‘ଦ କାଶ୍ମୀର ଫାଇଲ୍ସ’ ଏବଂ ‘ଦ କେରଳ ଷ୍ଟୋରୀ’ ପରେ ଏବେ ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମାଦୋର ସାୱରକରଙ୍କ ବାୟୋପିକର ଘୋଷଣା ହୋଇଛି, ଯାହାଙ୍କୁ ବୀର ସାୱରକରଙ୍କ ନାମରେ ମଧ୍ୟ ସାରା ଦେଶରେ ପରିଚିତ । ତାଙ୍କର ଏହି ବାୟୋପିକ ଫିଲ୍ମ ଟାଇଟଲ ‘ସ୍ୱତନ୍ତ୍ର ବୀର ସାୱରକର’ ରଖାଯାଇଛି । ରଣଦୀପ ହୁଡାଏହି ବାୟୋପିକରେ ମୁଖ୍ୟ ଚରିତ୍ରରେ ନଜର ଆସିବେ । ରଣଦୀପ
‘ଦ କାଶ୍ମୀର ଫାଇଲ୍ସ’ ଏବଂ ‘ଦ କେରଳ ଷ୍ଟୋରୀ’ ପରେ ଏବେ ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମାଦୋର ସାୱରକରଙ୍କ ବାୟୋପିକର ଘୋଷଣା ହୋଇଛି, ଯାହାଙ୍କୁ ବୀର ସାୱରକରଙ୍କ ନାମରେ ମଧ୍ୟ ସାରା ଦେଶରେ ପରିଚିତ । ତାଙ୍କର ଏହି ବାୟୋପିକ ଫିଲ୍ମ ଟାଇଟଲ ‘ସ୍ୱତନ୍ତ୍ର ବୀର ସାୱରକର’ ରଖାଯାଇଛି । ରଣଦୀପ ହୁଡାଏହି ବାୟୋପିକରେ ମୁଖ୍ୟ ଚରିତ୍ରରେ ନଜର ଆସିବେ । ରଣଦୀପ
‘ଦ କାଶ୍ମୀର ଫାଇଲ୍ସ’ ଏବଂ ‘ଦ କେରଳ ଷ୍ଟୋରୀ’ ପରେ ଏବେ ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମାଦୋର ସାୱରକରଙ୍କ ବାୟୋପିକର ଘୋଷଣା ହୋଇଛି, ଯାହାଙ୍କୁ ବୀର ସାୱରକରଙ୍କ ନାମରେ ମଧ୍ୟ ସାରା ଦେଶରେ ପରିଚିତ । ତାଙ୍କର ଏହି ବାୟୋପିକ ଫିଲ୍ମ ଟାଇଟଲ ‘ସ୍ୱତନ୍ତ୍ର ବୀର ସାୱରକର’ ରଖାଯାଇଛି । ରଣଦୀପ ହୁଡାଏହି ବାୟୋପିକରେ ମୁଖ୍ୟ ଚରିତ୍ରରେ ନଜର ଆସିବେ । ରଣଦୀପ ହୁଡା ଏପରି ଜଣେ କଳାକାର ଯିଏ ଛୋଟ ହେଉ କି ବଡ଼, ଯେକୌଣସି ଚରିତ୍ରରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥାନ୍ତି । ଏପରି ଜଣେ କଳାକାର ଯିଏ ଛୋଟ ହେଉ କି ବଡ଼, ଯେକୌଣସି ଚରିତ୍ରରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥାନ୍ତି ।
ନିଜର ଦକ୍ଷତା ଏବଂ ବଳିଷ୍ଠ ଅଭିନୟ ଦ୍ୱାରା ବଲିଉଡ୍ରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବା ପରେ ବର୍ତ୍ତମାନ ଅଭିନେତା ରଣଦୀପ ତାଙ୍କ କ୍ୟାରିଅରରେ ଐତିହାସିକ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଦେଶଭକ୍ତ ଏବଂ ବଳିଦାନ ପାଇଁ ସଲାମ କରୁଥିବା ସ୍ୱାଧୀନତା ସଂଗ୍ରାମୀ ବୀର ସାୱରକରଙ୍କ ଭୂମିକାରେ ରଣଦୀପ ଅଭିନୟ କରିବେ ।
https://twitter.com/taran_adarsh/status/1506520538922979331
ରିପୋର୍ଟ ଅନୁଯାୟୀ ଫିଲ୍ମର ସୁଟିଂ ଜୁନ ୨୦୨୨ରେ ଆରମ୍ଭ ହେବ । ଲଣ୍ଡନ, ମହାରାଷ୍ଟ୍ର ଏବଂ ଆଣ୍ଡମାନ-ନିକୋବରରେ ସୁଟିଂ ସେଟ୍ ଲଗାଯିବ । ଫିଲ୍ମର ନିର୍ଦ୍ଦେଶନା ଦେବେ ପ୍ରସିଦ୍ଧ ନିର୍ଦ୍ଦେଶକ ମହେଶ ମାଞ୍ଜରେକର । ସନ୍ଦୀପ ସିଂହ ଏହାର ପ୍ରଯୋଜନା ଦେବେ । ଫିଲ୍ମ ‘ସରବଜିତ’ର ବଡ଼ ସଫଳତା ପରେ ନିର୍ମାତା ସନ୍ଦୀପ ସିଂହ ବୀର ସାୱରକରଙ୍କ ଉପରେ ଆଧାରିତ ଫିଲ୍ମରେ ଦ୍ୱିତୀୟ ଥର ରଣଦୀପଙ୍କ ସହ କାମ କରିବାକୁ ଯାଉଛନ୍ତି ।
ଫିଲ୍ମରେ ଭାରତର ସ୍ୱାଧୀନତା ଲଢେଇର ଭିନ୍ନ ଭିନ୍ନ ସମୟକୁ ଦେଖାଯିବ । ତେବେ ମୁଖ୍ୟ ଚରିତ୍ରରେ ଅଭିନୟ କରି ରଣଦୀପ ବେଶ୍ ଉତ୍ସାହିତ ଅଛନ୍ତି ଏବଂ ଏହି ଚରିତ୍ର ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ବୋଲି କହିଛନ୍ତି । ନିର୍ଦ୍ଦେଶକ ମାଞ୍ଜରେକର ଏହା ଉପରେ ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେବ କାମ କରୁଛନ୍ତି ।http://thetopmost.in/?p=792
1 thought on “ବୀର ସାୱରକରଙ୍କ ଚରିତ୍ରରେ ରଣଦୀପ”