The Topmost

“The eyes believe themselves, the ears believe other people.”

yo yo diting

ୟୋ ୟୋ ଡାଏଟିଂ

ଆଜିକାଲି ସେଲିବ୍ରେଟିଙ୍କ ମଧ୍ୟରେ ୟୋ-ୟୋ ଡାଏଟିଂ ବହୁତ ପପୁଲାର ହେବାକୁ ଲାଗିଛି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଏହା ସର୍ବଦା ଏକ ତର୍କର ବିଷୟବସ୍ତୁ ହୋଇ ରହିଛି । ଆମେରିକୀୟ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ୟୋ-ୟୋ ଡାଏଟ୍‌ କରିବା ଦ୍ୱାରା ହୃଦରୋଗ ଏବଂ ଡାଇବେଟିସ ହେବାର ଆଶଙ୍କା ବଢ଼ିଯାଏ । ରିସର୍ଚ୍ଚରେ ଏହା ମଧ୍ୟ ପ୍ରମାଣିତ ହୋଇଛି, ଏହି ବିଶେଷ ପ୍ରକାରର ଡାଏଟ କରୁଥିବା ଲୋକଙ୍କର ବ୍ଲଡସୁଗାର ସ୍ଥିତି ବିଗିଡ଼ାବାରେ ଲାଗିଥାଏ ଏବଂ ମଧୁମେହ କାରଣରୁ ରୋଗୀର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୁଏ ।

yo yo diting
yo yo diting @thetopmost-01

ୱାଶିଂଟନର ଜର୍ଜଟାଉନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ନିକଟରେ ଏକ ରିସର୍ଚ୍ଚର ଏହି ତଥ୍ୟ ପ୍ରକାଶ କରିଛନ୍ତି । ୟୋ-ୟୋ ଡାଏଟିଂକୁ େୱଟ୍‌ ସାଇକିଲିଂ ମଧ୍ୟ କୁହାଯାଏ । ରିପୋର୍ଟ ଅନୁଯାୟୀ ଏହି ପ୍ରକାରର ଡାଏଟିଂରେ ସ୍ୱତନ୍ତ୍ର ପ୍ରକାରର ପ୍ୟାଟର୍ନକୁ ଅନୁସରଣ କରାଯାଏ । ଏହି ଡାଏଟିଂକୁ ଅନୁସରଣ କରୁଥିବା ବ୍ୟକ୍ତିଙ୍କ ଓଜନ ବଢ଼ିଥାଏ ଏବଂ କମିଥାଏ । ଏଥିରେ ପ୍ରଥମେ ଓଜନ କମିଥାଏ, ପୁଣି ବଢିଥାଏ ଏବଂ ଶେଷରେ ପୁଣି ଓଜନ କମିଥାଏ । ଏହି କ୍ରମରେ ଡାଏଟିଂ ପ୍ଲାନ ପ୍ରସ୍ତୁତ କରାଯାଏ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ପ୍ରକାର ଡାଏଟିଂ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ତେବେ ୟୋ-ୟୋ ଡାଏଟିଂକୁ ବୁଝିବା ପାଇଁ ବୈଜ୍ଞାନିକମାନେ ୧୬ଟି ମୂଷାକୁ ନେଇ ପରୀକ୍ଷଣ କରିଥିଲେ ।

yo yo diting
yo yo diting @thetopmost-01

କିଛି ଦିନ ପରେ ଏହି ରିସର୍ଚ୍ଚରୁ ଜାଣିବାକୁ ପାଇଲେ ଯେ ଓଜନ ବଢ଼ିବା ଏବଂ କମିବାର ପ୍ରତ୍ୟକ୍ଷ ପ୍ରଭାବ ହୃତପିଣ୍ଡ ଏବଂ କିଡନୀ ଉପରେ ପଡ଼ୁଛି । କାର୍ଯ୍ୟକ୍ଷମତା ହ୍ରାସ ପାଉଛି । ତେଣୁ ଏହି ଡାଏଟ ଶରୀର ଉପରେ ବିଭିନ୍ନ ପ୍ରକାର କୁପ୍ରଭାବ ପକାଉଛି ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।

https://thetopmost.in/?p=1159

https://thetopmost.in/?p=1153

https://thetopmost.in/?p=1136

https://thetopmost.in/?p=1148