The Topmost

“The eyes believe themselves, the ears believe other people.”

gfc

ଦେବାଳିଆ ସ୍ଥିତିରେ ଶ୍ରୀଲଙ୍କା

ଲଙ୍କା କିଲୋ ୭୦୦ ଟଙ୍କା, ଆଳୁ କିଲୋ ପିଛା ୨୦୦ ଟଙ୍କା, ଆଉ କ୍ଷୀରର ମୂଲ୍ୟ ଏତେ ଦାମ୍‌ ଯେ ଲୋକମାନେ ଚା’ ଢୋକେ ପିଇବାକୁ ଝୁରୁଛନ୍ତି । ଖାଦ୍ୟପଦାର୍ଥର ଦରଦାମ ଏତେ ଯେ ସାଧାରଣ ଲୋକ ଓଳିଟିଏ ପେଟପୂରା ଖାଇବା ଏକ ସ୍ୱପ୍ନରେ ପରିଣତ ହୋଇଛି । ସ୍ଥିତି ବେଶ୍‌ ସାଂଘାତିକ । ଏ ଭୟାବହତା ତେବେ ବେଶ୍‌ ଦୂରରେ ନୁହେଁ ବରଂ ଆମ ପଡ଼ୋଶୀ ଦେଶ ଶ୍ରୀଲଙ୍କାର । ଦେଶ ଏବେ ଦେବାଳିଆ ସ୍ଥିତିରେ ।
ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ସିଂହଳ ରାଷ୍ଟ୍ର । ଅଢେଇ କୋଟି ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କା ବର୍ତ୍ତମାନ ଇତିହାସର ସବୁଠୁ ବଡ଼ ଆର୍ଥିକ ସଙ୍କଟର ସାମ୍ନା କରୁଛି । ଶ୍ରୀଲଙ୍କାର କ୍ଷେତ୍ରଫଳ ମାମଲାରେ ତାମିଲନାଡୁର ପ୍ରାୟ ଅଧା । ଦେଶର ଜିଡିପିରେ ପର୍ଯ୍ୟଟନ କ୍ଷେତ୍ରର ଯୋଗଦାନ ପ୍ରାୟ ୧୦ ପ୍ରତିଶତରୁ ଅଧିକ । ଏହାପରେ ବି ଆର୍ଥିକ ସଙ୍କଟ ଏବେ ଗମ୍ଭୀର ମାନବୀୟ ସଙ୍କଟ ରୂପରେ ବଦଳୁଥିବା ଦେଖିବାକୁ ମିଳୁଛି । ମହଙ୍ଗା ରେକର୍ଡ ସ୍ତରରେ ପହଞ୍ଚିଲାଣି ।

ଶ୍ରୀଲଙ୍କାର ବିଦେଶୀ ମୁଦ୍ରା ଭଣ୍ଡାରରେ ଗତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ୧.୬ ବିଲିୟନ ଡଲାର ପର୍ଯ୍ୟନ୍ତ ଖସି ଆସିଥିଲା, ଯାହା କେବଳ କିଛି ସପ୍ତାହ ହିଁ ଗୁଜୁରାଣ ମେଣ୍ଟାଇବା ସମ୍ଭବପର ଥିଲା । ଏହାପରେ ଏଠାରେ ଗୋଟିଏ ମାସରେ ଖାଦ୍ୟସାମଗ୍ରୀର ଦାମ ୧୫ ପ୍ରତିଶତ ମହଙ୍ଗା ଶ୍ରୀଲଙ୍କାର ସାଧାରଣ ଜନତାଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଛି । ପନିପରିବା ଏବଂ ରୋଷେଇ ସାମଗ୍ରୀର ଦରଦାମ ଆକାଶଛୁଆଁ । ଯାହା ଫଳରେ ସାମାନ୍ୟ ବର୍ଗର ଲୋକଙ୍କ ପାଇଁ ଜରୁରୀ ସାମଗୀ୍ର କିଣିବା ଅସମ୍ଭବପର ହୋଇଛି । ଏବେ ସ୍ଥିତିକୁ ଦେଖି ସରକାର ଅନେକ ଜରୁରୀ ଜିନିଷକୁ ଆୟତ୍ତ କରିବା ପାଇଁ ପ୍ରତିବନ୍ଧକ ଲଗାଇବାକୁ ବାଧ୍ୟ ହୋଇଛନ୍ତି । ଏହି କାରଣରୁ ଦେଶର ନିତିଦିନିଆ ବ୍ୟବହୃତ ଖାଦ୍ୟ ସାମଗ୍ରୀର ମୂଲ୍ୟ ବଢି ବଢି ଯାଉଛି । ଗତ ୪ ମାସରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୮୫ପ୍ରତିଶତ ବୃଦ୍ଧି ପାଇଛି । ଏପରିକି କ୍ଷୀରଗୁଣ୍ଡର ଦାମରେ ମଧ୍ୟ ୧୨.୫ପ୍ରତିଶତ ମହଙ୍ଗା ହୋଇଛି । ତେଣୁ ମାର୍କେଟରୁ ହିଁ କ୍ଷୀର ଏକପ୍ରକାର ଗାଏବ ହୋଇଯାଇଛି ।

