ବଲିଉଡର ବହୁ ପରିଚିତ କିମ୍ବଦନ୍ତୀ ଅଭିନେତ୍ରୀ ମୀନା କୁମାରୀଙ୍କ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏହି ଫିଲ୍ମ ଟି-ସିରିଜ୍ ବ୍ୟାନରରେ ପ୍ରସ୍ତୁତ ହେବ । ହେଲେ ଫିଲ୍ମରେ ମୀନା କୁମାରୀଙ୍କ ଚରିତ୍ରରେ କିଏ ଅଭିନୟ କରିବ ସେସମ୍ପର୍କରେ ଜୋରଦାର ଚର୍ଚ୍ଚା ଚାଲିଛି । ତେବେ ଏନେଇ ପ୍ରଥମେ ଇଣ୍ଡଷ୍ଟ୍ରୀର ଦମଦାର ଅଭିନେତ୍ରୀ କୀର୍ତ୍ତି ସେନନଙ୍କ ନାମ ସାମ୍ନାକୁ ଆସିଛି ।

ମିଡିଆ ରିପୋର୍ଟ ଅନୁଯାୟୀ ଟି-ସିରିଜ୍ ମୀନା କୁମାରୀଙ୍କ ଚରିତ୍ର ପାଇଁ କୀର୍ତ୍ତିଙ୍କୁ ଚୟନ କରିଛନ୍ତି । ହେଲେ କୀର୍ତ୍ତି ଏପର୍ଯ୍ୟନ୍ତ ଫିଲ୍ମରେ ସାଇନ୍ କରିନାହାନ୍ତି । ସେପଟେ ଟି-ସିରିଜ୍ ମଧ୍ୟ ଦିବଙ୍ଗତ ଅଭିନେତ୍ରୀ ମୀନା କୁମାରୀଙ୍କ ବାୟୋପିକକୁ ନେଇଏପର୍ଯ୍ୟନ୍ତ ଅଫିସିଆଲି କୌଣସି ସୂଚନା ଦେଇନଥିବାବେଳେ ବେଳେ ଖୁବଶୀଘ୍ର ଘୋଷଣା କରାଯିବା ନେଇ ସୂଚନା ରହିଛିି । ସେହିପରି ବାୟୋପିକ୍ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବା ପାଇଁ କେତେକ ନିର୍ଦ୍ଦେଶକଙ୍କ ନାମକୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଫିଲ୍ମର ପ୍ଲାନିଂ ଉପରେ ଏବେ କାମ ଜାରି ରହିଛି । ଯଦି ଆଗକୁ ସବୁ କିଛି ଠିକ୍ ରହିବ ତ ଖୁବଶୀଘ୍ର ଫିଲ୍ମ ଫ୍ଲୋର ଉପରକୁ ଆସିପାରିବ । https://twitter.com/fpjindia/status/1506912915928260609

ଅନ୍ୟପକ୍ଷରେ ଏକ ଓଟିଟି ପ୍ଲାଟଫର୍ମ ଦ୍ୱାରା ମୀନା କୁମାରୀଙ୍କ ଜୀବନୀ ଉପରେ ଏକ ସିରିଜ୍ ନିର୍ମାଣ ପାଇଁ ପୂର୍ବରୁ ହିଁ ଯୋଜନା କରିସାରିଛି, ଯାହାର ଆଧିକାରିକ ଘୋଷଣା ମଧ୍ୟ ହୋଇସାରିଛି । ଏହି ପ୍ରୋଜେକଫ ମୀନା କୁମାରୀ ଏବଂ କମଲ ଅମରୋହୀଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ହେବ । କୀର୍ତ୍ତିଙ୍କ ଅପକମିଂ ପ୍ରୋଜେକଫ ମଧ୍ୟରେ ସାଉଥ ଷ୍ଟାର ପ୍ରଭାସଙ୍କ ‘ଆଦିପୁରୁଷ’, ଟାଇଗର ଶର୍ଫଙ୍କ ଫିଲ୍ମ ‘ଗଣପତ’ ସାମିଲ ରହିଛି । http://thetopmost.in/?p=844

ଏଥିସହ ‘ଭେଡିୟା’ ଏବଂ ‘ଶେହଜାଦା’ରେ ମଧ୍ୟ କୀର୍ତ୍ତି ନଜର ଆସିବେ ।
More Stories
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