The Topmost

“The eyes believe themselves, the ears believe other people.”

astrology-gemstones

ରାଶି ଅନୁଯାୟୀ ପିନ୍ଧନ୍ତୁ ରତ୍ନ

ସମସ୍ତଙ୍କ ଜୀବନରେ ରଙ୍ଗର ସର୍ବାଧିକ ମହତ୍ତ୍ୱ ରହିଥାଏ। ରଙ୍ଗର ପ୍ରଭାବ ଗ୍ରହ, ରାଶି ଉପରେ ମଧ୍ୟ ରହିଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଗ୍ରହ ଦୋଷ କାଟିବା ପାଇଁ ପିନ୍ଧାଯାଉଥିବା ରତ୍ନ ନିଜର ରଙ୍ଗ ମାଧ୍ୟମରେ ଜୀବନ ଉପରେ ପ୍ରଭାବ ପକାଇଥାଏ। ଯଦି ଜଣେ ରାଶି ଅନୁସାରେ ଠିକ୍ ରଙ୍ଗର ରତ୍ନ ପିନ୍ଧିଥାଆନ୍ତି ତେବେ ତାଙ୍କୁ ଶୁଭ ଫଳି ମିଳିବ ବୋଲି ବିଶ୍ୱାସ ରହିଛି। ଏହାର ପ୍ରଭାବ ମାନସିକ ଓ ଶାରୀରିକ ଉଭୟ କ୍ଷେତ୍ରରେ ପଡିଥାଏ। ତେବେ କେଉଁ ଗ୍ରହରେ କେଉଁ ରତ୍ନ ପିନ୍ଧିବେ
ସୂର୍ଯ୍ୟ : ସୂର୍ଯ୍ୟଙ୍କ ସମ୍ବନ୍ଧିତ କିଛି ବି ସମସ୍ୟାର ନିରାକରଣ ପାଇଁ ଆପଣ ମାଣିକ୍ୟ ରତ୍ନ ଧାରଣ କରନ୍ତୁ। ତେବେ ତୁଳା, ମକର, କୁମ୍ଭ ଓ କନ୍ୟା ଲଗ୍ନର ବ୍ୟକ୍ତିମାନେ ଏହି ରତ୍ନ ଧାରଣ କରିବା ଅନୁଚିତ୍। ଯଦି ମୁଣ୍ଡ କିମ୍ଭା ଗଣ୍ଠିରେ ପୀଡା ଅନୁଭୂତ ହୁଏ ତେବେ ମାଣିକ୍ୟ ରତ୍ନ ପିନ୍ଧିବା ଉଚିତ୍ ନୁହେଁ।
ଚନ୍ଦ୍ର : ମାନସିକ ସମସ୍ୟାର ଉପଚାର ପାଇଁ ମୋତି ରତ୍ନ ଧାରଣ କରନ୍ତୁ। ଏହା ଚନ୍ଦ୍ର ଗ୍ରହକୁ ଶାନ୍ତ କରିଥାଏ। ହେଲେ ବୃଷ,ମିଥୁନ, କନ୍ୟା, ମକର ରାଶିର ଲୋକ ଏହାକୁ ପିନ୍ଧିବା ଅନୁଚିତ୍। ତେବେ ମୋତି ରତ୍ନ ଯଦି କ୍ଷତି ପହଞ୍ଚାଏ ତେବେ ମାନସିକ ସ୍ଥିତି ବଦଳିଥାଏ।
ମଙ୍ଗଳ : ମଙ୍ଗଳ ଗ୍ରହ ପାଇଁ ଲାଲ ଓ ନାରଙ୍ଗୀ ରଙ୍ଗର ମୂଙ୍ଗ ରତ୍ନ ବ୍ୟବହାର ହୋଇଥାଏ। ହେଲେ ମିଥୁନ ଓ କନ୍ୟା ଲଗ୍ନର ଲୋକଙ୍କ ପାଇଁ ଏହା ଛୁଇଁବା ମନା। ଏହି ରତ୍ନ ସେମାନଙ୍କ ପାଇଁ ଅଶୁଭକର ହୋଇଥାଏ। ତେବେ ଯେଉଁମାନେ କ୍ରୋଧୀ ସେମାନେ ଏହି ରତ୍ନ ଧାରଣ କରିବା କଥା ନୁହେଁ। ଯଦି ଦୁର୍ଘଟଣା କିମ୍ବା ରକ୍ତ ସମସ୍ୟା ଦେଖାଯାଇଥାଏ। ତେବେ ଏହି ରତ୍ନ ପିନ୍ଧିବା ଉଚିତ୍ ନୁହେଁ।