ଚୀନ ଋଣ ଜାଲରେ ଛନ୍ଦି ଶ୍ରୀଲଙ୍କା
ଶ୍ରୀଲଙ୍କା ଦେବାଳିଆ ହେବାର ଅନେକ କାରଣ ରହିଛି । ହେଲେ ସମୃଦ୍ଧ ଦେଶଠାରୁ ଆଣିଥିବା ଋଣକୁ ନେଇ ଅଧିକ ଚର୍ଚ୍ଚା କରାଯାଉଛି । ଏଥିମଧ୍ୟରୁ ସବୁଠୁ ଅଧିକ ଋଣ ଚୀନର । ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଚୀନଠାରୁ ଆଣିଥିବା ୫ ଅରବ ଡଲାର (ପ୍ରାୟ ୩୭ ହଜାର କୋଟି ଟଙ୍କା)ଋଣ ତଳେ ଦବି ହୋଇରହିଛି । ଗତବର୍ଷ ହିଁ ଶ୍ରୀଲଙ୍କାକୁ ଆର୍ଥିକ ସଙ୍କଟର ମୁକାବିଲା କରିବା ପାଇଁ ଚୀନ ଅତିରିକ୍ତ ୧ ଅରବ ଡଲାର (୭ ହଜାର କୋଟି)ର ଲୋନ୍‌ ଦେଇ ସାହାଯ୍ୟ କରିଥିଲା । ଶ୍ରୀଲଙ୍କାକୁ ଆଗାମୀ ୧୨ ମାସରେ ୭.୩ ଡଲାର (ପ୍ରାୟ ୫୪ ହଜାର କୋଟି ଟଙ୍କା)ର ଘରୋଇ ଏବଂ ବିଦେଶୀ ଋଣ ସୁଝିବାର ଅଛି । ମୋଟ ଋଣର ପ୍ରାୟ ୬୮ପ୍ରତିଶତ ଭାଗ କେବଳ ଚୀନର । ଏହା ବ୍ୟତୀତ ଦେଶର ରାଜପାକ୍ଷ ସରକାର ଶ୍ରୀଲଙ୍କାରେ ଜୈବିକ କୃଷିକୁ ବାଧ୍ୟତାମୂଳକ କରିବା ଦ୍ୱାରା ଚୀନରୁ ଜୈବିକ ସାର ଆଣିବା ପାଇଁ ବୁଝାମଣା କରାଗଲା । ଏହାର ସୁଯୋଗ ନେଇ ଚୀନଠାରୁ ୯୯୦୦୦ ଟନ୍‌ର ଜୈବିକସାର ଆମଦାନୀ କରାଗଲା । ହେଲେ ତଦନ୍ତରୁ ଜଣାପଡ଼ିଲା ଯେ ଯେଉଁ ସାର ଚୀନ ଶ୍ରୀଲଙ୍କାକୁ ଯୋଗାଇଲା ସେଥିରେ ରାସାୟନିକ ଅଂଶ ରହିଥିବାରୁ ପ୍ରମାଣ ମିଳିବାକୁ ମାଲ ଫେରାଇ ନେବାକୁ ଶ୍ରୀଲଙ୍କା ସରକାର ଚୀନ କମ୍ପାନୀକୁ ଆଦେଶ ଦେଲା । ହେଲେ ଚୀନ କମ୍ପାନୀ ସାର ଫେରାଇ ନେବା ବଦଳରେ ଅର୍ଥ ଦାବି କଲା । ଏହି ମାମଲା ଚାଲିବାକୁ ଦେଶର ଅନେକ ଚାଷଜମି ଖାଲି ପଡ଼ିରହିଲା । ଯାହା ୨୦୨୨ରେ ଖାଦ୍ୟ ଅଭାବର ପରିସ୍ଥିତ ସୃଷ୍ଟି କରିଛି ।

