ଗତ ଦୁଇବର୍ଷ ଧରି ଅନେକ ଲୋକ ମାନସିକ ଅବସାଦରେ ରହିଆସୁଛନ୍ତି । ଆର୍ଥିକ, ସାମାଜିକ ଆଦି ସ୍ତରରେ ବିଭିନ୍ନ ସମସ୍ୟା ଲୋକଙ୍କର ରହୁଛି । ତେବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉପାୟ ରହିଛି । କିଛିଟା ବ୍ୟୟାମ ସହ କାର୍ଯ୍ୟ ରହିଛି, ଯାହାକୁ ଅନୁସରଣ କରିବା ଦ୍ୱାରା ମାନସିକ ସ୍ତରରେ ଆପଣ ଶାନ୍ତିରେ ରହିପାରିବେ ।http://thetopmost.in/?p=954
http://thetopmost.in/?p=921
ଦୀର୍ଘନିଶ୍ୱାସ – ଯଦି ଆପଣ ଅବସାଦ ଓ ଚିନ୍ତାରେ ଥିବା ଅନୂଭବ କରୁଛନ୍ତି, ତେବେ ଏକ ଲମ୍ବା ନିଶ୍ୱାସ ନିଅନ୍ତୁ । ଏକ ରିପୋର୍ଟ ଅନୁସାରେ ଧୀରେଧୀରେ ନିଶ୍ୱାସ ନେବା ଅବସାଦ ଦୂର କରିବାରେ ସହାୟକ ହୋଇଥାଏ । ଶରୀରରେ ଅବସାଦ ସୃଷ୍ଟି କରୁଥିବା ହର୍ମୋନକୁ ନିର୍ଗତ ହେବାରୁ ରୋକିଥାଏ ।

ସକରାତ୍ମକ ଭାବନା – ଅବସାଦର ମୂଳ ହୋଇଥାଏ ନକରାତ୍ମକ ଭାବନା । ତେଣୁ ଯେତେବେଳେ ବି ଅବସାଦରେ ଅଛନ୍ତି ବୋଲି ଭାବୁଛନ୍ତି ତେବେ ସଙ୍ଗେସଙ୍ଗେ ନିଜର ଭଲ ସ୍ମୃତି ବିଷୟରେ ଭାବନ୍ତୁ । ଏହା ନକରାତ୍ମକତା ଦୂର କରିବା ସହିତ ସକରାତ୍ମକତା ଭାବ ବଢାଇବାରେ ସାହାଯ୍ୟ କରିଥାଏ । ଯାହା ଆପଣଙ୍କୁ ଶାନ୍ତ ରହିବାରେ ସହାୟକ ହେବ ।

ଧ୍ୟାନ- ଧ୍ୟାନ ଏକ ଉତ୍ତମ ମାଧ୍ୟମ ମନରୁ ଅବସାଦ ଦୂର କରିବାର । ସର୍ବଦା ସକାଳୁ ଧ୍ୟାନ କରନ୍ତୁ, ଏହା ମନକୁ ଶାନ୍ତ କରିବା ସହିତ ପୂରା ଦିନ ଆପଣଙ୍କୁ ଏନରଜେଟିକ୍ ରଖିବ ।

କୃତଜ୍ଞତା- ସର୍ବଦା ମନରେ କୃତଜ୍ଞତା ଭାବ ରଖନ୍ତୁ । କୃତଜ୍ଞତା ଭାବ ରହିଲେ ମନ ଶାନ୍ତ ରହିଥାଏ ।
ବ୍ୟବସ୍ଥିତ ନିଦ୍ରା – ଶରୀର ସୁସ୍ଥ ଥିବାର ସଙ୍କେତ ହେଲା ଭଲ ନିଦ୍ରା । ଯାହାକୁ ଭଲ ନିଦ୍ରା ହୋଇଥାଏ, ତାର ଶରୀର ସୁସ୍ଥ ଥାଏ ବୋଲି ଡାକ୍ତର କହିଥାଆନ୍ତି । ସେହିଭଳି ଅବସାଦର ପ୍ରଥମ ପ୍ରଭାବ ନିଦ୍ରା ଉପରେ ପଡିଥାଏ । ତେଣୁ ସର୍ବଦା ନିଦ ଉପରେ ଧ୍ୟାନ ଦିଅନ୍ତୁ । ଯଦି ନିଦ୍ରା ଠିକ୍ ନହେଉଛି, ତେବେ ସକାଳୁ ବ୍ୟାୟାମ ସହ ରାତିରେ ଶୋଇବା ସମୟରେ ଭଲ ବହି ପଢନ୍ତୁ ।

1 thought on “ଅବସାଦଠାରୁ ରୁହନ୍ତୁ ବହୁତ ଦୂରରେ”