The Topmost

“The eyes believe themselves, the ears believe other people.”

werd

ସୁଖ, ସମୃଦ୍ଧି ବଜାୟ ରଖିବ କାଠ ଉପକରଣ

ପ୍ରାୟ ସମସ୍ତଙ୍କ ଘରେ କାଠ ଉପକରଣ ରହିଥାଏ। କାଠ ଉପକରଣ ଘରକୁ ସୁନ୍ଦର କରିଥାଏ। ତେବେ କାଠ ଉପକରଣକୁ ଘରେ ରଖିବାର ମଧ୍ୟ କିଛି ନିୟମ ରହିଛି। ବାସ୍ତୁ ଅନୁସାରେ ଘରେ କାଠ ଜିନିଷ ରଖିଲେ ଘରେ ସୁଖ, ସମୃଦ୍ଧି ବଜାୟ ରହିବ। ଘର କାର୍ଯ୍ୟାଳୟ ସୋ ରୁମ୍ ଆଦିର ପୂର୍ବ ଦିଗରେ କାଠ ତିଆରି ଉପକରଣ ଯଥା – ଆଲମିରା, ସୋ- ପିସ ଆଦି ରଖିବା ସହିତ ବୃକ୍ଷଲତା ଥିବା ଫଟୋ ଟାଙ୍ଗିଲେ ଶୁଭ ଫଳ ମିଳିଥାଏ।
ପରିବାରର ଶୁଖ ଶାନ୍ତି ଓ ସ୍ୱାସ୍ଥ୍ୟ ପାଇଁ ପରିବାର ସଦସ୍ୟଙ୍କର ଏକ ଫଟୋ କାଠ ଫ୍ରେମରେ ଘରର ପୂର୍ବ ପଟ କାନ୍ଥରେ ଲଗାନ୍ତୁ। ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିବ।ଘରେ ଥିବା ଧାରୁଆ ଅସ୍ତ୍ର ଯଥା କଇଁଛି, ଛୁରୀ ଆଦିକୁ ସର୍ବଦା ସତର୍କତାର ସହ ରଖନ୍ତୁ। ଏହାର ପଛପଟ ସର୍ବଦା ଉପରକୁ ରଖନ୍ତୁା
ଘରର କୌଣସି ବ୍ୟକ୍ତି ଯଦି ଅସୁସ୍ଥ ଅଛନ୍ତି ତେବେ ତାଙ୍କ ଘରେ ତାଜା ଫୁଲ ରଖନ୍ତୁ। ଏହାସହ ସେ ଘରେ ମାନସିକ ଶାନ୍ତି ପାଇଁ ଚନ୍ଦନ ଧୂପକାଠି ମଧ୍ୟ ବ୍ୟବହାର କରିପାରିବେ। ମାଟି ପାତ୍ରରେ ତିନୋଟି ଗଛ ଲଗାଇ ଘରର ପୂର୍ବଦିଗରେ ରଖନ୍ତୁ। ତେବେ ଘରେ କ୍ୟକଟସ୍ ଲଗାନ୍ତୁ ନାହିଁ। ଏହା ହାନିକାରକ ହୋଇଥାଏ।

https://thetopmost.in/?p=755

vdhttps://thetopmost.in/?p=1761

https://thetopmost.in/?p=2063

https://thetopmost.in/?p=1976