୨୦୨୦ ମସିହାରେ ଆଣ୍ଟାର୍କଟିକାରେ ୪ ମାସ ମଧ୍ୟରେ ପ୍ରାୟ ୮୫ ହଜାର ଭୂକମ୍ପ ହୋଇଛି । ଜିଏଫଜେଡ୍ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଦ୍ୱାରା ଏକ ନୂତନ ଅନୁସନ୍ଧାନରେ ଏହି ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ଆଣ୍ଟାର୍କଟିକାର ପାଣି ତଳେ ଏକ ନିଷ୍କ୍ରିୟ ଆଗ୍ନେୟଗିରି ସକ୍ରିୟ ହୋଇଯାଇଛି, ଯେଉଁଥିପାଇଁ ସେଠାରେ ଲଗାତାର ଭୂମିକମ୍ପ ହେଉଛି । ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଭୂମିକମ୍ପ ଅଗଷ୍ଟ ୨୦୨୦ରେ ଆରମ୍ଭ ହୋଇ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଜାରି ରହିଥିଲା । ଏଥିମଧ୍ୟରୁ ଦୁଇଟି ବଡ଼ ଭୂକମ୍ପର ତିବ୍ରତା ୫.୯ ଏବଂ ୬ ଥିଲା । ଏହି ଭୂକମ୍ପ ଯୋଗୁଁ ଆଣ୍ଟାର୍କଟିକାରେଅବସ୍ଥିତ କିଙ୍ଗ୍ ଜର୍ଜ ଦ୍ୱୀପ ନିଜ ସ୍ଥାନରୁ ୪.୩ ଇଞ୍ଚ ଖସି ଯାଇଛି । ତେବେ ଏହା ହେଉଛି ଆଣ୍ଟାର୍କଟିକାରେ ରେକର୍ଡ ହୋଇଥିବା ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଭୂକମ୍ପ । ଅନୁସନ୍ଧାନକାରୀଙ୍କ ଅନୁଯାୟୀ ପୃଥିବୀର ଅନେକ ସ୍ଥାନରେ ଏହିପରି ବିପର୍ଯ୍ୟୟ ଦେଖିବାକୁ ମିଳିଛି, କି;ୁ ଆଣ୍ଟାର୍କଟିକାରେ ପ୍ରଥମ ଥର ପାଇଁ ଏପରି ମାମଲା ସାମ୍ନାକୁ ଆସିଛି । ଏହି ଭୂମିକମ୍ପଗୁଡ଼ିକର କେନ୍ଦ୍ରସ୍ଥଳ ଓର୍କା ସିମାଉଣ୍ଟ୍ ଆଗ୍ନେୟଗିରି । ଏହି ଆଗ୍ନେୟଗିରି ବ୍ରାନ୍ସଫିଲï ଜଳପ୍ରଣାଳୀର ସମୁଦ୍ରପତ୍ତନ ଠାରୁ ୯୦୦ ମିଟର ଉଚ୍ଚରେ ରହିଛି । ଏହା ଆଣ୍ଟାର୍କଟିକାର ଉତ୍ତର-ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ । ପୋଲାର ସାଇନ୍ସ ପତ୍ରିକାରେ ପ୍ରକାଶିତ ୨୦୧୮ ଅନୁସନ୍ଧାନ ଅନୁଯାୟୀ, ଫିନିକ୍ସ ଟେକେଫାନିକ୍ ପ୍ଲେଟ୍ ଆଣ୍ଟାର୍କଟିକ୍ ମହାଦ୍ୱୀପର ଟେକେଫାନିକ୍ ପ୍ଲେଟ୍ ତଳେ ଭାସୁଛି । ଏହି କାରଣରୁ ଏହି ଅଞ୍ଚଳରେ ଫଲଫ ଜୋନ୍ ଗଠିତ ହେଉଛି ଏବଂ କିଛି ଅଂଶରେ ଫାଟ ସୃଷ୍ଟି କରି ପ୍ରସାରିତ ହେବାରେ ଲାଗିଛି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