କିପରି ବିଗିଡ଼ିଲା ସ୍ଥିତି
ପର୍ଯ୍ୟଟନକ୍ଷେତ୍ର ଦେଶବାସୀଙ୍କ ଆୟର ବଡ଼ ମାଧ୍ୟମ । ପ୍ରାୟ ୫ ଲକ୍ଷ ଲୋକ ସିଧାସଳଖ ପର୍ଯ୍ୟଟନ ଉପରେ ନିର୍ଭର କରୁଥିବା ବେଳେ ୨୦ ଲକ୍ଷ ଲୋକ ପରୋକ୍ଷ ଭାବେ ଏହାସହିତ ଜଡ଼ିତ । ଦେଶର ଜିଡିପିରେ ପର୍ଯ୍ୟଟନ କ୍ଷେତ୍ରର ଯୋଗଦାନ ପ୍ରାୟ ୧୦ ପ୍ରତିଶତରୁ ଅଧିକ । ପର୍ଯ୍ୟଟନରୁ ପ୍ରତିବର୍ଷ ପ୍ରାୟ ୫ ଅରବ ଡଲାର (୩୭ ହଜାର କୋଟି ଟଙ୍କା) ବିଦେଶୀ ମୁଦ୍ରା ଶ୍ରୀଲଙ୍କାକୁ ମିଳିଥାଏ । ଦେଶ ପାଇଁ ବିଦେଶୀ ମୁଦ୍ରାର ଏହା ତୃତୀୟ ବଡ଼ ଉତ୍ସ । କରୋନା କାରଣରୁ ଟୁରିଜମ ସେକଫର ଠପ୍‌ ପଡ଼ିଗଲା । ଏଥିପାଇଁ ଅର୍ଥନେତିକ ଗତିବିଧି ମଧ୍ୟ ପ୍ରଭାବିତ ହେଲା । ଅଧିକ ସରକାରୀ ଖର୍ଚ୍ଚ ଏବଂ ଟ୍ୟାକ୍ସ ଯୋଗୁଁ ମଧ୍ୟ ରେଭିନୁ୍ୟ କମ୍‌ କରିଦିଆଗଲା । ବିଶ୍ୱବ୍ୟାଙ୍କ ଅନୁଯାୟୀ କରୋନା ମହାମାରୀ ଆରମ୍ଭରୁ ହିଁ ଶ୍ରୀଲଙ୍କାର ୫ ଲକ୍ଷ ଲୋକ ଗରିବ ସୀମାରେଖା ତଳେ ଆସିଯାଇଛନ୍ତି । ରୋଜଗାର ନଥିବାରୁ ବାଧ୍ୟ ହୋଇ ଲୋକମାନେ ଦେଶ ଛାଡ଼ିଲେ ।

