The Topmost

“The eyes believe themselves, the ears believe other people.”

batery will keep your home warm

ଘରକୁ ଗରମ ରଖିବ ବ୍ୟାଟେରି

ଥଣ୍ଡା ଅଞ୍ଚଳରେ ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାନ୍ତି । ବୈଜ୍ଞାନିକମାନେ ଏହି କଷ୍ଟରୁ ରକ୍ଷା ପାଇବା ପାଇଁ ଏକ ଉପାୟ ବାହାର କରିଛନ୍ତି । ଲୁଣ ଏବଂ ପାଣିକୁ ବ୍ୟବହାର କରି ଏଭଳି ଏକ ହିଟ୍‌ ବ୍ୟାଟେରି ନିର୍ମାଣ କରାଯାଇଛି, ଯାହା ଘରକୁ ଗରମ କରିବାରେ ସାହାଯ୍ୟ କରିବ । ଏକ ପ୍ରତିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ବ୍ୟାଟେରିଟି ପୂରାତନ ପ୍ରଣାଳୀ ଥର୍ମୋକେମିକାଲ ପ୍ରୋସେସକୁ ନେଇ ତିଆରି କରାଯାଇଛି । ଏହି ପ୍ରଣାଳୀ ଅନୁସାରେ ଯେତେବେଳେ ଲୁଣରେ ପାଣି ମିଶିଥାଏ, ସେତେବେଳେ ଏହା ତାପ ଉତ୍ପାଦନ କରିଥାଏ । ଏହାସହ ଉତ୍ତାପକୁ ବ୍ୟବହାର କରି ଜଳକୁ ବାଷ୍ପୀଭୂତ କରାଯାଇଥାଏ । ଏହି ଉପାୟ ବ୍ୟବହାର କରାଯାଇ ଡ୍ରାଏ ସଲଫରେ ହିଟ୍‌କୁ ଷ୍ଟୋର କରାଯିବା ସହିତ ବ୍ୟାଟେରିକୁ ଉର୍ଜା ସଂରକ୍ଷିତ କରି ରଖିବାପାଇଁ ପ୍ରସ୍ତୁତ କରିଥାଏ । ତେବେ ଏହି ବ୍ୟାଟେରିକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୧୨ବର୍ଷ ସମୟ ଲାଗିଥିଲା । ଏହି ସଲୁ୍ୟସନ୍‌ରେ ତାପର ଉର୍ସକୁ ସଂରକ୍ଷିତ କରି ରଖାଯାଇଥାଏ । ଏହି ଉର୍ସକୁ ଶିଳ୍ପ ଉପାଦାନ ଗୁଡିକରୁ ମିଳୁଥିବା ଲୁଣରୁ ପ୍ରସ୍ତୁତ କରାଯାଇଛି । ଏହି ପ୍ରକ୍ରିୟାରେ ଉତ୍ପାଦିତ ଶକ୍ତି ଗୋଟିଏ ପରିବାରକୁ ଦୁଇଦିନ ପର୍ଯ୍ୟନ୍ତ ଉତ୍ତାପ ଯୋଗାଇବାରେ ସକ୍ଷମ । ଏହି ବ୍ୟାଟେରିକୁ ପରେ ବୈଜ୍ଞାନିକମାନେ ଆହୁରି ବିକଶିତ କରିଛନ୍ତି, ଯାହା ପୂରା ଏକ ରୁ ଦୁଇ ମାସ ପର୍ଯ୍ୟନ୍ତ ଗୋଟିଏ ଘରକୁ ଉତ୍ତାପ ଯୋଗାଇ ପାରିବ । ତେବେ ଏବେ ମଧ୍ୟ ଏହାର ପରୀକ୍ଷଣ ଜାରି ରହିଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏହାକୁ ଏକ ପାଇଲଟ ପ୍ରୋଜେକଫ ଭଳି ପ୍ରଥମେ ଫ୍ରାନ୍ସ, ପୋଲାଣ୍ଡ ଓ ନେଦରଲାଣ୍ଡରେ ପରୀକ୍ଷଣ କରାଯିବ । ଏହାସଫଳ ହେବା ପରେ ଅଧିକ ଥଣ୍ଡା ଅଞ୍ଚଳରେ ବ୍ୟବହାର କରାଯିବ ବୋଲି ସେମାନେ ମତ ଦେଇଛନ୍ତି ।

https://thetopmost.in/?p=1389

http://vf

https://thetopmost.in/?p=1306