5000 year old ornament factory

୫ହଜାର ବର୍ଷର ଗହଣା ଫ୍ୟାକଫ୍ରି

ଅନେକ ସମୟରେ ଏଏସ୍‌ଆଇ ପକ୍ଷରୁ ବିଭିନ୍ନ ପ୍ରମୁଖ ପୂରାତନ ସ୍ଥାନରେ ଖନନ କାର୍ଯ୍ୟ କରାଯାଇଥାଏ  । ଏହି ସମୟରେ ଏଭଳି ଅନେକ ସାମଗ୍ରୀ ହାସଲ ହୋଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ବର୍ତ୍ତମାନ ଏଏସ୍‌ଆଇ ସବୁଠାରୁ ବଡ ଆବିଷ୍କାର କରିଛି । ହରିୟାଣାର ରାଖିଗରହିରେ ୫ହଜାର ବର୍ଷ ପୁରୁଣା ଫ୍ୟାକଫ୍ରି ମିଳିଛି । ଏହି ଫ୍ୟାକଟି ଗହଣା ତିଆରି କାରଖାନା ବୋଲି ଜଣା ପଡିଛି  । ଏହି ଗବେଷଣା ଅନୁସାରେ ହରªା ସଭତ୍ୟା ଯେ କେବଳ ଉତ୍କୃଷ୍ଟ ଆଧୁନିକ ଯାନ୍ତ୍ରିକ କାର୍ଯ୍ୟର ଉଦାହରଣ ତାହା ନୁହେଁ ଏହା ବିଭିନ୍ନ ବ୍ୟବସାୟରେ ମଧ୍ୟ ଜଡିତ ଥିଲା  । ଗବେଷକଙ୍କୁ ଏହାର ବିଭିନ୍ନ ପ୍ରମାଣ ଖନନ ସମୟରେ ମିଳିଛି  । ଏହାସହ ଏହି ସ୍ଥାନରୁ ବିଭିନ୍ନ ଆଧୁନିକ କାରିଗରୀ ସହ ଜଡିତ ସାମଗ୍ରୀ ମଧ୍ୟ ମିଳିଛି । ସେହିଭଳି ଏହି ସ୍ଥାନରୁ ଦୁଇଟି ମହିଳାଙ୍କ କଙ୍କାଳ ମଧ୍ୟ ମିଳିଛି ଯେଉଁଥିରେ ତାଙ୍କ ଦେହରେ ଗହଣା ରହିଛି । ସେ ସମୟରେ ବ୍ୟବହୃତ ହେଉଥିବା ବାସନ ମଧ୍ୟ ଏଠାରୁ ମିଳିଛି । ଅନେକ ଦିନ ହେବ ଏହି ସ୍ଥାନରେ ଖନନ କାର୍ଯ୍ୟ ଜାରି ରହିଛି । ଏଥିରୁ ବିଭିନ୍ନ ପ୍ରକାର ତଥ୍ୟ ହାସଲ ହେବ ବୋଲି ଗବେଷକମାନେ ଆଶା ରଖିଛନ୍ତି ।

5000 year old ornament factory

https://thetopmost.in/?p=1547

https://thetopmost.in/?p=2095

https://thetopmost.in/?p=1721

SHARE BY