୨୯ ଏପ୍ରିଲ ୨୦୨୧ରେ ସରକାର ଉର୍ବରକ ଏବଂ କୀଟନାଶକ ଆମଦାନୀ ଉପରେ କଟକଣା ଲଗାଇଲେ ଏବଂ କୃଷକମାନଙ୍କୁ ଜୈବିକ ଚାଷ କରିବା ପାଇଁ ବାଧ୍ୟ କଲେ । ହେଲେ ଅଧିକାଂଶ ଚାଷୀ ସାର ଏବଂ କୀଟନାଶକ ଉପଯୋଗ ବିନା ଚାଷ କରିବା ଜାଣିନାହାନ୍ତି । ଏପରି ସ୍ଥିତିରେ କେତେକ ଚାଷୀ କ୍ଷତିର କ୍ଷୟରେ ଚାଷ କଲେ ନାହିଁ । ଏହାଦ୍ୱାରା ରପ୍ତାନୀ ମଧ୍ୟ କମ୍‌ ହେଲା ଏବଂ ବିଦେଶୀ ମୁଦ୍ରା ହ୍ରାସ ପାଇଲା । ତେବେ ଏହାକୁ ଦେଖି ଅକେଫାବରରେ ସରକାର ନିଜ ନିଷ୍ପତ୍ତିରୁ ୟୁଟର୍ଣ୍ଣ ନେଇଥିଲେ । ଘରୋଇ ଋଣ ଏବଂ ଫରେନ୍‌ ବଣ୍ଡରେ ପରିଶୋଧ କରିବା ପାଇଁ ଟଙ୍କା ଛପାରେ ବୃଦ୍ଧି ଏକ ମାସ ପୂର୍ବରୁ ୯.୯ପ୍ରତିଶତରୁ ଡିସେମ୍ବରରେ ମୁଦ୍ରାସ୍ପିତି ୧୨.୧ପ୍ରତିଶକକୁ ବୃଦ୍ଧି କରିଛି । କଲମ୍ବୋ ଗ୍ରାହକ ମୂଲ୍ୟ ସୂଚୀରୁ ଜଣାପଡ଼ିଛି ଯେ ଖାଦ୍ୟ ଏବଂ ଅଣଖାଦ୍ୟ ଆଇଟମ୍‌ ଯୋଗୁଁ ମହଙ୍ଗା ବୃଦ୍ଧି ପାଇଛି । ନଭେମ୍ବରରେ ରେକର୍ଡ ସ୍ତରରେ ମହଙ୍ଗା ପହଞ୍ଚିବା ପରେ ରାଷ୍ଟ୍ରପତି ଦେଶରେ ଅର୍ଥନେତିକ ଜରୁରୀକାଳୀନ ପରିସ୍ଥିତି ଘୋଷିତ କଲେ । ଏହାପରେ ଚାଉଳ ଏବଂ ଚିନି ସମେତ ଆବଶ୍ୟକ ବସ୍ତୁ ସରକାରୀ ଦାମ ଉପରେ ବିକ୍ରି କରାଗଲା । ହେଲେ ଏହାପରେ ବି ଲୋକ ଅଧିକ ସମସ୍ୟାର ସମ୍ମୁଖୀନ ହେଲେ ।
ଏହାପୂର୍ବରୁ ଶ୍ରୀଲଙ୍କା ସ୍ୱଳ୍ପ ନୀତି ଉପାୟ ଆପଣାଇ ପଡ଼ୋଶୀ ଦେଶ ଭାରତରୁ ଖାଦ୍ୟ, ଔଷଧ ଏବଂ ତୈଳ ଆମଦାନୀ କରିବା ପାଇଁ କ୍ରେଡିଟ ଲାଇନ ସହ ଭାରତ, ଚୀନ ଏବଂ ବାଙ୍ଗଲାଦେଶ ସହ ମୁଦ୍ରା ଅଦଳବଦଳ କରିଥିଲା । ଓମାନରୁ ପେଟ୍ରୋଲିୟମ କ୍ରୟ କରିବା ପାଇଁ ଲୋନ୍‌ ମଧ୍ୟ ନେଇଥିଲା । ଏହା ଶର୍ଟ ଟର୍ମ ଲୋନ୍‌ ଏବଂ ଏହାର ସୁଧ ଅଧିକ । ଏହାଦ୍ୱାରା ଶ୍ରୀଲଙ୍କା ଋଣର ବୋଝ ହିଁ ବଢ଼ିବ । ସେପଟେ ଦେବାଳିଆ ସ୍ଥିତିରୁ ବଞ୍ଚିବା ପାଇଁ ଶ୍ରୀଲଙ୍କା ସୁନା ଉପରେ ଭରସା କରିଛି । ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଶ୍ରୀଲଙ୍କାରେ ରଖିଥିବା ସଂରକ୍ଷିତ ସୁନାରୁ ଅଧିକା ଭାଗ ବିଦେଶୀ ମୁଦ୍ରା ଭଣ୍ଡାରକୁ ବିକ୍ରି କରିଛି । ରିପୋର୍ଟ ଅନୁସାରେ ଗୋଲï ରିଜର୍ଭର ୫୪.୧ପ୍ରତିଶତ ଅଂଶ ଏପର୍ଯ୍ୟନ୍ତ ବ୍ୟବହାର କରାଯାଇସାରିଛି ।

