SHIKHAR

ବଲିଉଡରେ ଡେବ୍ୟୁ କରିବେ କ୍ରିକେଟର ଶିଖର ଧୱନ୍‌

ଭାରତୀୟ କ୍ରିକେଟ୍‌ ଦଳର ଓପନର୍‌ ଶିଖର ଧାୱନ ଖୁବ୍‌ ଶୀଘ୍ର ତାଙ୍କ ଅଭିନୟ କ୍ୟାରିଅରରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଖବର ଅନୁଯାୟୀ, ଶିଖର ଏକ ବଡ଼ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । କୁହାଯାଉଛି ଯେ ଶିଖର ଏହି ଫିଲ୍ମର ସୁଟିଂ ଶେଷ କରିସାରିଛନ୍ତି । ତେବେ ଫିଲ୍ମର ଟାଇଟଲ୍‌ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।ଚଳଚ୍ଚିତ୍ରର ଏକ ସୂତ୍ରରୁ ପ୍ରକାଶ ଯେ, ଶିଖର ଅଭିନେତାମାନଙ୍କ ପ୍ରତି ସର୍ବଦା ସମ୍ମାନ ଦେଇଆସିଛନ୍ତି । ଯେତେବେଳେ ତାଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଏକ ଭୂମିକା ପ୍ରଦାନ କରାଯାଇଥିଲା, ସେତେବେଳେ ସେ ଏଥିରେ ଯୋଗଦେଇ ଖୁସି ହୋଇଥିଲେ । ର୍ନିମାତାମାନେ ଅନୁଭବ କରିଥିଲେ ଯେ ଶିଖର ଏହି ଭୂମିକା ପାଇଁ ସର୍ବୋତ୍ତମ ପସନ୍ଦ ।

କିଛି ମାସ ପୂର୍ବେ ର୍ନିମାତାମାନେ ଏହି ଚଳଚ୍ଚିତ୍ର ପାଇଁ ଶିଖରଙ୍କ ନିକଟକୁ ଯାଇଥିଲେ । ଫିଲ୍ମ ପାଇଁ ତାଙ୍କର ଅଂଶ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଫିଲ୍ମଚଳିତ ବର୍ଷ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି । ତେବେ ଖାଲି ଏତିକି ନୁହେଁ ବରଂ ଗତ ବର୍ଷ ମଧ୍ୟ ଶିଖର ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ରାମ ସେତୁର ସେଟରେ ନଜର ଆସିଥିଲେ । ଶିଖରଙ୍କ ସେଟ୍‌ ଗସ୍ତକୁ ନେଇ କିଛି ଗୁଜବ ମଧ୍ୟ ଦେଖାଦେଇଥିଲା । କିନ୍ତୁ ଏହା ସତ୍ୟ ନୁହେଁ । ବାସ୍ତବରେ ଶିଖର ଏବଂ ଅକ୍ଷୟ ଘନିଷ୍ଠ ବନ୍ଧୁ । ଯେଉଁଥିପାଇଁ ସେ କେବଳ ଫିଲ୍ମର ସେଟରେ ତାଙ୍କୁ ଭେଟିବାକୁ ଯାଇଥିଲେ । ତେବେ ଖାଲି ଅକ୍ଷୟ ନୁହେଁ ବରଂ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ତାରକାଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଛି । ଆସୁଥିବା ତାଙ୍କ ଅପକମିଂ ଫିଲ୍ମ ପାଇଁ ମଧ୍ୟ ସିନେ ପ୍ରେମୀ ଓ କ୍ରିକେଟ୍‌ ପ୍ରେମୀ ଅପେକ୍ଷା କରି ରହିଛନ୍ତି ।

https://thetopmost.in/?p=764

https://thetopmost.in/?p=1311

SHARE BY