ବୁଧ : ବୁଧ ଗ୍ରହ ପାଇଁ ରତ୍ନର ନାଁ ହେଲା ପନ୍ନା। ଏହି ରତ୍ନ ମୁଣ୍ଡ ଓ ମନକୁ ଶକ୍ତିଶାଳୀ କରିଥାଏ। ମେଷ, କର୍କଟ ଲଗ୍ନର ଲୋକ ଏହାକୁ ଧାରଣ କରନ୍ତୁ ନାହିଁ। ତେବେ ଏହାକୁ ପିନ୍ଧିବା ପରେ ଯଦି ତ୍ୱଚ୍ଚାରେ ସମସ୍ୟା ଦେଖାଦିଏ , ତେବେ ଏହାକୁ କାଢି ଦିଅନ୍ତୁ।
ବୃହସ୍ପତ୍ତି : ବୃହସ୍ପତ୍ତିଙ୍କର ହଳଦିଆ ପୂଖରାଜ ରତ୍ନ ଶରୀରରେ ଶକ୍ତି, ଧର୍ମ ଓ ଜ୍ଞାନ ବୃଦ୍ଧି କରିଥାଏ। ବୃଷ, ତୁଳା, ମକର, କୁମ୍ଭ ଆଦି ଲଗ୍ନର ଲୋକ ଏହାକୁ ଧାରଣ କଲେ ଖରାପ। ସେହିଭଳି ଯେଉଁ ମାନଙ୍କର ପେଟ ସମସ୍ୟା ଥିବ ସେମାନେ ଏହାକୁ ପିନ୍ଧିବା ସୁରକ୍ଷିତ ନୁହେଁ।
ଶୁକ୍ର : ଶୁକ୍ରଙ୍କର ରତ୍ନ ହେଉଛି ହୀରା। ଏହା ପ୍ରେମ, ସୌନ୍ଦର୍ଯ୍ୟ ଓ ଖୁସିର ପ୍ରତୀକ। ହେଲେ ଏହାକୁ ଧାରଣ କରିବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ହୋଇଥାଏ। ଏହା ଯଦି କ୍ଷତି ପହଞ୍ଚାଇଥାଏ ତେବେ ଦାମ୍ପତ୍ୟ ଜୀବନରେ କଳହ ଲାଗିଥାଏ। ଏହାକୁ ମେଷ, କର୍କଟ, ସିହଁ,ମୀନ ଆଦି ଲଗ୍ନର ଲୋକ ଲଗାଇବା ଶୁଭଙ୍କର ନୁହେଁ।
ଶନି: ଶନିଙ୍କର ରତ୍ନ ହେଉଛି ନିଲମ। ଏହାକୁ ନିଜ ରାଶି ସହ ମିଶାଇ ପିନ୍ଧନ୍ତୁ। କାରଣ ଏହା ଖୁବ୍ ଶକ୍ତିଶାଳୀ ହୋଇଥାଏ। ଏହାକୁ ସିଂହ ଲଗ୍ନର ବ୍ୟକ୍ତି ପିନ୍ଧିବା ଉଚିତ୍ ନୁହେଁ।
ରାହୁ : ଗୋମେଦ ରତ୍ନ ରାହୁଙ୍କର ରତ୍ନ ଭାବେ ପରିଚିତ। କିଛି ସାମାନ୍ୟ ସମସ୍ୟା ଥିଲେ ଏହାକୁ ପିନ୍ଧିବା ଉଚିତ୍ ନୁହେଁ। ଏହାକୁ ସତର୍କତାର ସହ ପିନ୍ଧନ୍ତୁ। ଏହାର ଖରାପ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡି ପାରେ।
କେତୁ : କେତୁଙ୍କ ରତ୍ନ ଲହସୁନିଆ। ଯଦି ରାଶିରେ କେତୁ ଅନୁକୂଳ ଅଛି ତେବେ ଏହି ରତ୍ନ ଧାରଣ କରନ୍ତୁ। ଯଦି କେତୁ ଅନୁକୂଳ ନଥାଇ ଆପଣ ଏହାକୁ ଧାରଣ କରନ୍ତି ତେବେ ସ୍ନାୟୁ କିମ୍ବା ଚର୍ମ ଜନିତ ରୋଗ ହେବାର ଆଶଙ୍କା

astrology-gemstones @thetopmost-01
astrology-gemstones @thetopmost-01
astrology-gemstones @thetopmost-01
astrology-gemstones @thetopmost-01

https://thetopmost.in/?p=1800

https://thetopmost.in/?p=912

https://thetopmost.in/?tag=3rd-phase-vote-count

SHARE BY