ଆଗକୁ ସ୍ଥିତି ସାଂଘାତିକ
େୱବସାଇଟ୍‌ ଏସିଆ ଟାଇମ୍ସରେ ପ୍ରକାଶିତ ଏକ ବିଶ୍ଲେଷଣ ଅନୁଯାୟୀ ଶ୍ରୀଲଙ୍କାକୁ ଚଳିତ ବର୍ଷରେ ୪.୫ ବିଲିୟନ ଡଲାରର ବିଦେଶୀ ମୁଦ୍ରା ପରିଶୋଧ କରିବାକୁ ପଡ଼ିବ । ହେଲେ ଶ୍ରୀଲଙ୍କାର ବିଦେଶୀ ମୁଦ୍ରା ଭଣ୍ଡାରରେ ମାତ୍ର ୨.୫ ବିଲିୟନ ଡଲାର ଅଛି । ତେବେ ଏହି ଭଣ୍ଡାରରେ ଡଲାର ବୃଦ୍ଧି କରିବା ପାଇଁ ଶ୍ରୀଲଙ୍କା ଏହି ମାସରେ ଭାରତଠାରୁ ସାହାଯ୍ୟ ନେଇଛି । ଭାରତ ସହ ଶ୍ରୀଲଙ୍କା ୪୦କୋଟି ଡଲାରର ମୁଦ୍ରା ଅଦଳବଦଳ କରିଛି । ଏହାପରେ ଏହାର ସମସ୍ୟା ଏତେ ଗମ୍ଭୀର ଯେ ମୁଦ୍ରା ଅଦଳବଦଳରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । କେବଳ ସେତିକି ନୁହେଁ ଶ୍ରୀଲଙ୍କାର ସଂସଦରେ ବିରୋଧୀ ସଦସ୍ୟ ଏବଂ ଜଣାଶୁଣା ଅର୍ଥଶାସ୍ତ୍ରୀ କିଛି ଦିନ ପୂର୍ବେ ସଂସଦରେ କହିଛନ୍ତି ଯେ ଜାନୁଆରୀ ୨୦୨୩ର ପ୍ରାରମ୍ଭରେ ହିଁ ଶ୍ରୀଲଙ୍କାର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହୋଇଯିବ । ଏପରିକି ଏଥିରେ ନେଣେଦେଣେ ତୁଳନାରେ ପ୍ରାୟ ୪୪ କୋଟି ଡଲାରର ଅଭାବ ଦେଖାଯିବ ।
ଏହି ସଙ୍କଟ ମଧ୍ୟରେ ରାଜପାକ୍ଷ ସରକାର ଯେଉଁ ପ୍ରକାର ନିଜକୁ ଚୀନ ଉପରେ ଅଧିକ ନିର୍ଭର କରୁଛି, ଏଥିରୁ ଦେଶରେ ବିରୋଧ ବଢୁଛି । କାରଣ ଚୀନ ବିରୋଧରେ ଶ୍ରୀଲଙ୍କାରେ ପୂର୍ବରୁ ହିଁ ଜନଅସନ୍ତୋଷ ଲାଗି ରହିଛି । ଯଦି ଆଗକୁ ସ୍ଥିତି ଏପରି ରୁହେ, ତେବେ ଚୀନ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ନିୟନ୍ତ୍ରଣ କରିବାକୁ ପଛେଇବ ନାହିଁ । ଶ୍ରୀଲଙ୍କାର ସ୍ଥାନୀୟ ମିଡିଆରେ ପ୍ରସାରିତ ଖବରରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏହି ସ୍ଥିତିକୁ ନେଇ ଶ୍ରୀଲଙ୍କାବାସୀ ଚିନ୍ତାରେ । ଏଥିସହ ଆଗକୁ ମଧ୍ୟ ଦେଶ ଋଣ ଜାଲରେ ଛନ୍ଦି ହୋଇ ସର୍ବଦା ରହିଯିବ ।

@thetopmost-01

https://thetopmost.in/?p=1779

https://thetopmost.in/?p=1398

https://thetopmost.in/?p=755

https://thetopmost.in/?p=1687