି ସନ୍ତାନ ପାଇଁ ଅନୁମତି ମିଳିଥାଏ ।
ନାଇଜେରିଆ
ନାଇଜେରିଆରେ ଲାଗୁହୋଇଥିବା ସନ୍ତାନ ଜନ୍ମ ନିୟମ ଏଠିକାର ପ୍ରଜନନ ହାରକୁ କମାଇବାରେ ସହାୟକ ହୋଇଛି । ନାଇଜେରିଆରେ ଏହି ଆଇନ ଲାଗୁ ହେବା ଫଳରେ ପ୍ରତିପରିବାରରେ ୬ଜଣ ପିଲାରୁ ଚାରିଜଣ ପିଲାକୁ ଖସି ଆସିଛି । ସେହିଭଳି ଏଠାରେ ବିବାହ ପାଇଁ ଝିଅଙ୍କ ବୟସକୁ ୧୮ ରଖାଯାଇଥିବା ବେଳେ ପୁଅର ବୟସ ୨୪ ରଖାଯାଇଛି । ସେହିଭଳି ଦୁଇଟି ଛୁଆଙ୍କ ମଧ୍ୟରେ ବ୍ୟବଧାନକୁ ଦୁଇ ବର୍ଷ ପାଇଁ ପରମର୍ଶ ଦିଆଯାଇଛି ।
ନୁ୍ୟଜ୍‌ଲାଣ୍ଡ
ନୁ୍ୟଜ୍‌ଲାଣ୍ଡ ସରକାରଙ୍କ ପକ୍ଷରୁ ଅଭିଭାବକଙ୍କୁ ବିଭିନ୍ନ ସୁବିଧା ମିଳିଥାଏ । ଏଠାରେ ପ୍ରତି ପରିବାରକୁ ବର୍ଷକ ପାଇଁ ସନ୍ତାନ ପାଳିବାକୁ ସାପ୍ତାହିକ ସହାୟତା ପ୍ରଦାନ କରାଯାଇଥାଏ । ସେହିଭଳି ଯଦି ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥାଏ ତେବେ ଏହି ସମୟକୁ ବଢାଯାଇ ତିନି ବର୍ଷ କରିବାର ନିୟମ ମଧ୍ୟ ରହିଛି ।

chinese family @thetopmost-01
chinese family @thetopmost-01
chinese family @thetopmost-01

https://thetopmost.in/?p=1767

https://thetopmost.in/?p=2102

https://thetopmost.in/?p=1649

https://thetopmost.in/?p=1947