ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଚଳଚ୍ଚିତ୍ର ଧାକଡ ୨୦ ମଇରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ଭୁଲ୍ ଭୁଲେୟା ୨ ସହିତ ସିଧାସଳଖ ବକ୍ସ ଅଫିସ୍ ସଂଘର୍ଷ ହୋଇଥିଲା । ଭୁଲ୍ ଭୁଲେୟା ୨ ପ୍ରଥମ ସପ୍ତାହ ଶେଷରେ ୫୫ କୋଟି ସଂଗ୍ରହ କରିଥିବାବେଳେ ଧାକଡ ମାତ୍ର ୩.୨୨ କୋଟି ରୋଜଗାର କରିପାରିଛି । ତେବେ ଫିଲ୍ମଟି ୨୨୦୦ଟି ପରଦାରେ ମୁକ୍ତିଲାଭ କରିଥିଲେ ମଧ୍ୟ ଧାକଡକୁ ପରଦାରୁ ହଟାଯିବା ପରିସ୍ଥିତି ଆସି ପହଞ୍ଚିଛି ।
୧୦୦ କୋଟିର ଏକ ବଡ ବଜେଟରେ ଧାକଡ ପ୍ରସ୍ତୁତ କରାଯାଇଛି, ଯେଉଁଥି ପାଇଁ କଙ୍ଗନା ମଧ୍ୟ ୨୦ କୋଟି ଚାର୍ଜ କରିଛନ୍ତି । କିନ୍ତୁ ଏହି ବଡ ବଜେଟ୍ ଚଳଚ୍ଚିତ୍ରର କମ୍ ରୋଜଗାର ଫିଲ୍ମ ନିର୍ମାତାଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ । ଅନ୍ୟପଟେ, ଯଦି ଆମେ କଙ୍ଗନାଙ୍କ ଶେଷ କିଛି ଚଳଚ୍ଚିତ୍ରର ରେକର୍ଡକୁ ଦେଖିବା, ତନୁ େୱଡ୍ସ ମନୁ ୨୦୧୫କୁ ବାଦ୍ ଦେଲେ, ତାଙ୍କର ଅନ୍ୟ କୌଣସି ଫିଲ୍ମ ବ୍ଲକବଷ୍ଟର ହୋଇନାହିଁ । ଏବେ ପର୍ଯ୍ୟନ୍ତ ନିକଟରେ କଙ୍ଗନାଙ୍କ ୮ ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ସେଥିମଧ୍ୟରୁ କେବଳ ଜଜମେଣ୍ଟାଲ୍ ହେ କ୍ୟା, ପଙ୍ଗା ଏବଂ ମଣିକର୍ଣ୍ଣିକା ହିଁ ବଜେଟ୍ ବାହାର କରିବାରେ ସକ୍ଷମ ହୋଇଥିଲେ ।
ଅନ୍ୟ ସମସ୍ତ ଚଳଚ୍ଚିତ୍ର ସେମାନଙ୍କ ଖର୍ଚ୍ଚ ହୋଇଥିବା ବଜେଟ୍ ପରି ରୋଜଗାର କରିବାରେ ସକ୍ଷମ ହୋଇନାହାଁନ୍ତି । ଆଇଲଭ୍ ନ୍ୟୁୟର୍କରେ ୧୫ କୋଟି ବଜେଟରୁ କଲେକଫ ହୋଇଛି ମାତ୍ର ୨.୫ କୋଟି । କଟ୍ଟି ବଟ୍ଟିରେ ୩୫ରୁ ୨୫ କୋଟି, ରଙ୍ଗୁନ୍ ରେ ୮୦ରୁ ମାତ୍ର ୪୧କୋଟି, ସିମରନରେ ୩୦- ୨୭, ମନିକର୍ଣ୍ଣିକାରେ ୧୨୫- ୧୬୦, ଜଜମେଣ୍ଟାଲ ହେ କ୍ୟାରେ ୩୫-୪୪, ପଙ୍ଗା ୨୦-୪୧ କୋଟି ଓ ଥଲାଇଭି ରେ ୧୦୦ କୋଟି ବ୍ୟୟରେ ମାତ୍ର ୧୦ କୋଟି ଟଙ୍କା ଆୟ ହୋଇଛି ।
More Stories
ଚଳିତମାସ ୩୧ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ
ଶେଷରେ ମୁଣ୍ଡ ନୁଆଁଇଲା RINL
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..